ଓଡ଼ିଶାରେ ଗଞ୍ଜେଇ ଚୋରା ଚାଲାଣ ବିରୋଧରେ ଚାଲିଥିବା ଅଭିଯାନ ମଧ୍ୟରେ ଶୁକ୍ରବାର ବଲାଙ୍ଗିର ଜିଲ୍ଲାରେ ବଡ଼ ସଫଳତା ମିଳିଛି। ୩୩ କେଜି ଗଞ୍ଜେଇ ପରିବହନ ଅଭିଯୋଗରେ ଦୁଇଜଣ ସରକାରୀ ସ୍କୁଲ ଶିକ୍ଷକଙ୍କ ସହ ତିନିଜଣଙ୍କୁ ଅଟକ ରଖାଯାଇଛି।
ଟିଟିଲାଗଡ଼ ଓ ତୁଷୁରା ଅବକାରୀ ବିଭାଗର ମିଳିତ ଦଳ ଜାତୀୟ ରାଜପଥ-୨୬ର ବରଗାଁ ଛକ ନିକଟରେ ଯାନବାହନ ଯାଞ୍ଚ ସମୟରେ ଏକ କାରରୁ ୩୩ କେଜି ଗଞ୍ଜେଇ ଜବତ କରିଥିଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଅଟକ ବ୍ୟକ୍ତିମାନଙ୍କ ମଧ୍ୟରୁ ଦୁଇଜଣ କଳାହାଣ୍ଡି ଜିଲ୍ଲାର ଏମ୍. ରାମପୁର ଅଞ୍ଚଳରେ କାର୍ଯ୍ୟରତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଅଟନ୍ତି।
ସେମାନେ କଳାହାଣ୍ଡିରୁ ବଲାଙ୍ଗିର ଅଭିମୁଖେ ଗଞ୍ଜେଇ ନେଉଥିବା ବେଳେ ଧରାପଡ଼ିଥିବା ଅଭିଯୋଗ ହୋଇଛି। ଘଟଣାରେ ଅନ୍ୟ କିଏ କିଏ ସାମିଲ ଅଛନ୍ତି ତାହା ଜାଣିବା ପାଇଁ ତଦନ୍ତ ଜାରି ରହିଛି।
ଏହାସହ ଅନ୍ୟ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (STF) ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ନେଟୱର୍କର ମାଷ୍ଟରମାଇଣ୍ଡ ଦୁର୍ବାସା ସାହୁଙ୍କୁ ଭୁବନେଶ୍ୱର ନିକଟରୁ ଗିରଫ କରିଛି।
କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ସୂଚନା ଅନୁସାରେ, ଗତ ଏକ ମାସ ଧରି ଗୁପ୍ତ ସୂଚନା ଆଧାରରେ ଏହି ରାକେଟ ଉପରେ ନଜର ରଖାଯାଉଥିଲା। ଜୁନ୍ ୨୪ ତାରିଖରେ ଆଠଗଡ଼ ନିକଟ କାଜୁ ଜଙ୍ଗଲରୁ ପ୍ରାୟ ୧୯୦ କେଜି ଗଞ୍ଜେଇ ଜବତ କରାଯାଇଥିଲା।
ତଦନ୍ତ ବେଳେ ଜଣେ ଅଭିଯୁକ୍ତଙ୍କ ନିକଟରୁ ୧୦ ଟଙ୍କିଆ ନୋଟର ଅଧା ଅଂଶ ମିଳିଥିଲା। ପଶ୍ଚିମବଙ୍ଗର ଜଣେ ଗ୍ରାହକଙ୍କ ପାଖରେ ଏହାର ଅନ୍ୟ ଅଧା ଅଂଶ ଥିବା ସୂଚନା ମିଳିଛି। ଏହି ଉପାୟରେ ଗଞ୍ଜେଇ ହସ୍ତାନ୍ତର କରାଯାଉଥିବା ଜଣାପଡ଼ିଛି।
STF ଏହି ମାମଲାରେ ଆହୁରି ତିନିଜଣ ସଦସ୍ୟଙ୍କୁ ଗିରଫ କରିଥିବା ବେଳେ ସମଗ୍ର ଆନ୍ତଃରାଜ୍ୟ ନେଟୱର୍କର ଖୋଜଖବର ନେବାକୁ ତଦନ୍ତ ଜାରି ରଖିଛି।
ନିଟ୍-ୟୁଜି ୨୦୨୬ ପୁନଃପରୀକ୍ଷାକୁ ନେଇ ଚର୍ଚ୍ଚା ମଧ୍ୟରେ ନା...
ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (NEET-UG) 2026...
National Testing Agency ପକ୍ଷରୁ NEET-UG 2026 ପୁନଃପର...
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ କଂଗ୍ର...
ବିଶ୍ୱର ସବୁଠାରୁ ବ୍ୟସ୍ତ ତୈଳ ପରିବହନ ମାର୍ଗ ମଧ୍ୟରୁ ଅନ୍ୟ...
ସିବିଏସଇ (CBSE) ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳାଫଳ ପରେ ରି...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧୀ ଅଭି...
ହର୍ମୁଜ୍ ପ୍ରଣାଳୀରେ ସମ୍ପ୍ରତି ହୋଇଥିବା ଡ୍ରୋନ୍ ଆକ୍ରମଣ ପ...