Tribal families in Kumiapali village oppose relocation for the Lower Suktel Irrigation Project in Bolangir.

‘ମରିଯିବୁ, କିନ୍ତୁ ଗାଁ ଛାଡ଼ିବୁନି’: ଲୋୟର ସୁକତେଲ ପ୍ରକଳ୍ପ ପାଇଁ ସ୍ଥାନାନ୍ତରଣକୁ ୮୪ ଆଦିବାସୀ ପରିବାରଙ୍କ ବିରୋଧ

ବଲାଙ୍ଗିର ଜିଲ୍ଲାର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ କୁମିଆପାଲି ଗାଁ ଜଳମଗ୍ନ ହେବାକୁ ଥିବା ବେଳେ ଅବଶିଷ୍ଟ ୮୪ଟି ଆଦିବାସୀ ପରିବାର ସ୍ଥାନାନ୍ତରଣକୁ ବିରୋଧ କରିଛନ୍ତି। ସେମାନଙ୍କ ୧୦ ଦଫା ଦାବି ପୂରଣ ନହେଲେ ଗାଁ ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ନେଇ ବଲାଙ୍ଗିର ଜିଲ୍ଲାରକୁମିଆପାଲି ଗାଁରେ ପ୍ରଶାସନ ଓ ସ୍ଥାନୀୟ ଆଦିବାସୀ ବାସିନ୍ଦାଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଚଳିତ ବର୍ଷ ଜଳଭଣ୍ଡାରକୁ ପୂର୍ଣ୍ଣ କ୍ଷମତାରେ ପାଣି ଭରି ସେପ୍ଟେମ୍ବରରୁ ଜଳସେଚନ ପାଇଁ ପାଣି ଛାଡ଼ିବାକୁ ସରକାର ଯୋଜନା କରିଥିବା ବେଳେ, ଅବଶିଷ୍ଟ୮୪ଟି ଆଦିବାସୀ ପରିବାରସ୍ଥାନାନ୍ତରଣକୁ ସିଧାସଳଖ ବିରୋଧ କରିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁସାରେ, ସେମାନଙ୍କ୧୦ ଦଫା ଦାବିପୂରଣ ନହେଲେ ସେମାନେ ଗାଁ ଛାଡ଼ିବେ ନାହିଁ।

'ଦାବି ପୂରଣ ନହେଲେ ଗାଁ ଛାଡ଼ିବୁ ନାହିଁ'

ପ୍ରକଳ୍ପର ଜଳଭଣ୍ଡାର ପୂର୍ଣ୍ଣ ହେଲେ କୁମିଆପାଲି ଗାଁ ଜଳମଗ୍ନ ହେବ। ଅଧିକାଂଶ ପରିବାର ପୂର୍ବରୁ ସ୍ଥାନାନ୍ତରିତ ହୋଇଥିବା ବେଳେ ବାକି ପରିବାରମାନେ ଅଭିଯୋଗ କରିଛନ୍ତି ଯେ, ଦୀର୍ଘ ଦିନ ଧରି ଗାଁରେ ମୌଳିକ ସୁବିଧା ସମ୍ପୂର୍ଣ୍ଣ ଭାବେ ଅବହେଳିତ ହୋଇଛି।

ଗାଁର ୱାର୍ଡ ସଦସ୍ୟ ପ୍ରେମରାଜ ବରିହା କହିଛନ୍ତି,"ଆମ ଗାଁରେ ପୂର୍ବରୁ ୨୪୦ ପରିବାର ଥିଲେ। ବର୍ତ୍ତମାନ ମାତ୍ର ୮୪ ପରିବାର ରହିଛନ୍ତି। ଆମେ ୧୦ ଦଫା ଦାବି ରଖିଛୁ, କିନ୍ତୁ ଗୋଟିଏ ବି ଦାବି ପୂରଣ ହୋଇନାହିଁ। ୨୦୨୨ ମସିହାରୁ ଗାଁର ସମସ୍ତ ଟ୍ୟୁବୱେଲ, ଅଙ୍ଗନୱାଡି କେନ୍ଦ୍ର ଓ ସ୍କୁଲ ବନ୍ଦ ହୋଇଯାଇଛି।"

ସେ ଆହୁରି କହିଛନ୍ତି ଯେ, ସେମାନେଓଡ଼ିଶା ହାଇକୋର୍ଟ,ଜାତୀୟ ମାନବାଧିକାର ଆୟୋଗଏବଂମୁଖ୍ୟମନ୍ତ୍ରୀଙ୍କନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି। ଦାବି ପୂରଣ ନହେଲେ ଆଧାର କାର୍ଡ଼ଠାରୁ ରାସନ କାର୍ଡ଼ ପର୍ଯ୍ୟନ୍ତ ସମସ୍ତ ସରକାରୀ ପରିଚୟପତ୍ର ଫେରାଇ ଦେବେ ବୋଲି ସେ କହିଛନ୍ତି।

ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରଣ ପ୍ରସ୍ତୁତି

ଲୋୟର ସୁକତେଲ ପ୍ରକଳ୍ପର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଅଜୟ କୁମାର ବେହେରାକହିଛନ୍ତି ଯେ, ଚଳିତ ବର୍ଷ ଜଳଭଣ୍ଡାରକୁFRL 206ପର୍ଯ୍ୟନ୍ତ ପାଣି ଭରିବାକୁ ସମସ୍ତ ପ୍ରସ୍ତୁତି ସରିଛି।

ଅବଶିଷ୍ଟ ପରିବାରଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଉଛି ଏବଂ ସେମାନଙ୍କ ଦାବିଗୁଡ଼ିକୁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ସହ ଆଲୋଚନା କରାଯାଉଥିବା ସେ ସୂଚନା ଦେଇଛନ୍ତି।

Latest News
ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର, ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ : କେମିତି କଟିବ ଆପଣଙ୍କ ସପ୍ତାହ?

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର,...

ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...

ହର୍ମୁଜ୍‌ ପ୍ରଣାଳୀ ବାହାରେ ‘ଏକ୍ସକ୍ଲୁଜନ୍ ଜୋନ୍’ ଘୋଷଣା କରିବ ଇରାନ, ଆମେରିକା ସହ ବଢ଼ିଲା ତିକ୍ତତା

ହର୍ମୁଜ୍‌ ପ୍ରଣାଳୀ ବାହାରେ ‘ଏକ୍ସକ୍ଲୁଜନ୍ ଜୋନ୍’ ଘୋଷଣା...

ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...

‘ନ୍ୟୁ ମେକ୍ସିକୋ’ ହେବ ‘ନ୍ୟୁ ଆମେରିକା’? ଟ୍ରମ୍ପଙ୍କ ମ୍ୟାପ୍ ପୋଷ୍ଟକୁ ନେଇ ଚର୍ଚ୍ଚା

‘ନ୍ୟୁ ମେକ୍ସିକୋ’ ହେବ ‘ନ୍ୟୁ ଆମେରିକା’? ଟ୍ରମ୍ପଙ୍କ...

ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧ ବିଲିୟନ୍ ଡଲାରର ବ୍ୟବସାୟରେ ପରିଣତ କଲା କମ୍ପାନୀ

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧...

ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...

ନେପାଳ ବନ୍ୟାରେ ଉଦ୍ଧାରକାରୀ କୁକୁରଙ୍କ ବଡ଼ ଭୂମିକା, ଧ୍ୱଂସାବଶେଷ ତଳୁ ୨୬ ମୃତଦେହ ଠାବ

ନେପାଳ ବନ୍ୟାରେ ଉଦ୍ଧାରକାରୀ କୁକୁରଙ୍କ ବଡ଼ ଭୂମିକା,...

ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର Bhotekoshi ବନ୍ୟା...

ଚଣ୍ଡୀଗଡ଼, ନଦୀଜଳ ଓ ବନ୍ଦୀ ଶିଖଙ୍କ ପ୍ରସଙ୍ଗରେ ସ୍ପଷ୍ଟତା ନଆସିଲେ ବିଜେପି ସହ ମେଣ୍ଟ ନାହିଁ: SAD (ପୁନର ସୁରଜିତ)

ଚଣ୍ଡୀଗଡ଼, ନଦୀଜଳ ଓ ବନ୍ଦୀ ଶିଖଙ୍କ ପ୍ରସଙ୍ଗରେ...

ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...

ଗ୍ୟିରୋଙ୍ଗ ପୋଷ୍ଟ ଧ୍ୱଂସ: ନେପାଳ ବନ୍ୟାରେ ଚୀନ୍-ନେପାଳ BRI ରେଳ ପ୍ରକଳ୍ପ ନେଇ ବଢ଼ିଲା ଚିନ୍ତା

ଗ୍ୟିରୋଙ୍ଗ ପୋଷ୍ଟ ଧ୍ୱଂସ: ନେପାଳ ବନ୍ୟାରେ ଚୀନ୍-ନେପାଳ...

ନେପାଳର ଉତ୍ତର ଅଞ୍ଚଳରେ ଘଟିଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳ...

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର ୨୦୨୬

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର...

ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...

ବିଜୟଙ୍କ ନେତୃତ୍ୱାଧୀନ ତାମିଲନାଡୁ ମେଣ୍ଟକୁ ମିଳିବ ନୂଆ ନାଁ, ତିଆରି ହେବ ସ୍ୱତନ୍ତ୍ର ରାଜନୈତିକ ପରିଚୟ

ବିଜୟଙ୍କ ନେତୃତ୍ୱାଧୀନ ତାମିଲନାଡୁ ମେଣ୍ଟକୁ ମିଳିବ ନୂଆ...

ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+