ଆମେରିକା ଓ ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ପ୍ରାଣ ହରାଇଥିବା ବୋଲି ଦାବି କରାଯାଉଥିବା ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାର୍ଥିବ ଶରୀର ଶୁକ୍ରବାର ତେହେରାନର ପ୍ରସିଦ୍ଧ ଗ୍ରାଣ୍ଡ୍ ମୋସାଲ୍ଲା କମ୍ପ୍ଲେକ୍ସରେ ପହଞ୍ଚିଛି। ଜାତୀୟ ପତାକାରେ ଆବୃତ କଫିନକୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ହଜାର ହଜାର ଲୋକ ସେଠାରେ ସମବେତ ହୋଇଥିଲେ। ଅନେକ ଶ୍ରଦ୍ଧାଳୁ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିବା ଦେଖିବାକୁ ମିଳିଛି।
ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଏହି ଅନ୍ତିମ ସଂସ୍କାରରେ ଦେଶବିଦେଶରୁ ଲକ୍ଷ ଲକ୍ଷ ଲୋକ ଓ ଅନେକ ବିଦେଶୀ ନେତା ଯୋଗଦେବେ ବୋଲି ଇରାନ ସରକାର ଆଶା ପ୍ରକାଶ କରିଛନ୍ତି।
ଇରାନର ସଂସଦ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ୍ ଦେଶବାସୀଙ୍କୁ ବହୁ ସଂଖ୍ୟାରେ ଶେଷକୃତ୍ୟରେ ସାମିଲ ହେବାକୁ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ଘଟଣା ପ୍ରତି ବିଶ୍ୱସ୍ତରରେ ଇରାନର ଏକତା ଓ ପ୍ରତିକ୍ରିୟା ପ୍ରକାଶ ପାଇବା ଆବଶ୍ୟକ।
୮୬ ବର୍ଷ ବୟସରେ ପ୍ରାଣ ହରାଇଥିବା ଖାମେନେଇଙ୍କ ଶେଷକୃତ୍ୟ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ବର୍ତ୍ତମାନ ଇରାନ ଓ ଆମେରିକା ମଧ୍ୟରେ ଅସ୍ଥାୟୀ ଯୁଦ୍ଧବିରତି ଜାରି ରହିଥିବା ବେଳେ ଏହି ରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସମେତ ଚୀନ୍, ଆଫଗାନିସ୍ତାନ ଓ ପ୍ରାୟ ୩୦ଟି ଦେଶର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି। ପ୍ରାୟ ୧.୫ରୁ ୨ କୋଟି ଲୋକ ଏଥିରେ ସାମିଲ ହୋଇପାରନ୍ତି, ଯାହା ଇରାନର ଇତିହାସର ସବୁଠାରୁ ବଡ଼ ଶେଷକୃତ୍ୟ ମଧ୍ୟରୁ ଗୋଟିଏ ହୋଇପାରେ।
ଶେଷକୃତ୍ୟକୁ ନଜରରେ ରଖି ତେହେରାନ, କୁମ୍ ଓ ମସାଦ ସହରରେ ସରକାରୀ ଛୁଟି ଘୋଷଣା କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ସହରର କେନ୍ଦ୍ରାଞ୍ଚଳରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି ଏବଂ ଆକାଶମାର୍ଗକୁ ମଧ୍ୟ ଆଂଶିକ ଭାବେ ବନ୍ଦ କରାଯାଇଛି।
ସୁରକ୍ଷା କାରଣରୁ ଖାମେନେଇଙ୍କ ପୁଅ ଏବଂ ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସାଧାରଣ ସଭାରେ ଉପସ୍ଥିତ ନ ହୋଇପାରନ୍ତି ବୋଲି ଇରାନର ପ୍ରତିନିଧି ଆୟାତୋଲ୍ଲା ହାକିମ ଇଲାହୀ ସୂଚନା ଦେଇଛନ୍ତି।
ତେହେରାନରେ ତିନି ଦିନ ଶ୍ରଦ୍ଧାଞ୍ଜଳି ପାଇଁ ରଖାଯିବା ପରେ ପାର୍ଥିବ ଶରୀରକୁ ଇରାକର ପବିତ୍ର ସହର ନଜାଫ୍ ଓ କରବଲା ନିଆଯିବ। ଶେଷରେ ଜୁଲାଇ ୯ ତାରିଖରେ ତାଙ୍କ ଜନ୍ମସ୍ଥାନ ମସାଦର ଇମାମ ରେଜା ଦରଗାହରେ ସମାଧି ଦିଆଯିବ ବୋଲି ସୂଚନା ମିଳିଛି।
ଓଡ଼ିଶାରେ ଆୟୁର୍ବେଦ ଚିକିତ୍ସା, ଉଚ୍ଚଶିକ୍ଷା ଓ ଗବେଷଣା କ୍...
ଭାରତର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଯୁବ ବ୍ୟାଟର ବ...
ରାଜ୍ୟବ୍ୟାପୀ ଡାକ୍ତର ଆନ୍ଦୋଳନକୁ ନେଇ ଓଡ଼ିଶା ସରକାର କଡ଼ା...
କ୍ରିକେଟ ପ୍ରତି ଭଲପାଇବା ଓ ନିଜ ପସନ୍ଦର ଖେଳାଳିଙ୍କୁ ଭେଟି...
ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ **ଏରମ ପ୍ରାଥ...
ଫିଫା ବିଶ୍ୱକପ୍ର ଏକ ରୋମାଞ୍ଚକର ନକ୍ଆଉଟ୍ ମ୍ୟାଚ୍ରେ କ୍ରୋଏ...
ଚଳିତ ଫିଫା ବିଶ୍ୱକପ୍ରେ ସହଆୟୋଜକ ଆମେରିକା ଦମଦାର ପ୍ରଦର୍ଶ...
ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଅନ୍ତର୍ଗତ ଖୁଲୁଡ଼ି ଝରଣ...
କୋରାପୁଟ ଜିଲ୍ଲାର ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡା...