ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ସେପ୍ଟେମ୍ବରରେ ଭାରତ ଗସ୍ତ କରିପାରନ୍ତି। ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୨-୧୩ରେ ହେବାକୁ ଥିବା BRICS ନେତା ସମ୍ମିଳନୀରେ ଯୋଗଦେବା ଲାଗି ଜିନପିଙ୍ଗଙ୍କ ଭାରତ ଆସିବାର ସମ୍ଭାବନା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ତାଙ୍କ ଉପସ୍ଥିତି ନେଇ ଚୀନ୍ ପକ୍ଷରୁ ଏପର୍ଯ୍ୟନ୍ତ ଔପଚାରିକ ଭାବେ ସ୍ପଷ୍ଟତା ଦିଆଯାଇନାହିଁ।
ଯଦି ଜିନପିଙ୍ଗଙ୍କ ଏହି ଗସ୍ତ ହୁଏ, ତେବେ ୨୦୨୦ର ଗଲୱାନ ଉପତ୍ୟକା ସଂଘର୍ଷ ପରେ ଏହା ତାଙ୍କର ପ୍ରଥମ ଭାରତ ଯାତ୍ରା ହେବ। ତାଙ୍କ ଶେଷ ଭାରତ ଗସ୍ତ ୨୦୧୯ ଅକ୍ଟୋବରରେ ହୋଇଥିଲା।
ଗଲୱାନ ଘଟଣା ପରେ ଭାରତ ଓ ଚୀନ୍ର ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଥିଲା। ସୀମା ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଏକାଧିକ ପର୍ଯ୍ୟାୟରେ ଆଲୋଚନା ହୋଇଆସୁଛି। ଏବେ BRICS ମଞ୍ଚରେ ଭାରତୀୟ ନେତୃତ୍ୱ ଓ ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ହେଲେ, ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଧାରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ହୋଇପାରେ ବୋଲି କୂଟନୈତିକ ମହଲରେ ଆଶା କରାଯାଉଛି।
ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୫ରେ ଚୀନ୍ର ତିଆନଜିନ୍ରେ ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ଏବଂ ୨୦୨୬ର BRICS ସମ୍ମିଳନୀ ପାଇଁ ତାଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିଥିଲେ। ଜିନପିଙ୍ଗ ଏହି ଆମନ୍ତ୍ରଣକୁ ସ୍ୱାଗତ କରିବା ସହ ଭାରତର BRICS ଅଧ୍ୟକ୍ଷତାକୁ ଚୀନ୍ର ସମର୍ଥନ ଦେବା କଥା କହିଥିଲେ।
୨୦୨୬ର BRICS ସମ୍ମିଳନୀ ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟ ସମ୍ମିଳନୀରେ ଯୋଗଦେବା ନିଶ୍ଚିତ କରିଛନ୍ତି। ତେଣୁ ଜିନପିଙ୍ଗଙ୍କ ଉପସ୍ଥିତି ନିଶ୍ଚିତ ହେଲେ, ଭାରତ-ଚୀନ୍ ସମ୍ପର୍କ ସହ ବିଶ୍ୱ ଅର୍ଥନୀତି, ବାଣିଜ୍ୟ ଓ ଅନ୍ୟାନ୍ୟ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଏହି ସମ୍ମିଳନୀର ଗୁରୁତ୍ୱ ଆହୁରି ବଢ଼ିବ।
ଛୋଟବେଳେ ବାପାଙ୍କ ହାତ ଧରି ଚୀନରେ ବ୍ୟାଡମିଣ୍ଟନ୍ କୋର୍ଟକୁ...
ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ପୁରୁଷ ହକି ଦଳର ଐତି...
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍...
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...
ଆଦିବାସୀ ସମ୍ପ୍ରଦାୟର ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ଜମ...
ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଓ ବର୍ଷାକୁ ନେଇ ପୁଣି ବଢ଼ି...
ବିରୋଧୀ ଦଳଗୁଡ଼ିକର INDIA ମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍...
ବାପାଙ୍କ ଭଳି ପୁଅଙ୍କ ବ୍ୟାଟ୍‌ରେ ମଧ୍ୟ ଦେଖିବାକୁ ମି...