ଭୁବନେଶ୍ୱର ଉପକଣ୍ଠରେ ପୁଣି ଏକ ଅଘଟଣ।କୁଆଖାଇ ନଦୀକୁ ଡେଇଁ ପଡ଼ିଥିବା ଜଣେ ଯୁବକଙ୍କୁ ଅଗ୍ନିଶମ ବାହିନୀ ଜୀବିତ ଉଦ୍ଧାର କରିଛି।ଘଟଣାଟି ଟଙ୍କପାଣି ବ୍ରିଜ୍ ନିକଟରେ ଘଟିଛି।
ଉଦ୍ଧାର ହୋଇଥିବା ଯୁବକ ହେଲେସୂର୍ଯ୍ୟ ନାରାୟଣ ଜେନା। ସେ ଏକ ଅନ୍ଲାଇନ୍ ଫୁଡ୍ ଡେଲିଭରି ସଂସ୍ଥାରେ କାମ କରୁଥିବା ଜଣାପଡ଼ିଛି। ସେ ବଡ଼ଗଡ଼ ଥାନା ଅଞ୍ଚଳରେ ନିଜ ଭଉଣୀ ଓ ଭିଣୋଇଙ୍କ ସହ ରହୁଥିଲେ।
କନକ ନ୍ୟୁଜ୍ ରିପୋର୍ଟ ଅନୁସାରେ, ସୂର୍ଯ୍ୟ ନାରାୟଣ ଗତକାଲି ନିଜ ମୋବାଇଲ୍ ଫୋନ୍ ହଜାଇ ଦେଇଥିଲେ। ଏହାକୁ ନେଇ ପରିବାର ଲୋକ ତାଙ୍କୁ ଆକଟ କରିଥିଲେ। ଏହାପରେ ସେ ରାତି ପ୍ରାୟ ୧ଟା ସମୟରେ ବାଇକ୍ରେ ଟଙ୍କପାଣି ବ୍ରିଜ୍ ନିକଟକୁ ଆସି ନଦୀକୁ ଡେଇଁ ପଡ଼ିଥିବା ରିପୋର୍ଟରେ କୁହାଯାଇଛି।
ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ତୁରନ୍ତବାଲିଅନ୍ତା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ଶେଷରେ ଯୁବକଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା।
ଉଦ୍ଧାର ପରେ ଯୁବକଙ୍କୁକ୍ୟାପିଟାଲ୍ ହସ୍ପିଟାଲ୍, ଭୁବନେଶ୍ୱରକୁ ଚିକିତ୍ସା ପାଇଁ ପଠାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତୃତ ତଥ୍ୟ ତୁରନ୍ତ ମିଳିନାହିଁ।
ଭାରତର ଆର୍ଥିକ ବିକାଶ ପାଇଁ ବିଶ୍ୱ ବାଣିଜ୍ୟ ସହ ଅଧିକ ରଣନୀ...
ସୁନା ବଜାରରେ ନିବେଶକଙ୍କ ନଜର ଏବେ ଦରର ପରବର୍ତ୍ତୀ ଗତି ଉପ...
ଚଣ୍ଡିଗଡ଼:ପଞ୍ଜାବର ETT (Elementary Teacher Training)...
ଆମେରିକୀୟ କଫି ଚେନ୍‌ Starbucks ଚେନ୍ନାଇରେ ଏକ ଗ୍ଲ...
ମୁମ୍ବାଇରଆଇଆଇଟି ବମ୍ବେରେ ଛାତ୍ର ସାହିଲ ରବୀନ୍ଦ୍ର ୱାକୋଡେ...
ଚେନ୍ନାଇରେ ଆଉ ଏକ ବଡ଼ ଗ୍ଲୋବାଲ୍ ଟେକ୍ନୋଲୋଜି ନିବେଶର ରାସ...
ମୁମ୍ବାଇରଆଇଆଇଟି ବମ୍ବେରେ ଛାତ୍ର ସାହିଲ ରବୀନ୍ଦ୍ର ୱାକୋଡେ...
ମୁମ୍ବାଇ:IIT ବମ୍ବେର ଦ୍ୱିତୀୟ ବର୍ଷର BTech ଛାତ୍ରସାହିଲ...