ବୈତରଣୀ ନଦୀର ଉପର ଓ ମଧ୍ୟ ଅବବାହିକାରେ ଲଗାଣ ବର୍ଷା ହେବା ଫଳରେ ଓଡ଼ିଶାର ତଳିଆ ଅଞ୍ଚଳରେ ସାମାନ୍ୟ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ସୋମବାର ସୂଚନା ଦେଇ କହିଛନ୍ତି ଯେ, ଅପରାହ୍ନ ୪ଟା ପରେ ବୈତରଣୀ ନଦୀ ଆଖୁଆପଦାଠାରେ ବିପଦ ସୀମା ଅତିକ୍ରମ କରିପାରେ। ଏହାକୁ ନେଇ ତଳମୁଣ୍ଡ ଅଞ୍ଚଳଗୁଡ଼ିକୁ ସତର୍କ କରାଯାଇଛି।
ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯାଜପୁର, ଆଖୁଆପଦା ଓ ଭଦ୍ରକର କିଛି ତଳିଆ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ଉପୁଜିପାରେ। ବୈତରଣୀ ଅବବାହିକାରେ ହାରାହାରି ୭୩ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ଜୁନ୍ ମାସରେ ରାଜ୍ୟରେ ସ୍ୱାଭାବିକଠାରୁ ୪୭ ପ୍ରତିଶତ କମ୍ ବର୍ଷା ହୋଇଥିଲେ ମଧ୍ୟ, ଜୁଲାଇ ମାସର ପ୍ରଥମ କିଛି ଦିନରେ ଲଗାଣ ବର୍ଷା ଯୋଗୁଁ ପରିସ୍ଥିତି ବଦଳିଛି। ଜୁଲାଇର ସାଧାରଣ ହାର ୨୭୧.୬ ମିଲିମିଟର ଥିବାବେଳେ ଏପର୍ଯ୍ୟନ୍ତ ୩୨୭.୩ ମିଲିମିଟର ବର୍ଷା ରେକର୍ଡ ହୋଇସାରିଛି। ଗତ ୨୪ ଘଣ୍ଟାରେ ସୁବର୍ଣ୍ଣପୁରରେ ସର୍ବାଧିକ ବର୍ଷା ହୋଇଥିବାବେଳେ ବୌଦ୍ଧରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ ହୋଇଛି।
ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ମଧ୍ୟ ବୃଦ୍ଧି ପାଇଛି। ମଙ୍ଗଳବାର ସୁଦ୍ଧା ଏହା ପ୍ରାୟ ୨ ଲକ୍ଷ କ୍ୟୁସେକ୍ରେ ପହଞ୍ଚିବାର ସମ୍ଭାବନା ରହିଛି। ତେବେ ଜଳସ୍ତର ୬୦୭ ଆର୍ଏଲ୍ରେ ପହଞ୍ଚିବା ପର୍ଯ୍ୟନ୍ତ ଜଳ ନ ଛାଡ଼ିବାକୁ ବିଭାଗ ପ୍ରାଥମିକ ନିଷ୍ପତ୍ତି ନେଇଛି। ପରିସ୍ଥିତି ସମୀକ୍ଷା ପରେ ଜଳ ନିଷ୍କାସନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ଅନ୍ୟପଟେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଯାଜପୁର ଜିଲ୍ଲାର ଦଶରଥପୁର ଓ କୋରେଇ ବ୍ଲକର ତଳିଆ ଅଞ୍ଚଳ ପ୍ରଭାବିତ ହୋଇପାରେ। ଦଶାଶ୍ୱମେଧ ଘାଟ ନିକଟସ୍ଥ ସପ୍ତମାତୃକା ମନ୍ଦିର ପାଦଦେଶ ପର୍ଯ୍ୟନ୍ତ ପାଣି ପହଞ୍ଚିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି।
ଜଳସମ୍ପଦ ବିଭାଗ କହିଛି ଯେ, ଆନନ୍ଦପୁରରୁ ପ୍ରାୟ ୧୭୦୦ କ୍ୟୁମେକ୍ସ ପାଣି ଛଡ଼ାଯାଉଛି। ଏହି ଜଳ ଆଖୁଆପଦାରେ ପହଞ୍ଚିବା ବେଳକୁ ବିପଦ ସୀମା ଅତିକ୍ରମ କରିପାରେ। ଏହାକୁ ନେଇ ଜିଲ୍ଲା ପ୍ରଶାସନ ସହ ନିରନ୍ତର ଯୋଗାଯୋଗ ରଖାଯାଇଥିବାବେଳେ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ବୀମା ପଲିସି କିଣିବା ପରେ ଅନେକ ଲୋକଙ୍କ ପାଇଁ ସବୁଠୁ ବଡ଼ ସ...
ଦିଲ୍ଲୀର ସତ୍ୟ ନିକେତନରେ ‘Hostel Daze’ ନା...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...
ଟାଟା ମାଲିକାନାଧୀନJaguar Land Rover (JLR)ବ୍ରିଟେନ୍ରେ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ଗୁରୁଗ୍ରାମରDLF Primus ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟ କଡ...
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...
ମାରୁତି ସୁଜୁକି କାର୍ କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...