Burnt motorcycle after hit-and-run accident near Samakoi Bridge in Angul district

ଅନୁଗୋଳରେ ହିଟ୍‌ ଆଣ୍ଡ ରନ୍‌ ଦୁର୍ଘଟଣା: ଜୀବନ୍ତ ଜଳିଗଲେ ଯୁବକ, ଅନ୍ୟଜଣଙ୍କ ଅବସ୍ଥା ଗୁରୁତର

ଅନୁଗୋଳ ଜିଲ୍ଲା ପାଳଲହଡା ଅଞ୍ଚଳର ସମକୋଇ ବ୍ରିଜ୍‌ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଜୀବନ୍ତ ଜଳି ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାର ପାଳଲହଡା ଅଞ୍ଚଳରେ ଶୁକ୍ରବାର ପ୍ରଭାତରେ ଘଟିଥିବା ଏକ ଭୟଙ୍କର ହିଟ୍ ଆଣ୍ଡ ରନ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପାଳଲହଡା ଅଞ୍ଚଳର ସମକୋଇ ବ୍ରିଜ୍ ନିକଟରେ ଘଟିଥିବା ସୂଚନା ମିଳିଛି।

ମୃତ ଯୁବକଙ୍କ ପରିଚୟ ତୁରଙ୍ଗ ଅଞ୍ଚଳର ଦୀପକ ପ୍ରଧାନ ଭାବେ ହୋଇଥିବା ବେଳେ ଆହତ ଯୁବକଙ୍କ ପରିଚୟ ଖବର ଲେଖାଯିବା ସୁଦ୍ଧା ମିଳିପାରିନଥିଲା।

ସୂଚନା ଅନୁଯାୟୀ, ପ୍ରଭାତ ପ୍ରାୟ ୪ଟା ସମୟରେ ଏକ ଅଜଣା ଗାଡ଼ି ମୋଟରସାଇକେଲକୁ ଧକ୍କା ଦେବା ପରେ ଦୁଇ ଯୁବକଙ୍କୁ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ରାସ୍ତାରେ ଘୋଷାଡ଼ି ନେଇଯାଇଥିବା ଅଭିଯୋଗ ହୋଇଛି।

ଧକ୍କାର ପ୍ରଭାବରେ ବାଇକ୍ରେ ନିଆଁ ଲାଗିଯାଇଥିଲା। ଫଳରେ ବାଇକ୍ ଚାଳକ ଦୀପକ ପ୍ରଧାନ ଗାଡ଼ି ସହ ଜୀବନ୍ତ ଜଳିଯାଇଥିବା ଜଣାପଡ଼ିଛି।

ଅନ୍ୟ ଆହତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଖମାର କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ନିଆଯାଇଥିଲା। ପରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ସ୍ଥାନୀୟ ଲୋକେ ସକାଳ ପ୍ରାୟ ୬ଟା ସମୟରେ ଘଟଣାଟି ଦେଖି ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୁଲିସ ଦୁର୍ଘଟଣାରେ ସଂପୃକ୍ତ ଅଜଣା ଗାଡ଼ିକୁ ଚିହ୍ନଟ କରିବାକୁ ଚେଷ୍ଟା କରୁଥିବା ବେଳେ ଖବର ଲେଖାଯିବା ସୁଦ୍ଧା ଗାଡ଼ି ସମ୍ପର୍କରେ କୌଣସି ସୂଚନା ମିଳିନଥିଲା।

Latest News
କିଭ୍‌ ଅଞ୍ଚଳରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଗୋଦାମରେ ବିସ୍ଫୋରଣ, ୩୭ ମୃତ; ପ୍ରାୟ ୪୦୦ ଜଣ ସ୍ଥାନାନ୍ତର

କିଭ୍‌ ଅଞ୍ଚଳରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଗୋଦାମରେ...

ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...

ଟିଏମ୍‌ସି କାର୍ଯ୍ୟାଳୟରେ ଆକ୍ରମଣ ନେଇ ମମତାଙ୍କ ଚେତାବନୀ, ବିଜେପି ନେତାଙ୍କ ଘର ଆଗରେ ଧାରଣା ଦେବାକୁ ଧମକ

ଟିଏମ୍‌ସି କାର୍ଯ୍ୟାଳୟରେ ଆକ୍ରମଣ ନେଇ ମମତାଙ୍କ ଚେତାବନୀ,...

କୋଲକାତାର କ୍ୟାମାକ୍ ଷ୍ଟ୍ରିଟ୍‌ରେ ଥିବା ତୃଣମୂଳ କଂଗ...

ଲିଓନେଲ ମେସି ଓ ଆର୍ଜେଣ୍ଟିନା: ଏକ ଭଲପାଇବାର କାହାଣୀ, ଯାହା ବଦଳାଇଦେଲା ଅନ୍ତର୍ଜାତୀୟ ଫୁଟବଲ୍‌ର ଇତିହାସ

ଲିଓନେଲ ମେସି ଓ ଆର୍ଜେଣ୍ଟିନା: ଏକ ଭଲପାଇବାର...

ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...

ସରଲା ଭଟ୍ଟ ହତ୍ୟା ମାମଲାରେ ୟାସିନ ମଲିକଙ୍କ ବଡ଼ ଦାବି, କହିଲେ- ‘ମୋତେ ମୃତ୍ୟୁଦଣ୍ଡ ଦିଅ’

ସରଲା ଭଟ୍ଟ ହତ୍ୟା ମାମଲାରେ ୟାସିନ ମଲିକଙ୍କ...

ଜେଲ୍‌ରେ ଥିବା ଜମ୍ମୁ-କଶ୍ମୀର ଲିବରେସନ୍ ଫ୍ରଣ୍ଟ (JK...

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି; ମୃତାହତଙ୍କ ସମ୍ପର୍କରେ ବି ଅଜଣା ଅନେକ ତଥ୍ୟ

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି;...

ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...

ଦିଲ୍ଲୀ ଜଳ ବୋର୍ଡ ଟେଣ୍ଡର ଦୁର୍ନୀତି ମାମଲା: AAP ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ

ଦିଲ୍ଲୀ ଜଳ ବୋର୍ଡ ଟେଣ୍ଡର ଦୁର୍ନୀତି ମାମଲା:...

ଦିଲ୍ଲୀ ଜଳ ବୋର୍ଡ (DJB)ର ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ...

କଶ୍ମୀରୀ ପଣ୍ଡିତଙ୍କୁ ଧମକ ନେଇ ଫାରୁକ ଅବଦୁଲ୍ଲାଙ୍କ ବଡ଼ ଅଭିଯୋଗ, କହିଲେ- ରାଜ୍ୟ ମାନ୍ୟତା ରୋକିବାକୁ ଷଡ଼ଯନ୍ତ୍ର

କଶ୍ମୀରୀ ପଣ୍ଡିତଙ୍କୁ ଧମକ ନେଇ ଫାରୁକ ଅବଦୁଲ୍ଲାଙ୍କ...

ଜମ୍ମୁ-କଶ୍ମୀରରେ କଶ୍ମୀରୀ ପଣ୍ଡିତ କର୍ମଚାରୀଙ୍କୁ ଧମକ ମିଳ...

ଭାରତରେ ଗ୍ଲୋବାଲ୍ ବ୍ରାଣ୍ଡର ସ୍ୱାଦ ଓ ଗୁଣ କାହିଁକି ଅଲଗା? Fanta, Vaseline ଠାରୁ Head & Shoulders ପର୍ଯ୍ୟନ୍ତ ଜାଣନ୍ତୁ କାରଣ

ଭାରତରେ ଗ୍ଲୋବାଲ୍ ବ୍ରାଣ୍ଡର ସ୍ୱାଦ ଓ ଗୁଣ...

ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+