ବାଲେଶ୍ୱର ଜିଲ୍ଲା ନୀଳଗିରିର ସାନ୍ତରାଗଡ଼ିଆ ବଜାର ଅଞ୍ଚଳରେ ଏକ ଘର ଭିତରେ ବିଶାଳ ଅଜଗର ସାପ ପଶିଯିବାରୁ ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ। ପ୍ରାୟ୮ ଫୁଟ୍ ଲମ୍ବର ଅଜଗରଘର ଭିତରେ ଥିବା ଦେଖି ପରିବାର ଲୋକେ ରାତିସାରା ଘର ବାହାରେ ରହିଥିବା ଜଣାପଡ଼ିଛି।
ସୋମବାର ରାତିରେ ପୂର୍ବତନ ନୀଳଗିରି ଜିଲ୍ଲା ପରିଷଦ ସଦସ୍ୟା ମାଳତୀ ମାଝୀ ଖାଇସାରି ଶୋଇବାକୁ ଯାଉଥିଲେ। ଏହି ସମୟରେ ତାଙ୍କ ବିଛଣା ନିକଟରୁ ଏକ ଭୟଙ୍କର ଫୁତ୍କାର ଶବ୍ଦ ଶୁଣିବାକୁ ମିଳିଥିଲା। ସେ ଭୟଭୀତ ହୋଇ ତୁରନ୍ତ ଘର ବାହାରକୁ ଚାଲିଯାଇ ପଡ଼ୋଶୀଙ୍କୁ ଖବର ଦେଇଥିଲେ।
ମାଳତୀ ମାଝୀଙ୍କ କହିବା ଅନୁସାରେ, ଶୋଇବା ପୂର୍ବରୁ ସେ ଘରର କାନ୍ଥ ଉପରେ ଏକ ବିଶାଳ ସାପ ଧୀରେ ଧୀରେ ଚାଲୁଥିବା ଦେଖିଥିଲେ। ଏହାପରେ ସେ ପଡ଼ୋଶୀ ଓ ସ୍ଥାନୀୟ ଲୋକଙ୍କୁ ଡାକିବା ସହ ବନ ବିଭାଗକୁ ମଧ୍ୟ ସୂଚନା ଦେଇଥିଲେ।
ପଡ଼ୋଶୀମାନେ ଘରକୁ ଆସି ଦେଖିବା ବେଳେ ବିଛଣା ନିକଟରେ ଏକ ବିଶାଳ ଅଜଗର ଥିବା ଦେଖିଥିଲେ। ସାପଟିକୁ ଦେଖି ପରିବାର ଲୋକେ ଏତେ ଭୟଭୀତ ହୋଇପଡ଼ିଥିଲେ ଯେ, ଘର ଭିତରେ ଶୋଇବା ପରିବର୍ତ୍ତେ ରାତିସାରା ଦ୍ୱାର ପାଖରେ ବସି ରହିଥିଲେ।
ଖବର ପାଇ ସ୍ଥାନୀୟ ସାପ ଉଦ୍ଧାରକାରୀଶିବ ଶଙ୍କର ମାଧୁଆଳଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ସୁରକ୍ଷିତ ଭାବେ ଅଜଗରଟିକୁ ଉଦ୍ଧାର କରିଥିଲେ।
ପରେ ଅଜଗରଟିକୁ ତାହାର ପ୍ରାକୃତିକ ପରିବେଶକୁ ଫେରାଇବା ପାଇଁପଞ୍ଚଲିଙ୍ଗେଶ୍ୱର ନିକଟସ୍ଥ କୁଳଡିହା ବନ୍ୟପ୍ରାଣୀ ଅଭୟାରଣ୍ୟରେଛାଡ଼ି ଦିଆଯାଇଥିଲା।
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...
ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...
ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...
କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...
ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...