ଗଞ୍ଜାମ ଜିଲ୍ଲାର ଗୋପାଳପୁରର ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ ଓ ହତ୍ୟା ମାମଲାରେ ଏକ ନୂଆ ମୋଡ଼ ଆସିଛି। ଏହି ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା ପୁଲିସ ହିରାସତରୁ ପଳାଇବାକୁ ଚେଷ୍ଟା କରିବାବେଳେ ପୁଲିସ ଏନକାଉଣ୍ଟରରେ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ରାଜସ୍ଥାନରୁ ରିମାଣ୍ଡରେ ଓଡ଼ିଶାକୁ ଆଣାଯାଉଥିବାବେଳେ ବ୍ରହ୍ମପୁର ଉପକଣ୍ଠ ରତ୍ନପୁର ନିକଟରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତମାନେ ପ୍ରକୃତିକ ଡାକ ପାଇଁ ଗାଡ଼ି ରୋକିବାକୁ କହିଥିଲେ। ଏହାପରେ ଜଣେ ଏଏସଆଇ ଓ ଜଣେ କନଷ୍ଟେବଳ ସେମାନଙ୍କ ସହ ଯାଇଥିଲେ। ସେତେବେଳେ ରଞ୍ଜନ ଓ ସରୋଜ ପୁଲିସ କର୍ମଚାରୀଙ୍କୁ କାବୁ କରି ଏଏସଆଇଙ୍କ ସର୍ଭିସ ରିଭଲଭର ଛିନିନେଇ ପଳାଇବାକୁ ଚେଷ୍ଟା କରିଥିଲେ।
ଅଭିଯୋଗ ଅନୁଯାୟୀ, ପଳାଇବା ସମୟରେ ସେମାନେ ଖାଲି ଗୁଳି ଚାଳନା କରିଥିଲେ। ପରେ ପୁଲିସ ପକ୍ଷରୁ ପ୍ରତିକ୍ରିୟାସ୍ୱରୂପ ଗୁଳି ଚାଳନା କରାଯାଇଥିଲା, ଯାହାରେ ଉଭୟ ଅଭିଯୁକ୍ତ ଆହତ ହୋଇଥିଲେ। ପରେ ସେମାନଙ୍କୁ ପୁନର୍ବାର ଧରି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରଞ୍ଜନ ମଲ୍ଲିକ ନୂଆଗାଁ ଥାନା ଅଞ୍ଚଳର ହୋଇଥିବାବେଳେ ସରୋଜ ପଣ୍ଡା ହିଞ୍ଜିଳିକାଟୁ ଅଞ୍ଚଳର ବୋଲି ଜଣାପଡ଼ିଛି। ଉଭୟ ଗୁଜରାଟରେ ଗଞ୍ଜେଇ ଚୋରାଚାଳାନ ମାମଲାରେ ଜଡିତ ଥିବା ସୂଚନା ମିଳିଛି। ଜେଲରେ ରହିବା ସମୟରେ ସେମାନଙ୍କର ସୁର୍ଯ୍ୟ ପ୍ରତାପ ସିଂହଙ୍କ ସହ ପରିଚୟ ହୋଇଥିବା ଏବଂ ପରେ ଏକ ଅପରାଧିକ ଗ୍ୟାଙ୍ଗ ଗଠନ କରିଥିବା ତଦନ୍ତରୁ ଜଣାପଡ଼ିଛି।
ସୁଧୀର ପାତ୍ର ହତ୍ୟାକାଣ୍ଡର ତଦନ୍ତ ଚାଲିଥିବାବେଳେ ଏହି ଏନକାଉଣ୍ଟର ଘଟଣା ମାମଲାକୁ ଆଉ ଅଧିକ ଚର୍ଚ୍ଚାରେ ଆଣିଛି। ପୁଲିସ ପକ୍ଷରୁ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ନେଇ ଅଧିକ ତଦନ୍ତ ଚାଲିଛି।
ଆଫଗାନିସ୍ତାନ ବିପକ୍ଷ ଆଗାମୀ T20I ସିରିଜ୍ ପାଇଁ ଭାରତୀୟ ଦ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...
ଚାଇନା ମାଷ୍ଟର୍ସ ୨୦୨୬ରେ ଭାରତୀୟ ଅଭିଯାନ ନିରାଶାଜନକ ଭାବେ...
ଭାରତୀୟ ଫୁଟବଲ ଦଳ ପାଇଁ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର FIF...
ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...