ଓଡ଼ିଶାରପାରାଦୀପସହରରେ ମଙ୍ଗଳବାର ଦିନଦ୍ୱିପ୍ରହରରେ ଏକ ସଶସ୍ତ୍ର ଡକାୟତି ଉଦ୍ୟମକୁ ସ୍ଥାନୀୟ ଲୋକଙ୍କ ତତ୍ପରତା ଓ ଜଣେ ମହିଳାଙ୍କ ସାହସିକତା ପଣ୍ଡ କରିଦେଇଛି। ଏହି ଘଟଣା ଉଦୟବିହାର କଲୋନୀ ଅଞ୍ଚଳରେ ଘଟିଥିବା ବେଳେ ସମଗ୍ର ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା।
ସୂଚନା ଅନୁଯାୟୀ, ଦୁଇଜଣ ଦୁର୍ବୃତ୍ତ ଏକ ମୋଟରସାଇକେଲରେ ଆସି ଭଡ଼ାରେ ଗାଡ଼ି ନେବାକୁ ଚାହୁଁଥିବା କହି ଜଣେ ଭଡ଼ାଟିଆଙ୍କ ଘରକୁ ପ୍ରବେଶ କରିଥିଲେ। ସେହି ସମୟରେ ଘରେ କେବଳ ଜଣେ ମହିଳା ଏକାକୀ ଥିଲେ।
ଘର ଭିତରକୁ ପ୍ରବେଶ କରିବା ପରେ ଅଭିଯୁକ୍ତମାନେ ମହିଳାଙ୍କୁ କାବୁ କରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ଅଭିଯୋଗ ହୋଇଛି। କିନ୍ତୁ ମହିଳା ଉପସ୍ଥିତ ବୁଦ୍ଧି ଖଟାଇ ଜୋରରେ ଚିତ୍କାର କରିଥିଲେ।
ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଓ ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ। ଏହି ସମୟରେ ଜଣେ ପଡ଼ୋଶୀ ମହିଳାଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଧମକ ଦେଇଥିବା ସୂଚନା ମିଳିଛି। ତେବେ ସ୍ଥାନୀୟ ଲୋକଙ୍କ ଭିଡ଼ ବଢ଼ୁଥିବା ଦେଖି ଅଭିଯୁକ୍ତମାନେ କୌଣସି ଲୁଟପାଟ ନ କରି ସେଠାରୁ ଫେରାର ହୋଇଯାଇଥିଲେ।
ପଳାୟନ ବେଳେ ଦୁର୍ବୃତ୍ତମାନେ ଏକ ଧାରୁଆ ଭୁଜାଲି, ହେଲମେଟ, ଗାମୁଛା ଓ ଏକ ବ୍ୟାଗ୍ ଘଟଣାସ୍ଥଳରେ ଛାଡ଼ି ଯାଇଥିଲେ। ପୁଲିସ ସେସବୁ ସାମଗ୍ରୀକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ଖବର ପାଇ ପାରାଦୀପ ଲକ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କ ପରିଚୟ ଜାଣିବା ପାଇଁ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଡକାୟତି ଉଦ୍ୟମର ପ୍ରକୃତ ଉଦ୍ଦେଶ୍ୟ ଏବଂ ଫେରାର ଦୁର୍ବୃତ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
ଦିଲ୍ଲୀର ସତ୍ୟ ନିକେତନରେ ‘Hostel Daze’ ନା...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ଭାରତରେ ବ୍ୟବହୃତ ଆଣ୍ଟି-ରାବିଜ୍ ଟିକାAbhayrabକୁ ନେଇ ପୁଣ...
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...