ଆସାମରେ ବନ୍ୟାର ପ୍ରକୋପ ଏବେ ବି ଜାରି ରହିଛି। ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ଲଗାତାର ବର୍ଷା ରାଜ୍ୟର ଜନଜୀବନକୁ ଗୁରୁତର ଭାବେ ପ୍ରଭାବିତ କରିଛି। ରାଜ୍ୟର ଅନେକ ଅଞ୍ଚଳ ଏବେ ବି ଜଳମଗ୍ନ ରହିଥିବାବେଳେ ବନ୍ୟାରେ ମୃତ୍ୟୁସଂଖ୍ୟା ବଢ଼ି ୭୫ରେ ପହଞ୍ଚିଛି।
ଯଦିଓ ଗତ କିଛି ଦିନ ତୁଳନାରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଦେଖିବାକୁ ମିଳିଛି। ପୂର୍ବରୁ ପ୍ରାୟ ୪.୪୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ବର୍ତ୍ତମାନ ଏହି ସଂଖ୍ୟା ୩.୩୨ ଲକ୍ଷକୁ ହ୍ରାସ ପାଇଛି।
ଆସାମ ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (ASDMA) ଅନୁସାରେ, ମଙ୍ଗଳବାର ସିବସାଗର ଜିଲ୍ଲାର ନାଜିରା ରେଭେନ୍ୟୁ ସର୍କଲରେ ୭ ଜଣଙ୍କ ମୃତ୍ୟୁ ଘଟିବା ପରେ ମୋଟ ମୃତ୍ୟୁସଂଖ୍ୟା ୭୫କୁ ବୃଦ୍ଧି ପାଇଛି।
ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବନ୍ୟାରେ ମୃତ ଓ ନିଖୋଜ ବ୍ୟକ୍ତିଙ୍କ ପରିବାର ପାଇଁ ମୋଟ ୯ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।
ପୂର୍ବରୁ ମିଳୁଥିବା ୪ ଲକ୍ଷ ଟଙ୍କା ସହାୟତା ସହ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ଅତିରିକ୍ତ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏହା ସହିତ କ୍ଷତିପୂରଣ ପ୍ରକ୍ରିୟାକୁ ସରଳ କରାଯାଇଛି। ଏବେ କ୍ଷତିପୂରଣ ପାଇଁ ପୋଷ୍ଟମର୍ଟମ୍ ରିପୋର୍ଟ ଆବଶ୍ୟକ ହେବ ନାହିଁ। ସର୍କଲ ଅଫିସରଙ୍କ ପ୍ରମାଣପତ୍ର ଆଧାରରେ ପରିବାର ସହାୟତା ପାଇପାରିବେ।
ସିବସାଗର, ଚରାଇଦେଓ, ଯୋରହାଟ ଓ ଗୋଲାଘାଟ ଜିଲ୍ଲାର ପ୍ରାୟ ୧ ଲକ୍ଷ ପରିବାରଙ୍କୁ ତୁରନ୍ତ ସହାୟତା ସ୍ୱରୂପ ୧୫ ହଜାର ଟଙ୍କା ଦିଆଯିବ।
ଏହାଛଡ଼ା ଅରୁଣୋଦୟ ଯୋଜନାର ହିତାଧିକାରୀମାନେ ଅଗଷ୍ଟ ମାସରେ ସାଧାରଣ ୧,୨୫୦ ଟଙ୍କା ପରିବର୍ତ୍ତେ ୨,୫୦୦ ଟଙ୍କା ପାଇବେ।
ସେନା, ବାୟୁସେନା, ଏନ୍ଡିଆରଏଫ୍, ଏସ୍ଡିଆରଏଫ୍ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ବର୍ତ୍ତମାନ ୮୧ଟି ରିଲିଫ୍ କ୍ୟାମ୍ପରେ ୩୨ ହଜାରରୁ ଅଧିକ ଲୋକ ଆଶ୍ରୟ ନେଇଛନ୍ତି।
ଅନ୍ୟପଟେ ବନ୍ୟା ଯୋଗୁଁ ୪୫ ହଜାର ହେକ୍ଟରରୁ ଅଧିକ ଚାଷଜମି ଏବେ ବି ପାଣି ତଳେ ରହିଛି। କେତେକ ଅଞ୍ଚଳରେ ବନ୍ୟାଜଳ କମିବା ଆରମ୍ଭ ହୋଇଥିଲେ ମଧ୍ୟ ହଜାର ହଜାର ପରିବାର ଏବେ ବି ଘରକୁ ଫେରିପାରିନାହାନ୍ତି। ବନ୍ୟା ପରେ ସାଧାରଣ ଜୀବନକୁ ପୁନଃ ସ୍ୱାଭାବିକ କରିବା ଏବେ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି।
ବଲିଉଡର ବହୁ ପ୍ରତୀକ୍ଷିତ ପୌରାଣିକ ଚଳଚ୍ଚିତ୍ର **'ରାମ...
ଜୁଲାଇ ୨୦ ତାରିଖରେ ଦିଲ୍ଲୀର ଜନ୍ତର ମନ୍ତରଠାରେ ଆୟୋଜିତ &l...
ଭାରତ ବିଭାଜନର କଷ୍ଟଦାୟକ ଇତିହାସକୁ ପରଦାରେ ଜୀବନ୍ତ କରିବା...
ନୟାଗଡ଼ ବିଜେଡି ବିଧାୟକଅରୁଣ କୁମାର ସାହୁଙ୍କ ପାଇଁ ସୋମବାର...
ଜୁଲାଇ ୨୦ ତାରିଖରେ ଦିଲ୍ଲୀର ଜନ୍ତରମନ୍ତର ଏବଂ ଏହାର ଆଖପାଖ...
ଇଣ୍ଡିଆନ୍ ଆଇଡଲ୍ ସିଜନ୍–୧୬ର ବିଜେତା ତଥା ଓଡ଼ିଶାର...
ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ ଦିବ୍ୟସିଂହପୁର ଗ...
କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ପୂର୍ବ...
ସଂସଦର ମୌସୁମୀ ଅଧିବେଶନର ସପ୍ତମ ଦିନରେ ମଧ୍ୟ ଲୋକସଭା ଓ ରା...
ଓଡ଼ିଶା ପାଇଁ ଆଉ ଏକ ଗର୍ବର ଖବର। ଗଞ୍ଜାମ ଜିଲ୍ଲାର ବ୍ରହ୍ମ...
ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ବହୁଚର୍ଚ୍ଚିତ ମୃତ୍ୟୁ ମ...
ପ୍ରଶ୍ନପତ୍ର ଲିକ୍କୁ ନେଇ ଦେଶବ୍ୟାପୀ ହୋଇଥିବା ଛାତ୍ର ଆନ୍ଦ...