ଡାଇବେଟିସ୍ ରୋଗୀଙ୍କ ପାଇଁ ଚିକିତ୍ସା କ୍ଷେତ୍ରରେ ଆସିଛି ଏକ ବଡ଼ ପରିବର୍ତ୍ତନ। ଦୀର୍ଘ ଦିନ ଧରି ପ୍ରତିଦିନ ଇନସୁଲିନ୍ ଇଞ୍ଜେକ୍ସନ୍ ନେଉଥିବା ରୋଗୀଙ୍କ ପାଇଁ ଏବେ ଏକ ନୂଆ ବିକଳ୍ପ ଆସିଛି।
ଡେନମାର୍କର ଔଷଧ କମ୍ପାନୀ ନୋଭୋ ନୋର୍ଡିସ୍କ ଭାରତରେ ବିଶ୍ୱର ପ୍ରଥମ ସପ୍ତାହକୁ ଥରେ ଦିଆଯାଉଥିବା ବେସାଲ୍ ଇନସୁଲିନ୍ ‘ଇନସୁଲିନ୍ ଆଇକୋଡେକ୍’ (Awiqli) ଲଞ୍ଚ କରିଛି।
ଏପର୍ଯ୍ୟନ୍ତ ବେସାଲ୍ ଇନସୁଲିନ୍ ନେଉଥିବା ରୋଗୀଙ୍କୁ ପ୍ରତିଦିନ ଗୋଟିଏ ଇଞ୍ଜେକ୍ସନ୍ ନେବାକୁ ପଡୁଥିଲା। ଅର୍ଥାତ୍ ବର୍ଷକୁ ପ୍ରାୟ ୩୬୫ଟି ଇଞ୍ଜେକ୍ସନ୍ ଆବଶ୍ୟକ ହେଉଥିଲା। କିନ୍ତୁ ନୂଆ ସପ୍ତାହିକ ଇନସୁଲିନ୍ ଆସିବା ପରେ ଏହି ସଂଖ୍ୟା କମି ପ୍ରାୟ ୫୨ଟି ଇଞ୍ଜେକ୍ସନ୍ ହୋଇଯିବ।
ବିଶେଷଜ୍ଞଙ୍କ ମତରେ, ଏହି ନୂଆ ଚିକିତ୍ସା ପଦ୍ଧତି ରୋଗୀଙ୍କ ମାନସିକ ଚାପ କମାଇବା ସହ ଇନସୁଲିନ୍ ନେବା ପ୍ରକ୍ରିୟାକୁ ଅଧିକ ସୁବିଧାଜନକ କରିପାରେ।
ଭାରତରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି। ଲକ୍ଷ ଲକ୍ଷ ରୋଗୀ ପ୍ରତିଦିନ ଇଞ୍ଜେକ୍ସନ୍ ନେବାର ଅସୁବିଧା କାରଣରୁ ଇନସୁଲିନ୍ ଆରମ୍ଭ କରିବାରେ ଦ୍ୱିଧା କରୁଥିଲେ। ଏହି ସପ୍ତାହିକ ଇନସୁଲିନ୍ ଏହି ସମସ୍ୟାକୁ କିଛି ମାତ୍ରାରେ କମାଇପାରେ।
ତେବେ ଡାକ୍ତରମାନେ ଏନେଇ ସତର୍କ କରିଛନ୍ତି। ସମସ୍ତ ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ଉପଯୁକ୍ତ ନୁହେଁ। ରୋଗୀଙ୍କ ସ୍ୱାସ୍ଥ୍ୟ ସ୍ଥିତି ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏହା ବ୍ୟବହାର କରାଯିବ।
ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା କୌଣସି ଚମତ୍କାରୀ ଔଷଧ ନୁହେଁ। ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ, ରକ୍ତ ସର୍କରା ପରୀକ୍ଷା ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା ଜାରି ରଖିବା ଆବଶ୍ୟକ।
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନଭେମ୍ବର ୫ ତାରିଖରେ ପରଦାକୁ...
ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ ପାଇଁ ଫିଲ୍ଡିଂ ଏକ ବଡ଼ ଚ...
ଏସିଆନ୍ ପାରା ଗେମ୍ସ ୨୦୨୬ରେ ଦେଶ ପାଇଁ ଗୌରବ ଆଣିଥିବା ଭାର...
ନୂଆଦିଲ୍ଲୀ: ଏସିଆନ୍ ପାରା ଗେମ୍ସ ୨୦୨୬ରେ ଭାରତୀୟ ଖେଳାଳିମ...
ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...
ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...
ଅଣ୍ଡର-୧୯ ଏସିଆ କପ୍‌ରେ ଆଜିଠାରୁ ଭାରତର ଅଭିଯାନ ଆରମ...