ଏସିଆର କ୍ରୀଡ଼ା ମହାକୁମ୍ଭ ଏସୀୟ କ୍ରୀଡ଼ା ଆଜିଠୁ ଆନୁଷ୍ଠାନିକ ଭାବେ ଆରମ୍ଭ ହେଉଛି। ଜାପାନର ନାଗୋୟାସ୍ଥିତ ମିଜୁହୋ ଷ୍ଟାଡିୟମରେ ଆଜି ଉଦ୍ଘାଟନୀ ସମାରୋହ ଆୟୋଜିତ ହେବ। ତେବେ କ୍ରିକେଟ୍, ହକି, ବାସ୍କେଟବଲ୍ ଭଳି କିଛି କ୍ରୀଡ଼ାର ପ୍ରତିଯୋଗିତା ପୂର୍ବରୁ ଆରମ୍ଭ ହୋଇସାରିଛି।
ଉଦ୍ଘାଟନୀ ସମାରୋହରେ ଭାରତର ଜାତୀୟ ପତାକା ଧରିବେ ଅଲିମ୍ପିକ୍ ପଦକ ବିଜେତା ମନୁ ଭାକର ଏବଂ ଏସୀୟ କ୍ରୀଡ଼ାର ସଟ୍ପୁଟ୍ ସ୍ୱର୍ଣ୍ଣ ପଦକ ବିଜେତା ତଜିନ୍ଦରପାଲ୍ ସିଂହ ତୁର। ଭାରତୀୟ ସମୟ ଅନୁସାରେ ଦିନ ୨ଟା ୩୦ରୁ ଅପରାହ୍ଣ ସାଢ଼େ ୪ଟା ପର୍ଯ୍ୟନ୍ତ ଉଦ୍ଘାଟନୀ ସମାରୋହ ଚାଲିବ।
ଏଥର ଏସୀୟ କ୍ରୀଡ଼ାରେ ମୋଟ ୪୫ଟି ଦେଶର ପ୍ରାୟ ୧୭ ହଜାର କ୍ରୀଡ଼ାବିତ୍ ଓ ଅଧିକାରୀ ଅଂଶଗ୍ରହଣ କରୁଛନ୍ତି। ମୋଟ ୪୩ଟି କ୍ରୀଡ଼ାରେ ୪୬୯ଟି ଇଭେଣ୍ଟ ଆୟୋଜିତ ହେବ।
ଭାରତ ପକ୍ଷରୁ ଏଥର ୪୯୯ ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ଏଥିରେ ୨୬୭ ଜଣ ପୁରୁଷ ଓ ୨୩୨ ଜଣ ମହିଳା କ୍ରୀଡ଼ାବିତ୍ ରହିଛନ୍ତି। ଭାରତୀୟ ଆଥ୍ଲେଟିକ୍ସ ଦଳରେ ୭୪ ଜଣ ଆଥ୍ଲେଟ୍ ରହିଛନ୍ତି। ଭାରତ ମୋଟ ୪୩ଟି କ୍ରୀଡ଼ା ମଧ୍ୟରୁ ୩୬ଟି କ୍ରୀଡ଼ାରେ ଅଂଶଗ୍ରହଣ କରୁଛି।
କ୍ରିକେଟ୍, ହକି, ବନ୍ଧୁକ ଚାଳନା, ମୁଷ୍ଟିଯୁଦ୍ଧ, ତୀରନ୍ଦାଜି, ବ୍ୟାଡ୍ମିଣ୍ଟନ ଏବଂ ଆଥ୍ଲେଟିକ୍ସରେ ଭାରତରୁ ପଦକ ଆଶା କରାଯାଉଛି। ନାଗୋୟାରେ ଆଜିର ଉଦ୍ଘାଟନୀ ସମାରୋହ ସହ ଏସୀୟ କ୍ରୀଡ଼ାର ମୁଖ୍ୟ ପର୍ଯ୍ୟାୟ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ।
ଆଣ୍ଡାମାନ ସାଗରରେ ନୂଆ ପାଣିପାଗ ପ୍ରଣାଳୀ ଗଠନକୁ ନେଇ ଓଡ଼ି...
ପଶ୍ଚିମବଙ୍ଗରେ ଆଗାମୀ୬ ଅକ୍ଟୋବର ନନ୍ଦୀଗ୍ରାମ ଉପନିର୍ବାଚନପ...
ଭାରତ ଏଥର ଦୀର୍ଘ ସମୟ ପରେ ଏକ ଦୁର୍ବଳ ମୌସୁମୀ ଋତୁର ସାମ୍ନ...
ମଧ୍ୟପ୍ରଦେଶର ଇନ୍ଦୋରରେ ଶନିବାର ହେବାକୁ ଥିବା ରାହୁଲ ଗାନ୍...
UPI ପେମେଣ୍ଟରେ ଆସୁଥିବା ନୂଆ MDR ବ୍ୟବସ୍ଥାକୁ ନେଇ ପେଟ୍ର...
୨୦୨୬ର ପୋଷ୍ଟ-ମୌସୁମୀ ଋତୁକୁ ନେଇ ବାତ୍ୟା କାର୍ଯ୍ୟକଳାପର ଏ...