Salt-loaded engine rickshaw overturned near Jaldha in Balasore leaving one dead

ଲୁଣ ବୋଝେଇ ଇଞ୍ଜିନଚାଳିତ ରିକ୍ସା ଓଲଟିଲା; ହେଲପର ମୃତ, ଡ୍ରାଇଭର ଗୁରୁତର

ବାଲେଶ୍ୱର ଜିଲ୍ଲାର କମର୍ଦା ଥାନା ଅଧୀନ ଜଳଧା ଛକ ନିକଟରେ ଏକ ଲୁଣ ବୋଝେଇ ଇଞ୍ଜିନଚାଳିତ ରିକ୍ସା ଓଲଟି ପଡିବାରୁ ଜଣେ ହେଲପରଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।

ବାଲେଶ୍ୱର ଜିଲ୍ଲାର କମର୍ଦା ଥାନା ଅଧୀନ ଜଳଧା ଛକ ନିକଟରେ ଗୁରୁବାର ସକାଳେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଲୁଣ ବୋଝେଇ ଇଞ୍ଜିନଚାଳିତ ରିକ୍ସା ରାସ୍ତା ପାର୍ଶ୍ୱକୁ ଓଲଟି ପଡିବାରୁ ଜଣେ ହେଲପରଙ୍କ ମୃତ୍ୟୁ ଘଟିଥିବା ବେଳେ ରିକ୍ସା ଚାଳକ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ପଶ୍ଚିମବଙ୍ଗରୁ ଏକ ଇଞ୍ଜିନଚାଳିତ ରିକ୍ସାରେ ଲୁଣ ଭର୍ତ୍ତି କରି ବାଲିଆପାଳ ଅଭିମୁଖେ ଯାଉଥିବା ବେଳେ ଭୋଗରାଇର ଜଳଧା ନିକଟରେ ରିକ୍ସାଟିର ସେଲ ହଠାତ୍ ଭାଙ୍ଗିଯାଇଥିଲା। ଫଳରେ ରିକ୍ସାଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ଓଲଟି ପଡିଥିଲା।

ଦୁର୍ଘଟଣା ସମୟରେ ରିକ୍ସାରେ ଥିବା ହେଲପର ଲୁଣ ବସ୍ତା ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ଜଣକ ପଶ୍ଚିମବଙ୍ଗ ରାଜ୍ୟ ଦେଉଳି ଗ୍ରାମର ମଣ୍ଟୁ ପାଲ ବୋଲି ଜଣାପଡ଼ିଛି।

ଅନ୍ୟପଟେ ରିକ୍ସା ଚାଳକ ସୁକୁମାର ଭୂୟାଁ ଗୁରୁତର ଆହତ ହୋଇଥିଲେ। ସେ ପଦ୍ମପୁର ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକମାନେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି କମର୍ଦା ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ହେଲପରଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ପରେ କମର୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି।

Latest News
‘Hanuman Ansh’ ଦେଖିବାକୁ ସିନେମା ହଲ୍‌ରେ ଖାଲି ପାଦରେ ବସିଲେ ମୁସଲିମ୍ ଯୁବକ, ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

‘Hanuman Ansh’ ଦେଖିବାକୁ ସିନେମା ହଲ୍‌ରେ ଖାଲି...

ସୋସିଆଲ୍ ମିଡିଆରେ‘Hanuman Ansh’ଫିଲ୍ମକୁ ନ...

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର, ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ : କେମିତି କଟିବ ଆପଣଙ୍କ ସପ୍ତାହ?

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର,...

ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...

ସାପ୍ତାହିକ ରାଶିଫଳ: ୧୭ ଅଗଷ୍ଟରୁ ୨୪ ଅଗଷ୍ଟ ପର୍ଯ୍ୟନ୍ତ କାହାର ଭାଗ୍ୟ ଚମକିବ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ସାପ୍ତାହିକ ରାଶିଫଳ: ୧୭ ଅଗଷ୍ଟରୁ ୨୪ ଅଗଷ୍ଟ...

ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...

ଚଣ୍ଡୀଗଡ଼, ନଦୀଜଳ ଓ ବନ୍ଦୀ ଶିଖଙ୍କ ପ୍ରସଙ୍ଗରେ ସ୍ପଷ୍ଟତା ନଆସିଲେ ବିଜେପି ସହ ମେଣ୍ଟ ନାହିଁ: SAD (ପୁନର ସୁରଜିତ)

ଚଣ୍ଡୀଗଡ଼, ନଦୀଜଳ ଓ ବନ୍ଦୀ ଶିଖଙ୍କ ପ୍ରସଙ୍ଗରେ...

ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...

ସାପ୍ତାହିକ ରାଶିଫଳ: ୨୪ ଅଗଷ୍ଟରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ କାହାର ଚମକିବ ଭାଗ୍ୟ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ସାପ୍ତାହିକ ରାଶିଫଳ: ୨୪ ଅଗଷ୍ଟରୁ ୩୧ ଅଗଷ୍ଟ...

ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...

ୟୁପି, ପଞ୍ଜାବ ଓ ଉତ୍ତରାଖଣ୍ଡରେ ବିଧାୟକଙ୍କ ଉପରେ ଅସନ୍ତୋଷ, ମୁଖ୍ୟମନ୍ତ୍ରୀଙ୍କ ପ୍ରତି ରହିଛି ଭରସା

ୟୁପି, ପଞ୍ଜାବ ଓ ଉତ୍ତରାଖଣ୍ଡରେ ବିଧାୟକଙ୍କ ଉପରେ...

୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧ ବିଲିୟନ୍ ଡଲାରର ବ୍ୟବସାୟରେ ପରିଣତ କଲା କମ୍ପାନୀ

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧...

ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...

‘Last Man in Tower’ ଟ୍ରେଲର୍: ଘର ବଞ୍ଚାଇବାକୁ କେତେ ଦୂର ଯିବେ ମନୋଜ ବାଜପେୟୀ?

‘Last Man in Tower’ ଟ୍ରେଲର୍: ଘର...

ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ **‘Last Man in T...

ଶ୍ରୁତି ହାସନଙ୍କୁ Deepfakeରୁ ସୁରକ୍ଷା ଦେଲେ ବମ୍ବେ ହାଇକୋର୍ଟ, କହିଲେ ‘ଅତ୍ୟନ୍ତ ଶକ୍ତିଶାଳୀ ପ୍ରଥମ ଦୃଷ୍ଟିରେ ମାମଲା’

ଶ୍ରୁତି ହାସନଙ୍କୁ Deepfakeରୁ ସୁରକ୍ଷା ଦେଲେ ବମ୍ବେ...

AI ଦ୍ୱାରା ତିଆରିDeepfakeଓ ମର୍ଫଡ୍ ଫଟୋ-ଭିଡିଓର ଅନଧିକୃତ...

ଇମ୍ରାନ ଖାନଙ୍କ ପୁଅଙ୍କ ସାକ୍ଷାତକାରକୁ ନେଇ ପାକିସ୍ତାନର ଲର୍ଡ୍ସ ଟେଷ୍ଟ ବୟକଟ୍ ଧମକ: କ୍ରିକେଟ୍‌ରେ ରାଜନୀତିର ପ୍ରଭାବ ନେଇ ବଢ଼ିଲା ପ୍ରଶ୍ନ

ଇମ୍ରାନ ଖାନଙ୍କ ପୁଅଙ୍କ ସାକ୍ଷାତକାରକୁ ନେଇ ପାକିସ୍ତାନର...

ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...

ଡିଲ୍ ଭାଙ୍ଗିବା ପରେ ଆମେରିକା-କାନାଡା ବାଣିଜ୍ୟ ଯୁଦ୍ଧ ତୀବ୍ର: କାନାଡା ଉପରେ ୫୦% ଟାରିଫ୍

ଡିଲ୍ ଭାଙ୍ଗିବା ପରେ ଆମେରିକା-କାନାଡା ବାଣିଜ୍ୟ ଯୁଦ୍ଧ...

ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...

KGF ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ସମର୍ଥିତ ହରର୍ ଫିଲ୍ମ ‘418’କୁ ସେନ୍ସର ଝଟକା, Revising Committeeର ଦ୍ୱାରସ୍ଥ ହେଲା ଟିମ୍

KGF ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ସମର୍ଥିତ ହରର୍...

‘KGF’ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ସମର୍ଥ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+