ପ୍ରଯୁକ୍ତି ବୟସର ସୀମା ମାନେନାହିଁ—ଏହାର ଏକ ରୋଚକ ଉଦାହରଣ ବିମାନ ଯାତ୍ରା ସମୟରେ ଦେଖିବାକୁ ମିଳିଛି। X ୟୁଜର Teknosaur ତାଙ୍କ 77 ବର୍ଷୀୟ ସହଯାତ୍ରୀଙ୍କ ଏକ ଆକର୍ଷଣୀୟ କାହାଣୀ ସେୟାର କରିଛନ୍ତି।
ବିମାନ ଉଡ଼ାଣ ପୂର୍ବରୁ ଏହି ବୟସ୍କ ବ୍ୟକ୍ତି ନିଜ ଫୋନରେ ChatGPT ବ୍ୟବହାର କରି Vertical Farming ସମ୍ପର୍କିତ ଏକ Business Plan ତିଆରି କରୁଥିଲେ। ସେ ନିଜର ବ୍ୟବସାୟ ଧାରଣା, ଯୋଜନା ଓ ଆବଶ୍ୟକ ତଥ୍ୟ ସମ୍ପର୍କରେ AI ସହ ଆଲୋଚନା କରୁଥିଲେ।
ତେବେ Teknosaurଙ୍କ ନଜର ଆକର୍ଷିଥିଲା ତାଙ୍କର ChatGPT ସହ କଥାହେବାର ଶୈଳୀ। ସେ AIକୁ ମଧ୍ୟ ଜଣେ ବ୍ୟକ୍ତିଙ୍କ ପରି ସମ୍ମାନ ଦେଇ ‘Sir’ ବୋଲି ସମ୍ବୋଧନ କରୁଥିଲେ।
ସେୟାର ହୋଇଥିବା ChatGPT conversation screenshotରେ ବୟସ୍କ ବ୍ୟକ୍ତି AIର guidance ପାଇଁ ଧନ୍ୟବାଦ ଦେବା ସହ ପୁଣି ଫେରି କଥାହେବେ ଏବଂ ଦିଆଯାଇଥିବା files download କରିବେ ବୋଲି ଲେଖିଥିବା ଦେଖାଯାଇଥିଲା।
ଏହା ପରେ ଦୁଇ ସହଯାତ୍ରୀଙ୍କ ମଧ୍ୟରେ ମଧ୍ୟ ଭଲ କଥାବାର୍ତ୍ତା ହୋଇଥିଲା। Teknosaur ହାସ୍ୟରସରେ ତାଙ୍କୁ ନିଜର ନୂଆ ‘bestie’ ବୋଲି କହିଥିଲେ ଏବଂ 77 ବର୍ଷ ବୟସରେ ମଧ୍ୟ ତାଙ୍କର ନୂଆ business idea ଓ AI technology ପ୍ରତି ଉତ୍ସାହକୁ ପ୍ରଶଂସା କରିଥିଲେ।
ପୋଷ୍ଟଟି Xରେ ଭାଇରାଲ ହେବା ପରେ ଅନେକ ୟୁଜର ମଜାଦାର ପ୍ରତିକ୍ରିୟା ଦେଇଥିଲେ। କିଛି ଲୋକ ମଜା କରି କହିଥିଲେ ଯେ ଭବିଷ୍ୟତରେ AI ଶକ୍ତିଶାଳୀ ହେଲେ, ‘please’, ‘thank you’ ଓ ‘sir’ କହୁଥିବା ଲୋକଙ୍କୁ ସେ ନିଶ୍ଚୟ ମନେ ରଖିବ।
ଅନ୍ୟପଟେ, ଅନେକଙ୍କ ମତରେ ଏହି ଘଟଣା AI କିପରି ଭିନ୍ନ ବୟସ ଓ ପିଢ଼ିର ଲୋକଙ୍କ ଦୈନନ୍ଦିନ ପ୍ରଶ୍ନ, business idea ଏବଂ ନୂଆ କିଛି ଶିଖିବାରେ ସହାୟକ ହେଉଛି, ତାହାର ଏକ ସୁନ୍ଦର ଉଦାହରଣ।
ଆମେରିକାରେ ଭାରତୀୟ ଏସାର ଗ୍ରୁପ୍ର ଏକ ବଡ଼ ଇସ୍ପାତ ପ୍ରକଳ୍...
WhatsAppରେ ଆସିଲା ସନ୍ଦେହଜନକ ମେସେଜ୍ ଲକ୍ଷ୍ନୌରୁ ସାମ...
ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲାରେ ସୁପ୍ରିମ...
୧୯୯୪ ମସିହାରେ ମାତ୍ର ୫୦୦ ଟଙ୍କା ମାସିକ ଦରମାରେ ସରକାରୀ ଚ...
ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କରେ ସୁଧାର ଆସୁଥ...
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AIକୁ ନେଇ ଆମେରିକାରେ ଏକ...
ବରଗଡ଼ ଜିଲ୍ଲାର ଜଣେ ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସର (PEO...
ଆଣ୍ଟାର୍କଟିକାରେ ସମୁଦ୍ର ବରଫର ପରିମାଣକୁ ନେଇ ବୈଜ୍ଞାନିକଙ...