ସରକାରୀ ଚାକିରି ଓ ଦରମା କରାଇଦେବା ନାଁରେ ଲାଞ୍ଚ ଦାବି କରି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସରକାରୀ କଲେଜର ପ୍ରିନ୍ସିପାଲ। ବଲାଙ୍ଗୀର ସରକାରୀ ଆଇଟିଆଇ କଲେଜର ପ୍ରିନ୍ସିପାଲ ସୁରେଶ କୁମାର ଦଳବେହେରାଙ୍କୁ ଲାଞ୍ଚ ଟଙ୍କା ନେବା ସମୟରେ ଧରିଛି ସମ୍ବଲପୁର ଭିଜିଲାନ୍ସ ଟିମ୍ । ଏହି ଘଟଣାକୁ ନେଇ ଶିକ୍ଷା ବିଭାଗରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁସାରେ, ୯ ଜଣ ଅତିଥି ଅଧ୍ୟାପକଙ୍କୁ ପୁନଃ ନିଯୁକ୍ତି ଦେବା ସହ ସେମାନଙ୍କ ଦରମା କରାଇଦେବାର ପ୍ରତିଶ୍ରୁତି ଦେଇଥିଲେ ପ୍ରିନ୍ସିପାଲ। ଏଥିପାଇଁ ପ୍ରତ୍ୟେକ ଅତିଥି ଅଧ୍ୟାପକଙ୍କଠାରୁ ୩୦ ହଜାର ଟଙ୍କା ଲେଖାଏଁ ଦାବି କରିଥିବା ଅଭିଯୋଗ ହୋଇଛି। ଫଳରେ ମୋଟ ୨ ଲକ୍ଷ ୭୦ ହଜାର ଟଙ୍କାର ଲାଞ୍ଚ କାରବାର ହେବାକୁ ଥିବା ଜଣାପଡ଼ିଛି।
ଏନେଇ ସୂଚନା ପାଇବା ପରେ ସମ୍ବଲପୁର ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଚଢ଼ାଉ କରିଥିଲା। ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ପ୍ରିନ୍ସିପାଲ ସୁରେଶ କୁମାର ଦଳବେହେରାଙ୍କୁ ଟିମ୍ କାବୁ କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଛି।
ଗିରଫଦାରୀ ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ସହ ଜଡ଼ିତ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରାଯାଇଛି। ରାଉରକେଲା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାସ୍ଥିତ ତାଙ୍କ ବାସଭବନରେ ଯାଞ୍ଚ ଚାଲିଛି। ଏହାସହ ମହାକାଳପଡ଼ା ବ୍ଲକ୍ର ପଲ୍ଲିଗଡ଼ ଗାଁରେ ଥିବା ତାଙ୍କ ପୈତୃକ ଘରେ ମଧ୍ୟ ଖୋଳତାଡ଼ କରାଯାଇଛି। ଏହି ଯାଞ୍ଚରେ କଟକ ଓ କେନ୍ଦ୍ରାପଡ଼ା ଭିଜିଲାନ୍ସର ଟିମ୍ ସାମିଲ ହୋଇଛନ୍ତି।
ତେବେ ଚଢ଼ାଉ ସମୟରେ କେତେ ପରିମାଣର ନଗଦ ଟଙ୍କା, ସମ୍ପତ୍ତି କିମ୍ବା ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଠାବ ହୋଇଛି, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଭିଜିଲାନ୍ସ ତଦନ୍ତ ଶେଷ ହେବା ପରେ ଏହାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ। ଏବେ ପ୍ରିନ୍ସିପାଲଙ୍କ ଆୟ ଓ ସମ୍ପତ୍ତିର ହିସାବ ମଧ୍ୟ ତଦନ୍ତ ପରିସରକୁ ଆସିଛି।
ଆଦିବାସୀ ସମ୍ପ୍ରଦାୟର ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ଜମ...
ମୁମ୍ବାଇ: ସୁନା ଅଳଙ୍କାର ବନ୍ଧକ ରଖି ଚାଷ ପାଇଁ ଋଣ ନେଉଥିବ...
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...
ଭେନେଜୁଏଲାର ତୈଳ କ୍ଷେତ୍ରରେ ଭାରତର ଉପସ୍ଥିତି ଆହୁରି ମଜଭୁ...
୧,୭୧୮ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ, ୨୫ ହଜାର ଉପରେ ନ...
ବିରୋଧୀ ଦଳଗୁଡ଼ିକର INDIA ମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍...
ଇସଲାମାବାଦ: ଆର୍ଥିକ ସଙ୍କଟ ଓ ବିଦେଶୀ ଋଣ ଚାପରେ ଥିବା ପାକ...
ଭାରତର ମହାନ ସଙ୍ଗୀତଜ୍ଞ, ଗାୟକ, କବି ଓ ଚଳଚ୍ଚିତ୍ର ନିର୍ମା...