ଅନୁଗୁଳ ଜିଲ୍ଲାର ରେଙ୍ଗାଳି ଥାନା ଅନ୍ତର୍ଗତ କଦଳୀପାଳି ଗାଁ ନିକଟ ବ୍ରାହ୍ମଣୀ ନଦୀ କୂଳରେ ବୁଧବାର ଏକ ଅଘଟଣ ଘଟିଛି। ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ ସମୟରେ ଜଣେ ଯୁବକ ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି।
ମୃତ ଯୁବକଙ୍କ ପରିଚୟ ରାଜେଶ ଗୋଛାୟତ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ନଦୀ କୂଳବର୍ତ୍ତୀ କଦଳୀପାଳି ଗାଁରେ ଏକ ଜୁଆ ଆଡ୍ଡା ଚାଲୁଥିବା ନେଇ ପୋଲିସ ସ୍ପେଶାଲ ସ୍କ୍ୱାଡକୁ ଖବର ମିଳିଥିଲା। ଏହାପରେ ପୋଲିସ ଘଟଣାସ୍ଥଳରେ ଚଢ଼ାଉ କରିଥିଲା।
ପୋଲିସ ଟିମକୁ ଦେଖି ତିନି ଜଣ ବ୍ୟକ୍ତି ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଗିରଫରୁ ବଞ୍ଚିବା ପାଇଁ ସେମାନେ ବ୍ରାହ୍ମଣୀ ନଦୀକୁ ଡେଇଁ ପଡ଼ି ପାର ହୋଇ ଯିବାକୁ ଚେଷ୍ଟା କରିଥିବା କୁହାଯାଉଛି।
ତେବେ ଏହି ଉଦ୍ୟମ ବେଳେ ରାଜେଶ ଗୋଛାୟତ ନଦୀରେ ବୁଡ଼ି ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ସୁରକ୍ଷିତ ଭାବେ ବାହାରି ଆସିଥିବା ସୂଚନା ମିଳିଛି।
ଚଢ଼ାଉ ସମୟରେ ପୋଲିସ ଘଟଣାସ୍ଥଳରୁ ଦୁଇଟି ଅଟୋ-ରିକ୍ସା, ଦୁଇଟି କାର, ଗୋଟିଏ ବୋଲେରୋ, ଆଠଟି ମୋଟରସାଇକେଲ ଏବଂ ୩୫ ହଜାର ଟଙ୍କା ନଗଦ ଜବତ କରିଛି।
ଏହି ଘଟଣାରେ ୧୩ ଜଣଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି। ତେବେ ଖବର ଲେଖାଯିବା ସୁଦ୍ଧା ଘଟଣା ସମ୍ପର୍କରେ ପୋଲିସ କିମ୍ବା ମୃତକଙ୍କ ପରିବାର ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନଥିଲା।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ଚାଲିଥିବା ବିବାଦ ମଧ୍ୟ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...