Keonjhar woman dies in Tamil Nadu ammonia gas leak incident as labour trafficking allegations surface.

ତାମିଲନାଡୁ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା: କେନ୍ଦୁଝର ଯୁବତୀଙ୍କ ମୃତ୍ୟୁ, ମୃତକ ସଂଖ୍ୟା ୧୪କୁ ବୃଦ୍ଧି; ଶ୍ରମିକ ଦଲାଲ ବିରୋଧରେ ମାମଲା

ତାମିଲନାଡୁର ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ କେନ୍ଦୁଝରର ହରିଚନ୍ଦନପୁର ବ୍ଲକର ଜଣେ ଯୁବତୀଙ୍କ ମୃତ୍ୟୁ ସହ ମୃତକ ସଂଖ୍ୟା ୧୪ରେ ପହଞ୍ଚିଛି। ଏହି ଘଟଣାରେ ନାବାଳିକାଙ୍କୁ ଜାଲିଆତି କାଗଜପତ୍ରରେ କାମରେ ନିଯୁକ୍ତ କରିବା, ମାନବ ଚାଲାଣ ଓ ବେଆଇନ ଶ୍ରମିକ ନିଯୁକ୍ତି ଅଭିଯୋଗରେ ଶ୍ରମିକ ଦଲାଲ ବିରୋଧରେ ମାମଲା ରୁଜୁ ହୋଇଛି।

ତାମିଲନାଡୁରେ ଘଟିଥିବା ଭୟାବହଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲାରହରିଚନ୍ଦନପୁର ବ୍ଲକ ଖରବା ଗ୍ରାମର ଭୀମ ଜୁଆଙ୍ଗଙ୍କ ୨୧ ବର୍ଷୀୟା ଝିଅଅଞ୍ଜଳି ଜୁଆଙ୍ଗଙ୍କ ମୃତ୍ୟୁ ପରେ କେନ୍ଦୁଝରରୁ ମୃତକଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଅନୁଗୁଳ ଜିଲ୍ଲାର ଜଣେ ଶ୍ରମିକଙ୍କ ମୃତ୍ୟୁକୁ ମିଶାଇ ସମୁଦାୟ ମୃତକ ସଂଖ୍ୟା ୧୪ରେ ପହଞ୍ଚିଛି।

ଏହି ଦୁର୍ଘଟଣା ପରେ ଶ୍ରମିକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ନାବାଳିକା ଝିଅମାନଙ୍କୁ କାରଖାନାରେ କାମ କରାଇବା ପାଇଁ ସେମାନଙ୍କ ଆଧାର କାର୍ଡ ଓ ଅନ୍ୟାନ୍ୟ ପରିଚୟପତ୍ରରେ ଜାଲିଆତି କରାଯାଇଥିବା ଅଭିଯୋଗ ହୋଇଛି।

ଏହି ଘଟଣାରେ ତେଲକୋଇ ଥାନା ଅଧୀନରଙ୍ଗମାଟିଆ ଗ୍ରାମର ଶ୍ରମିକ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗଙ୍କ ବିରୋଧରେ ଶ୍ରମ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଛି। ବେଆଇନ ଶ୍ରମିକ ନିଯୁକ୍ତି, ମାନବ ଚାଲାଣ, ଜାଲିଆତି ଏବଂ ନାବାଳିକାଙ୍କୁ ବିପଦପୂର୍ଣ୍ଣ କାମରେ ନିୟୋଜିତ କରିବା ଅଭିଯୋଗର ତଦନ୍ତ ଚାଲିଛି।

ଶ୍ରମ ବିଭାଗର ରିପୋର୍ଟ ଅନୁସାରେ, ୨୦୨୫ ଅକ୍ଟୋବରରେ ଉଚ୍ଚ ଦରମା ଓ ଭଲ ଚାକିରିର ପ୍ରଲୋଭନ ଦେଖାଇ ଅନେକ ଶ୍ରମିକଙ୍କୁ ତାମିଲନାଡୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରେ କିଛି ନାବାଳିକା ଥିବା ବେଳେ ବୟସ୍କ ମହିଳାଙ୍କ ପରିଚୟପତ୍ର ବ୍ୟବହାର କରି ସେମାନଙ୍କୁ ସାବାଳିକା ଭାବେ ଦର୍ଶାଯାଇଥିବା ଅଭିଯୋଗ ହୋଇଛି।

ରିପୋର୍ଟରେ ଦର୍ଶାଯାଇଛି ଯେ, ରଙ୍ଗମାଟିଆ ଗ୍ରାମର ନାବାଳିକାଯାମିନୀ ଜୁଆଙ୍ଗଙ୍କୁ ଅନ୍ୟ ଜଣେ ମହିଳାଙ୍କ ପରିଚୟରେ କାରଖାନାରେ ନିଯୁକ୍ତ କରାଯାଇଥିଲା। ବିଷାକ୍ତ ଆମୋନିଆ ଗ୍ୟାସ୍ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଥିବା ଉଲ୍ଲେଖ କରାଯାଇଛି।

ଏହି ମାମଲାର ତଦନ୍ତ ପାଇଁ ଓଡ଼ିଶାରୁ ଏକ ସ୍ୱତନ୍ତ୍ର ପୁଲିସ ଦଳ ଖୁବଶୀଘ୍ର ତାମିଲନାଡୁ ଯିବ। ହରିଚନ୍ଦନପୁର ଓ ନୟାକୋଟ ଥାନାରେ ମଧ୍ୟ ସମାନ ପ୍ରକୃତିର ମାମଲା ରୁଜୁ ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ, ତାମିଲନାଡୁ ସରକାର ଗଠନ କରିଥିବା ତିନିଜଣିଆ ତଦନ୍ତ କମିଟି କାରଖାନା କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ଦର୍ଶାଇଛି। ପୂର୍ବରୁ ଚିହ୍ନଟ ହୋଇଥିବା ସୁରକ୍ଷା ତ୍ରୁଟିର ସଂଶୋଧନ କରାଯାଇନଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। କମିଟି କାରଖାନା ବନ୍ଦ କରିବାକୁ ସୁପାରିସ କରିଥିବା ବେଳେ ତାମିଲନାଡୁ ମହିଳା କମିଶନ ମଧ୍ୟ ସ୍ୱତଃପ୍ରବୃତ୍ତ ମାମଲା ରୁଜୁ କରିଛନ୍ତି।

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+