RPF officials detain women robbery gang members at Bhubaneswar Railway Station with seized gold ornaments.

ଭିକାରୀ ବେଶରେ ଲୁଟ୍ ! ଭୁବନେଶ୍ୱର ରେଳ ଷ୍ଟେସନରୁ ମହିଳା ଲୁଟେରା ଗ୍ୟାଙ୍ଗ ଗିରଫ, ୨୦ ଲକ୍ଷର ସୁନା ଜବତ

ଭୁବନେଶ୍ୱର ରେଳ ଷ୍ଟେସନରେ ଭିକାରୀ ବେଶ ଧରି ଲୁଟପାଟ କରୁଥିବା ଏକ ମହିଳା ଗ୍ୟାଙ୍ଗକୁ ଆରପିଏଫ ଧରିବାରେ ସଫଳ ହୋଇଛି । ପ୍ଲାଟଫର୍ମ ନମ୍ବର-୧ରୁ ଦୁଇ ମହିଳାଙ୍କୁ ଧରାଯାଇଥିବା ବେଳେ ସେମାନଙ୍କ ପାଖରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା ଗହଣା ଜବତ କରାଯାଇଛି । ଟ୍ରେନ୍‌ ମାର୍ଗରେ ଚୋରା ସୁନା ନେଇ ପଳାଇବା ଯୋଜନା ଥିବା ତଦନ୍ତରୁ ଜଣାପଡ଼ିଛି ।

ଭୁବନେଶ୍ୱର ରେଳ ଷ୍ଟେସନରେ ଭିକାରୀ ବେଶ ଧରି ଲୁଟପାଟ କରୁଥିବା ଏକ ମହିଳା ଲୁଟେରା ଗ୍ୟାଙ୍ଗକୁ ଧରିଛି ରେଳ ସୁରକ୍ଷା ବଳ (RPF) । ବୁଧବାର ଚାଲିଥିବା ବିଶେଷ ଅଭିଯାନ ସମୟରେ ଭୁବନେଶ୍ୱର ଷ୍ଟେସନର ପ୍ଲାଟଫର୍ମ ନମ୍ବର-୧ରୁ ଦୁଇ ମହିଳାଙ୍କୁ ଅଟକ ରଖାଯାଇଥିଲା । ତଲାସି ବେଳେ ସେମାନଙ୍କ ନିକଟରୁ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଜବତ କରାଯାଇଛି ।

ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗ ଦୀର୍ଘଦିନ ଧରି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସକ୍ରିୟ ଥିଲା । ସାଧାରଣ ଯାତ୍ରୀ ଓ ଷ୍ଟେସନକୁ ଆସୁଥିବା ଲୋକଙ୍କ ମଧ୍ୟରେ ଭିକାରୀ ବେଶରେ ମିଶିଯାଇ ସୁଯୋଗ ଦେଖି ସେମାନେ ଲୁଟପାଟ କରୁଥିଲେ । ଘଟଣା ପରେ କାହାର ସନ୍ଦେହ ନ ହେବା ପାଇଁ ସେମାନେ ଶୀଘ୍ର ସ୍ଥାନ ଛାଡ଼ି ପଳାଇଯାଉଥିଲେ ।

ନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ RPF ଅଧିକାରୀମାନେ ଷ୍ଟେସନ ଅଞ୍ଚଳରେ କଡ଼ା ନଜରଦାରି ଆରମ୍ଭ କରିଥିଲେ । ଅଭିଯାନ ସମୟରେ ସନ୍ଦେହଜନକ ଭାବେ ଘୁରୁଥିବା ଦୁଇ ମହିଳାଙ୍କୁ ଅଟକ ରଖି ତଲାସି କରାଯାଇଥିଲା । ସେଥିରୁ ଚୋରା ସୁନା ଗହଣା ମିଳିବା ପରେ ଘଟଣାର ପର୍ଦାଫାସ ହୋଇଥିଲା ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ଟ୍ରେନ୍ ମାର୍ଗରେ ସୁନାକୁ ଅନ୍ୟତ୍ର ନେବାକୁ ଯୋଜନା କରୁଥିଲେ । କିନ୍ତୁ RPFର ସଚେତନତା ଯୋଗୁଁ ସେମାନଙ୍କ ଯୋଜନା ବିଫଳ ହୋଇଥିଲା ।

ଏହି ଘଟଣା ପରେ ଆରପିଏଫ ଏବେ ଗ୍ୟାଙ୍ଗରେ ଆଉ କେହି ସଦସ୍ୟ ଜଡିତ ଅଛନ୍ତି କି ନାହିଁ ଏବଂ ପୂର୍ବରୁ ଘଟିଥିବା ଅନ୍ୟ ଚୋରି ଘଟଣା ସହ ଏହାର ସମ୍ପର୍କ ଅଛି କି ନାହିଁ ସେନେଇ ତଦନ୍ତ ଜାରି ରଖିଛି ।

Latest News
୬ ଜିଲ୍ଲାରେ ଅତିପ୍ରବଳ ବର୍ଷା! ବର୍ଷାରେ ଭିଜୁଛି ଓଡ଼ିଶା, ୨୪ ଜିଲ୍ଲାକୁ ଆଲର୍ଟ

୬ ଜିଲ୍ଲାରେ ଅତିପ୍ରବଳ ବର୍ଷା! ବର୍ଷାରେ ଭିଜୁଛି...

ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...

ଟିଏମ୍‌ସି କାର୍ଯ୍ୟାଳୟରେ ଆକ୍ରମଣ ନେଇ ମମତାଙ୍କ ଚେତାବନୀ, ବିଜେପି ନେତାଙ୍କ ଘର ଆଗରେ ଧାରଣା ଦେବାକୁ ଧମକ

ଟିଏମ୍‌ସି କାର୍ଯ୍ୟାଳୟରେ ଆକ୍ରମଣ ନେଇ ମମତାଙ୍କ ଚେତାବନୀ,...

କୋଲକାତାର କ୍ୟାମାକ୍ ଷ୍ଟ୍ରିଟ୍‌ରେ ଥିବା ତୃଣମୂଳ କଂଗ...

ଦିଲ୍ଲୀ ଜଳ ବୋର୍ଡ ଟେଣ୍ଡର ଦୁର୍ନୀତି ମାମଲା: AAP ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ

ଦିଲ୍ଲୀ ଜଳ ବୋର୍ଡ ଟେଣ୍ଡର ଦୁର୍ନୀତି ମାମଲା:...

ଦିଲ୍ଲୀ ଜଳ ବୋର୍ଡ (DJB)ର ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ...

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି; ମୃତାହତଙ୍କ ସମ୍ପର୍କରେ ବି ଅଜଣା ଅନେକ ତଥ୍ୟ

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି;...

ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...

କଶ୍ମୀରୀ ପଣ୍ଡିତଙ୍କୁ ଧମକ ନେଇ ଫାରୁକ ଅବଦୁଲ୍ଲାଙ୍କ ବଡ଼ ଅଭିଯୋଗ, କହିଲେ- ରାଜ୍ୟ ମାନ୍ୟତା ରୋକିବାକୁ ଷଡ଼ଯନ୍ତ୍ର

କଶ୍ମୀରୀ ପଣ୍ଡିତଙ୍କୁ ଧମକ ନେଇ ଫାରୁକ ଅବଦୁଲ୍ଲାଙ୍କ...

ଜମ୍ମୁ-କଶ୍ମୀରରେ କଶ୍ମୀରୀ ପଣ୍ଡିତ କର୍ମଚାରୀଙ୍କୁ ଧମକ ମିଳ...

ସରଲା ଭଟ୍ଟ ହତ୍ୟା ମାମଲାରେ ୟାସିନ ମଲିକଙ୍କ ବଡ଼ ଦାବି, କହିଲେ- ‘ମୋତେ ମୃତ୍ୟୁଦଣ୍ଡ ଦିଅ’

ସରଲା ଭଟ୍ଟ ହତ୍ୟା ମାମଲାରେ ୟାସିନ ମଲିକଙ୍କ...

ଜେଲ୍‌ରେ ଥିବା ଜମ୍ମୁ-କଶ୍ମୀର ଲିବରେସନ୍ ଫ୍ରଣ୍ଟ (JK...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+