ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ ବନ୍ୟାଜଳ ବାଲେଶ୍ୱର ସହରର ବିଭିନ୍ନ ଅଞ୍ଚଳରେ ପ୍ରବେଶ କରିଛି। ଏହାଫଳରେ ସହରର ଅନେକ ସ୍ଥାନରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି।
ବାଲେଶ୍ୱର ପୌରପାଳିକାର୨୪ ନମ୍ବର ୱାର୍ଡସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବନ୍ୟାଜଳ ଘର ଭିତରକୁ ପଶିଯାଇଥିବାରୁ ଅନେକ ପରିବାର ଘର ଭିତରେ ଫସି ରହିଛନ୍ତି। ଅନେକ ସ୍ଥାନରେ ଅଣ୍ଟାଏ ପାଣି ଜମିଥିବା ବେଳେ ଘରର ତଳ ମହଲା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି।
ପାଣିର ସ୍ତର ବଢ଼ୁଥିବାରୁ ଅନେକ ପରିବାର ଘରର ଉପର ମହଲା ଓ ଛାତ ଉପରେ ଆଶ୍ରୟ ନେଇଛନ୍ତି। ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ଲୋକମାନେ ଉଦ୍ଧାରକାରୀ ଦଳକୁ ଅପେକ୍ଷା କରୁଛନ୍ତି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ମଙ୍ଗଳବାର ରାତିରୁ ପାଣି ବଢ଼ିବା ଆରମ୍ଭ କରିଥିଲା। ବିପଦର ଆଶଙ୍କାରେ କିଛି ପରିବାରଙ୍କୁ ନିକଟସ୍ଥ ସ୍କୁଲକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଏବେ ବି ପ୍ରାୟ୨୦ଟି ଘରବନ୍ୟାଜଳରେ ବୁଡ଼ି ରହିଛି ଏବଂ ଅନେକ ଲୋକ ସେଠାରେ ଫସି ରହିଛନ୍ତି।
ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁଯାୟୀ, ଏକ ଏନଡିଆରଏଫ୍ ଦଳ ଆସିଥିଲେ ମଧ୍ୟ ଅନ୍ୟ ଦଳ ଉଦ୍ଧାର କାର୍ଯ୍ୟ କରିବ ବୋଲି କହି ଫେରିଯାଇଥିଲେ। ଦୁଇ ଦିନ ଧରି ଅନେକ ପରିବାର ଉଦ୍ଧାର ଅପେକ୍ଷାରେ ରହିଛନ୍ତି।
ଅନ୍ୟପଟେ ସ୍ଥାନୀୟ ଯୁବକମାନେ ବାଲିଘାଟ ଓ ସ୍ୱିପର କଲୋନୀ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍କୁଲରେ ଆଶ୍ରୟ ଦେଉଛନ୍ତି। ସେମାନଙ୍କ ପାଇଁ ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଏପର୍ଯ୍ୟନ୍ତ ଉଚ୍ଚ ରହିଥିବାରୁ ଲୋକମାନେ ସତର୍କ ଅବସ୍ଥାରେ ଅଛନ୍ତି।
ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାର କିରନାପୁରରେ ପୁଲିସ କାର୍ଯ...
ଶୁକ୍ରବାର ଭାରତୀୟ ଶେୟର ବଜାରସାମାନ୍ୟ ବୃଦ୍ଧି ସହ ଖୋଲିଛି।...
ଶୁକ୍ରବାର Tata Groupର ଅଧିକାଂଶ ଷ୍ଟକ୍‌ରେ ହଠାତ୍&z...
ଗୁରୁବାର ଭାରତୀୟ ଶେୟର ବଜାରରେ ମିଶ୍ରିତ କାରବାର ଦେଖିବାକୁ...
ତାମିଲନାଡୁରେ ଜବାହର ନବୋଦୟ ବିଦ୍ୟାଳୟ ସ୍ଥାପନ ଓ ଭାଷା ନୀତ...
ରକ୍ତଦାନ ବ୍ୟବସ୍ଥାକୁ ଆହୁରି ସୁସଂଗଠିତ ଓ ଟ୍ରାକ୍‌ଯୋ...
ଦିଲ୍ଲୀ ୟୁନିଭର୍ସିଟିରDUSU ନିର୍ବାଚନ ୨୦୨୬ରେ ଏଥର କେବଳ କ...
ପଶ୍ଚିମବଙ୍ଗର ଭୋଟର ତାଲିକାର Special Intensive Revisio...
UPI ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର।ଅକ୍ଟୋବର...