ବାଲେଶ୍ୱର ଜିଲ୍ଲାରେ ଅସ୍ୱାସ୍ଥ୍ୟକର ପରିବେଶରେ ଛେନା ପ୍ରସ୍ତୁତି ଅଭିଯୋଗକୁ ନେଇ ପ୍ରଶାସନର ଅଚାନକ ଚଢ଼ାଉ। ଶୁକ୍ରବାର ସିମୁଳିଆ ଥାନା ଅଧୀନ ଜାମୁଝାଡ଼ି ପଞ୍ଚାୟତର ବିଭିନ୍ନ ଛେନା ପ୍ରସ୍ତୁତି ୟୁନିଟ୍ରେ ଏହି ଚଢ଼ାଉ ହୋଇଛି।
ସିମୁଳିଆ ପୁଲିସ, ରାଜସ୍ୱ ବିଭାଗ, ଅତିରିକ୍ତ ତହସିଲଦାର ଏବଂ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ଏକ ମିଳିତ ଟିମ୍ ଏହି ଚଢ଼ାଉ କରିଥିଲା। ଯାଞ୍ଚ ସମୟରେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ଛେନା ପ୍ରସ୍ତୁତ କରାଯାଉଥିବା ଅଧିକାରୀମାନେ ଦେଖିଥିଲେ। ଛେନାରେ ପାଉଡର ମିଶାଯାଉଥିବା ଅଭିଯୋଗ ମଧ୍ୟ ଯାଞ୍ଚ ବେଳେ ସାମ୍ନାକୁ ଆସିଥିଲା।
ଚଢ଼ାଉ କରୁଥିବା ଟିମ୍କୁ ଦେଖି କିଛି ଲୋକ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିବା ଜଣାପଡ଼ିଛି। ତେବେ ଅଧିକାରୀମାନେ ୨ ଜଣଙ୍କୁ ଧରିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ୫ ହଜାର ଟଙ୍କା ଏବଂ ଅନ୍ୟ ଜଣଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି।
ପ୍ରଶାସନ ପକ୍ଷରୁ ଛେନା ପ୍ରସ୍ତୁତି ସ୍ଥାନଗୁଡ଼ିକୁ ଜବତ କରାଯାଇଥିବା ବେଳେ ଜଣେ ବ୍ୟବସାୟୀଙ୍କ ଠାରୁ ଛେନାର ନମୁନା ସଂଗ୍ରହ କରାଯାଇଛି। ଦୀର୍ଘ ସମୟ ଧରି ରଖାଯାଇଥିବା ଛେନା ପାଣିକୁ ମଧ୍ୟ ନଷ୍ଟ କରାଯାଇଛି।
ଅସ୍ୱାସ୍ଥ୍ୟକର ଭାବେ ପ୍ରସ୍ତୁତ ହେଉଥିବା ଛେନା କିଣୁଥିବା ମିଠା ଦୋକାନଗୁଡ଼ିକ ଉପରେ ମଧ୍ୟ ଏବେ ପ୍ରଶାସନର ନଜର ରହିଛି। ଏଭଳି ୟୁନିଟ୍ରୁ ଛେନା କିଣୁଥିବା ମିଠା ଦୋକାନଗୁଡ଼ିକରେ ମଧ୍ୟ ଆଗାମୀ ଦିନରେ ଚଢ଼ାଉ କରାଯିବ ବୋଲି ଜଣାପଡ଼ିଛି।
ଅସ୍ୱାସ୍ଥ୍ୟକର ପରିବେଶରେ ଛେନା ପ୍ରସ୍ତୁତି ସମ୍ପର୍କିତ ରିପୋର୍ଟ ସାମ୍ନାକୁ ଆସିବାର ତିନି ଦିନ ପରେ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଜୁରିଖ ଡାଏମଣ୍ଡ ଲିଗ୍‌ରେ ପୁଣିଥରେ ଚମକିଛନ୍ତି ସ୍ୱିଡ...
ଆମେରିକାର ମାସାଚୁସେଟ୍ସରେ ନିଜ ୩ ଶିଶୁଙ୍କୁ ହତ୍ୟା କରିବା...
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କଲମ୍ବୋରେ ଚାଲିଥିବା ଦ୍ୱିତୀୟ...
ଇଂଲଣ୍ଡର ଦ୍ରୁତ ବୋଲର ବ୍ରାଇଡନ୍ କାର୍ସଙ୍କୁ ନେଇ ଏକ ଘଟଣାର...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ଶ୍ରୀଲଙ୍କା ବିପକ୍ଷ କଲମ୍ବୋ ଟେଷ୍ଟରେ ଭାରତୀୟ ୱିକେଟକିପର-ବ...
ଜିମ୍‌ରୁ ବାହାରିବା ପରେ ଚାରିଜଣ ସନ୍ଦିଗ୍ଧ ଆକ୍ରମଣକା...
କାନାଡାର ଏଡମଣ୍ଟନ୍‌ସ୍ଥିତ ଏକ ଶିଖ୍ ଗୁରୁଦ୍ୱାରରେ ଭୋ...
ସ୍ୱିଡେନ୍‌ର ମଧ୍ୟଭାଗରେ ଥିବା ଫାଗେର୍ଷ୍ଟା ସହରର ଏକ...