ରଥଯାତ୍ରା-୨୦୨୬ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସୋମବାର ପୁରୀ ବଡ଼ଦାଣ୍ଡରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ଏକ ବୃହତ୍ ମକ୍ ଡ୍ରିଲ୍ ଆୟୋଜନ କରାଯାଇଛି। ରଥଯାତ୍ରା ସମୟରେ କୌଣସି ଅପ୍ରୀତିକର ଘଟଣା ଘଟିଲେ ତୁରନ୍ତ ଓ ପ୍ରଭାବଶାଳୀ ଭାବେ ମୁକାବିଲା କରିବା ପାଇଁ ଏହି ଅଭ୍ୟାସ କରାଯାଇଛି।
ମକ୍ ଡ୍ରିଲ୍ରେ ଅଗ୍ନିଶମ କର୍ମଚାରୀମାନେ ହାଇଡ୍ରୋଲିକ୍ ରେସ୍କ୍ୟୁ ଉପକରଣ, ଏରିଆଲ୍ ଲାଡର, ହେଭି-ଡ୍ୟୁଟି କଟର, ସ୍ପ୍ରେଡର, ରୋବୋଟିକ୍ ଡିଭାଇସ୍ ସମେତ ବିଭିନ୍ନ ଅତ୍ୟାଧୁନିକ ଉଦ୍ଧାର ସାମଗ୍ରୀର ପ୍ରଦର୍ଶନ କରିଥିଲେ। ଜରୁରୀ ସମୟରେ ଉଦ୍ଧାର କାର୍ଯ୍ୟ, ସ୍ଥାନାନ୍ତରଣ ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ମଧ୍ୟ ପରୀକ୍ଷା କରାଯାଇଥିଲା।
ଅଗ୍ନିଶମ ବିଭାଗର ଆଇଜି ଉମାଶଙ୍କର ଦାସ କହିଛନ୍ତି ଯେ, ରଥଯାତ୍ରା ସମୟରେ ଅଗ୍ନିକାଣ୍ଡ ରୋକିବା ପାଇଁ ବଡ଼ଦାଣ୍ଡରେ ଥିବା ସମସ୍ତ ଗ୍ୟାସ୍ ସିଲିଣ୍ଡର ଓ ବିଦ୍ୟୁତ ବ୍ୟବସ୍ଥାର ସୁରକ୍ଷା ଯାଞ୍ଚ କରାଯାଉଛି। ଏଥିସହ ପୁରୀକୁ ଆସୁଥିବା ରାସ୍ତାରେ ସଡ଼କ ଦୁର୍ଘଟଣା ଘଟିଲେ ଗାଡ଼ିରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ଆଧୁନିକ ଉପକରଣ ଓ ପ୍ରଶିକ୍ଷିତ କର୍ମଚାରୀ ପ୍ରସ୍ତୁତ ରହିଛନ୍ତି।
ସମୁଦ୍ର ଓ ପବିତ୍ର ପୁଷ୍କରିଣୀଗୁଡ଼ିକରେ ଜଳ ସୁରକ୍ଷା ପାଇଁ ପ୍ରାୟ୫୦୦ ଲାଇଫଗାର୍ଡନିୟୋଜିତ କରାଯିବ। ବଡ଼ଦାଣ୍ଡ କିମ୍ବା ସହରରେ ବର୍ଷା ଯୋଗୁଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଲେ ଶୀଘ୍ର ଜଳ ନିଷ୍କାସନ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଭିଡ଼ ମଧ୍ୟରେ କୌଣସି ଶ୍ରଦ୍ଧାଳୁ ଅସୁସ୍ଥ ହେଲେ କିମ୍ବା ଫସି ରହିଲେ ତାଙ୍କୁ ଉଦ୍ଧାର କରିବା ପାଇଁ୨୫ଟି ସ୍ପେଶାଲ୍ ରେସ୍କ୍ୟୁ ୟୁନିଟ୍ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍ରେ ପାଞ୍ଚ ଜଣ ସଦସ୍ୟ ରହିବେ। ସେମାନେ ଘଟଣାସ୍ଥଳରେ ପ୍ରାଥମିକ ଚିକିତ୍ସା ଯୋଗାଇ ଆବଶ୍ୟକ ହେଲେ ହସ୍ପିଟାଲକୁ ପଠାଇବେ।
ଏହାବ୍ୟତୀତ ଡଗ୍ ସ୍କ୍ୱାଡ୍ର ଭୂମିକା ଓ ଭଙ୍ଗା କୋଠା କିମ୍ବା ଦୁର୍ଗମ ସ୍ଥାନରେ ଉଦ୍ଧାର କାର୍ଯ୍ୟର ପ୍ରଦର୍ଶନ ମଧ୍ୟ କରାଯାଇଥିଲା। ସ୍ନାନ ପୂର୍ଣ୍ଣିମାରେ ୪୦ ହଜାର ଲିଟରରୁ ଅଧିକ ପାଣି ସିଞ୍ଚନ କରାଯାଇଥିବା ବେଳେ ଚଳିତ ବର୍ଷ ଲକ୍ଷାଧିକ ଲିଟର ପାଣି ସିଞ୍ଚନ କରାଯିବ ବୋଲି ଆଇଜି ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ପୁରୀ ସମୁଦ୍ରକୂଳରେ ଲାଇଫଗାର୍ଡମାନେ ମଧ୍ୟ ମକ୍ ଡ୍ରିଲ୍ କରି ବୁଡ଼ିଯାଉଥିବା ବ୍ୟକ୍ତିଙ୍କୁ କିପରି ଉଦ୍ଧାର କରାଯିବ ଓ ପ୍ରାଥମିକ ଚିକିତ୍ସା ଦିଆଯିବ ସେନେଇ ସଚେତନତା ସୃଷ୍ଟି କରିଥିଲେ।
ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...
ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳିଏସ୍. ବଦ୍ରିନାଥଭ...
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...