Suspended Aska SDPO Santosh Kumar Jena faces allegations related to non-payment for gold ornaments and extortion.

ସୁନା ଗହଣା କିଣି ଟଙ୍କା ନଦେବା ଅଭିଯୋଗରେ ଆସ୍କା SDPO ସସ୍ପେଣ୍ଡ

ସୁନା ଗହଣା କିଣି ଟଙ୍କା ପରିଶୋଧ ନକରିବା ଅଭିଯୋଗ ସହ ଅନ୍ୟାନ୍ୟ ବିବାଦକୁ ନେଇ ଆସ୍କା SDPO ସନ୍ତୋଷ କୁମାର ଜେନାଙ୍କୁ ରାଜ୍ୟ ଗୃହ ବିଭାଗ ସସ୍ପେଣ୍ଡ କରିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ଗଞ୍ଜାମ ଜିଲ୍ଲାର ଆସ୍କା SDPO ସନ୍ତୋଷ କୁମାର ଜେନାଙ୍କୁ ବିଭିନ୍ନ ଅଭିଯୋଗକୁ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସସ୍ପେଣ୍ଡ କରାଯାଇଛି। ସୁନା ଗହଣା କିଣି ଟଙ୍କା ନଦେବା ଅଭିଯୋଗ ସହ ଅନ୍ୟାନ୍ୟ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ସୂଚନା ଅନୁସାରେ, ସସ୍ପେଣ୍ଡ ଅବଧିରେ ସନ୍ତୋଷ କୁମାର ଜେନା ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ରହିବେ। ଏହାସହ ସେ ଆଇଜିଙ୍କ ଅନୁମତି ବିନା ମୁଖ୍ୟାଳୟ ଛାଡ଼ି କେଉଁଠିକୁ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଆସ୍କା ଅଞ୍ଚଳର ଏକ ଗହଣା ଦୋକାନରୁ SDPO ସୁନା ଗହଣା କିଣିଥିବା ବେଳେ ତାହାର ଟଙ୍କା ପରିଶୋଧ କରିନଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଏନେଇ ଗହଣା ଦୋକାନ ମାଲିକ ଡିଜିପି ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସେଲରେ ଲିଖିତ ଅଭିଯୋଗ କରିଥିଲେ।

ଘଟଣାକୁ ନେଇ ଦୋକାନୀ ଜଣକ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ଅପଲୋଡ କରିଥିଲେ। ପରେ ସେହି ଭିଡିଓକୁ ଡିଲିଟ କରାଯାଇଥିବା ସହ ଫେସବୁକ ଆକାଉଣ୍ଟ ମଧ୍ୟ ବନ୍ଦ କରାଯାଇଥିବା ଜଣାପଡ଼ିଛି।

ଘଟଣା ସମ୍ପର୍କରେ ଗଞ୍ଜାମ ଏସ୍ପିଙ୍କ ଠାରୁ ରିପୋର୍ଟ ତଲବ କରାଯାଇଥିଲା। ଏସ୍ପିଙ୍କ ରିପୋର୍ଟ ଆଧାରରେ ଗୃହ ବିଭାଗ ସସ୍ପେଣ୍ଡ ନିର୍ଦ୍ଦେଶ ଜାରି କରିଛି।

ଏହାଛଡ଼ା ସ୍ଥାନୀୟ ଅଞ୍ଚଳରେ SDPOଙ୍କ ବିରୋଧରେ ଆହୁରି କିଛି ଗୁରୁତର ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। କୋଟିନଡ଼ା ଥାନା ଅନ୍ତର୍ଗତ ସିନ୍ଧିନୂଆଗାଁର ଶିବରାମ ସାହୁ ଅଭିଯୋଗ କରିଛନ୍ତି ଯେ, ଆସ୍କା ଥାନାରେ ଦୀର୍ଘଦିନ ଧରି କାର୍ଯ୍ୟରତ କନଷ୍ଟେବଲ ମୁକ୍ତିରାମ ପ୍ରଧାନଙ୍କ ମାଧ୍ୟମରେ SDPO ବ୍ୟବସାୟୀମାନଙ୍କ ଠାରୁ ମାସିକ ଚାନ୍ଦା ଆଦାୟ କରୁଥିଲେ।

ଶିବରାମ ସାହୁ, ଯିଏ ନିଜ ସ୍ତ୍ରୀଙ୍କ ନାମରେ ଏକ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନ ଚଳାଉଛନ୍ତି, ସେ ଅଭିଯୋଗ କରିଛନ୍ତି ଯେ SDPO ତାଙ୍କୁ ପ୍ରତିମାସ ୧.୫ ଲକ୍ଷ ଟଙ୍କା ଦେବାକୁ ଚାପ ପକାଉଥିଲେ। ଉତ୍ପୀଡ଼ନର ଶିକାର ହୋଇ ସେ ମେ ୩ ତାରିଖରେ ୬ ଲକ୍ଷ ଟଙ୍କା ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି।

ପରେ ଏନେଇ ସେ ଆସ୍କା JMFC କୋର୍ଟରେ ମାମଲା ରୁଜୁ କରିଥିବା ସୂଚନା ମିଳିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ଚଞ୍ଚଳତା ଦେଖାଦେଇଛି।

Latest News
କିଭ୍‌ ଅଞ୍ଚଳରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଗୋଦାମରେ ବିସ୍ଫୋରଣ, ୩୭ ମୃତ; ପ୍ରାୟ ୪୦୦ ଜଣ ସ୍ଥାନାନ୍ତର

କିଭ୍‌ ଅଞ୍ଚଳରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଗୋଦାମରେ...

ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି; ମୃତାହତଙ୍କ ସମ୍ପର୍କରେ ବି ଅଜଣା ଅନେକ ତଥ୍ୟ

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି;...

ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...

Nepal Flash Floods: ଫରହାନ ଅଖତର, କଙ୍ଗନା ରଣାୱତଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ସହାୟତାର ଆହ୍ୱାନ

Nepal Flash Floods: ଫରହାନ ଅଖତର, କଙ୍ଗନା...

ନେପାଳ-ତିବ୍ବତ ସୀମାରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ସହାୟତା...

ଲିଓନେଲ ମେସି ଓ ଆର୍ଜେଣ୍ଟିନା: ଏକ ଭଲପାଇବାର କାହାଣୀ, ଯାହା ବଦଳାଇଦେଲା ଅନ୍ତର୍ଜାତୀୟ ଫୁଟବଲ୍‌ର ଇତିହାସ

ଲିଓନେଲ ମେସି ଓ ଆର୍ଜେଣ୍ଟିନା: ଏକ ଭଲପାଇବାର...

ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...

୬ ଜିଲ୍ଲାରେ ଅତିପ୍ରବଳ ବର୍ଷା! ବର୍ଷାରେ ଭିଜୁଛି ଓଡ଼ିଶା, ୨୪ ଜିଲ୍ଲାକୁ ଆଲର୍ଟ

୬ ଜିଲ୍ଲାରେ ଅତିପ୍ରବଳ ବର୍ଷା! ବର୍ଷାରେ ଭିଜୁଛି...

ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...

କଙ୍ଗନା ରଣାୱତ-ବାବା ରାମଦେବଙ୍କ ବିବାଦରେ ଅନ୍ତ, ରାକ୍ଷୀ ପୂର୍ଣ୍ଣିମାରେ ମିଠା ଦେଇ ମନାଇଲେ ରାମଦେବ

କଙ୍ଗନା ରଣାୱତ-ବାବା ରାମଦେବଙ୍କ ବିବାଦରେ ଅନ୍ତ, ରାକ୍ଷୀ...

ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ଏବଂ ଯୋଗଗୁର...

ଭାରତରେ ଗ୍ଲୋବାଲ୍ ବ୍ରାଣ୍ଡର ସ୍ୱାଦ ଓ ଗୁଣ କାହିଁକି ଅଲଗା? Fanta, Vaseline ଠାରୁ Head & Shoulders ପର୍ଯ୍ୟନ୍ତ ଜାଣନ୍ତୁ କାରଣ

ଭାରତରେ ଗ୍ଲୋବାଲ୍ ବ୍ରାଣ୍ଡର ସ୍ୱାଦ ଓ ଗୁଣ...

ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...

ଫ୍ରାନ୍ସରେ ଭୟଙ୍କର ଟର୍ନାଡୋ: ୩୯ ଆହତ, ୩୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ

ଫ୍ରାନ୍ସରେ ଭୟଙ୍କର ଟର୍ନାଡୋ: ୩୯ ଆହତ, ୩୦୦ରୁ...

ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...

Toxic ଫିଲ୍ମକୁ ନେଇ ୟଶଙ୍କୁ ଟାର୍ଗେଟ୍, ‘ଏହା କିପରି ଅନୁମୋଦନ ପାଇଲା?’: ଅନ୍ନାମଲାଇ

Toxic ଫିଲ୍ମକୁ ନେଇ ୟଶଙ୍କୁ ଟାର୍ଗେଟ୍, ‘ଏହା...

କନ୍ନଡ ଅଭିନେତା ୟଶଙ୍କ ଅଭିନୀତ ଫିଲ୍ମ **‘Toxic: A...

Toxic ଫିଲ୍ମ ରିଭ୍ୟୁକୁ ନେଇ ବିବାଦ, ୟୁଟ୍ୟୁବର୍‌-ଇନ୍‌ଫ୍ଲୁଏନ୍ସରଙ୍କୁ ଲିଗାଲ୍ ନୋଟିସ୍

Toxic ଫିଲ୍ମ ରିଭ୍ୟୁକୁ ନେଇ ବିବାଦ, ୟୁଟ୍ୟୁବର୍‌-ଇନ୍‌ଫ୍ଲୁଏନ୍ସରଙ୍କୁ...

ୟଶଙ୍କ ଅଭିନୀତ‘Toxic: A Fairy Tale for Grown-U...

୩୦ ମିନିଟ୍‌ରେ ୯ ମିଟର ବଢ଼ିଲା ନଦୀ ଜଳସ୍ତର: ହିମସ୍ଖଳନ ଯୋଗୁଁ ନେପାଳରେ ଭୟଙ୍କର ବନ୍ୟା?

୩୦ ମିନିଟ୍‌ରେ ୯ ମିଟର ବଢ଼ିଲା ନଦୀ...

ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+