SS Martial Arts School won the Champion Trophy and Most Promising Team Trophy at Khurda District Wushu Championship 2026.

ଖୋର୍ଦ୍ଧା ଜିଲ୍ଲା ଉଷୁ ଚାମ୍ପିଅନସିପ୍–୨୦୨୬ରେ ଏସ୍‌.ଏସ୍‌. ମାର୍ଶାଲ ଆର୍ଟସ୍ ସ୍କୁଲର ଐତିହାସିକ ସଫଳତା, ଚାମ୍ପିଅନ୍ ଓ ‘ମୋଷ୍ଟ ପ୍ରମିସିଂ ଟିମ୍’ ଟ୍ରଫି ହାସଲ

ଭୁବନେଶ୍ୱରରେ ଆୟୋଜିତ ଖୋର୍ଦ୍ଧା ଜିଲ୍ଲା ଉଷୁ ଚାମ୍ପିଅନସିପ୍–୨୦୨୬ରେ ଏସ୍‌.ଏସ୍‌. ମାର୍ଶାଲ ଆର୍ଟସ୍ ସ୍କୁଲ ଚମତ୍କାର ପ୍ରଦର୍ଶନ କରି ଚାମ୍ପିଅନ୍ ଟ୍ରଫି ସହ ‘ମୋଷ୍ଟ ପ୍ରମିସିଂ ଟିମ୍’ ଟ୍ରଫି ହାସଲ କରିଛି। ସ୍କୁଲର ୩୫ ଜଣ ଖେଳାଳିଙ୍କ ମଧ୍ୟରୁ ୩୧ ଜଣ ପଦକ ଜିତି ସଂସ୍ଥା ପାଇଁ ଗୌରବ ଆଣିଛନ୍ତି।

ଭୁବନେଶ୍ୱରସ୍ଥିତ ପୁମାସ୍ ଇଣ୍ଟରନ୍ୟାସନାଲ ପରିସରରେ ଜୁଲାଇ ୧୯, ୨୦୨୬ ତାରିଖରେ ଆୟୋଜିତ ଖୋର୍ଦ୍ଧା ଜିଲ୍ଲା ଉଷୁ ଚାମ୍ପିଅନସିପ୍–୨୦୨୬ରେ ଏସ୍.ଏସ୍. ମାର୍ଶାଲ ଆର୍ଟସ୍ ସ୍କୁଲ ଐତିହାସିକ ସଫଳତା ହାସଲ କରିଛି। ସଂସ୍ଥା ପକ୍ଷରୁ ଅଂଶଗ୍ରହଣ କରିଥିବା ଖେଳାଳିମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଚାମ୍ପିଅନ୍ ଟ୍ରଫି ସହ ‘ମୋଷ୍ଟ ପ୍ରମିସିଂ ଟିମ୍’ ଟ୍ରଫି ହାସଲ କରିଛନ୍ତି।

ଏସ୍.ଏସ୍. ମାର୍ଶାଲ ଆର୍ଟସ୍ ସ୍କୁଲର ୩୫ ଜଣ ଖେଳାଳି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ସେମାନେ ସର୍ବମୋଟ ୩୧ଟି ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ସେଥିମଧ୍ୟରେ ୧୬ଟି ସ୍ୱର୍ଣ୍ଣ, ୧୦ଟି ରୌପ୍ୟ ଏବଂ ୫ଟି କାଂସ୍ୟ ପଦକ ରହିଛି।

ଦଳର ଏହି ସଫଳତା ପଛରେ ମୁଖ୍ୟ ପ୍ରଶିକ୍ଷକ ସିଦ୍ଧାର୍ଥ କୁମାର ସାହୁଙ୍କ ନେତୃତ୍ୱ ଓ ପ୍ରଶିକ୍ଷଣ ଏବଂ ଟିମ୍ ମ୍ୟାନେଜର ଚିନ୍ମୟ ପୃଷ୍ଟିଙ୍କ ତତ୍ତ୍ୱାବଧାନ ଉଲ୍ଲେଖନୀୟ ରହିଛି। ସେମାନଙ୍କ ମାର୍ଗଦର୍ଶନରେ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ଏହି ଗୌରବମୟ ସଫଳତା ହାସଲ କରିଛନ୍ତି।

ସ୍ୱର୍ଣ୍ଣ ପଦକ ବିଜେତା:

ସୌଦାମିନୀ ପୃଷ୍ଟି, ଓମ୍ ସତ୍ୟମେଧା ଜେନା, ନାଓମିକା ଦାସମହାପାତ୍ର, ବିଦିଶା କହଁର, ପ୍ରାଶି ମହାନ୍ତି, ଦିବ୍ୟଜ୍ୟୋତି ନାୟକ, ଅମିତ କୁମାର ନାୟକ, ବିୃନ୍ଦା ରାୱତ, ସନ୍ଧ୍ୟା ସାହୁ, ଶୁଭମ ଆଚାର୍ଯ୍ୟ, ସୌମ୍ୟଜିତ ପ୍ରଧାନ, ଶୁଭ ସଙ୍କେତ ମିଶ୍ର, ନୀତିଶ କୁମାର ବୋଇତି, ଦିବ୍ୟଦର୍ଶିନୀ ନାୟକ, ଦିବ୍ୟାଙ୍କ ନାୟକ ଓ ଜାହ୍ନବୀ ରଥ ଶର୍ମା।

ରୌପ୍ୟ ପଦକ ବିଜେତା:

ରୁଦ୍ର ପ୍ରସାଦ ପରିଡା, ମିଭାନ ରଥ, ସମ୍ପୂର୍ଣ୍ଣା ମିଶ୍ର, ସମୃଦ୍ଧି ମିଶ୍ର, ଆଶୁତୋଷ ସ୍ୱାଇଁ, ଗଣେଶ ଦାସ, ଆଗମନ ମହାନ୍ତି, ଆର୍ଭି ଶ୍ରୀଚନ୍ଦନ, କାମେଶ ପ୍ରଧାନ ଓ ସୁବ୍ରତ ଗୋଛାୟତ।

କାଂସ୍ୟ ପଦକ ବିଜେତା:

ସ୍ୱସ୍ତିକା ପ୍ରିୟଦର୍ଶିନୀ, ଆୟୁଷ୍ମାନ ଗୁରୁବଂଶୀ ସାହୁ, ସୌର୍ୟଜିତ୍ ପଟ୍ଟନାୟକ, ଶ୍ରେୟାଂଶ ସାହୁ ଏବଂ ରାଜେଶ ମହାରଣା।

ଏହି ପ୍ରତିଯୋଗିତାରେ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ର ସଭାପତି ଶ୍ରୀ ସମୀର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଖେଳାଳିମାନଙ୍କୁ ପଦକ ଓ ଟ୍ରଫି ପ୍ରଦାନ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ।

ଏହି ସଫଳତା ପରେ ଏସ୍.ଏସ୍. ମାର୍ଶାଲ ଆର୍ଟସ୍ ସ୍କୁଲର ଖେଳାଳି, ପ୍ରଶିକ୍ଷକ, ଅଭିଭାବକ ଏବଂ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Latest News
ସ୍କୁଲରେ ପିଲାଙ୍କ ସୁରକ୍ଷା ନେଇ ଭୟ: ବଢୁଛି ଇସ୍ରାଏଲୀ ବସ୍ତିବାସୀଙ୍କ ଆକ୍ରମଣ, ଚିନ୍ତାରେ ପାଲେଷ୍ଟାଇନୀ ଅଭିଭାବକ

ସ୍କୁଲରେ ପିଲାଙ୍କ ସୁରକ୍ଷା ନେଇ ଭୟ: ବଢୁଛି...

ପାଲେଷ୍ଟାଇନର ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ସହ ଅଧିକୃତ ୱେ...

ୱେଷ୍ଟ ବ୍ୟାଙ୍କ ସେଟଲମେଣ୍ଟରୁ ସାମଗ୍ରୀ କିଣା ଉପରେ ବ୍ରିଟେନ୍‌ର କଟକଣା! ବଡ଼ ନୀତି ପରିବର୍ତ୍ତନ ଘୋଷଣା କରିପାରେ UK

ୱେଷ୍ଟ ବ୍ୟାଙ୍କ ସେଟଲମେଣ୍ଟରୁ ସାମଗ୍ରୀ କିଣା ଉପରେ...

ଇସ୍ରାଏଲ ଅଧିକୃତ ୱେଷ୍ଟ ବ୍ୟାଙ୍କରେ ଥିବା ଯିହୁଦୀ ସେଟଲମେଣ...

ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ

ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ...

ଭାରତ ଏବେ୬-ଜି ଟେକ୍ନୋଲୋଜିର ବିଶ୍ୱସ୍ତରୀୟ ଦୌଡ଼ରେଆହୁରି ଏ...

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ; ₹୧୧.୪୧ କୋଟିର ଔଷଧ ଓ କସମେଟିକ୍ସ ଜବତ

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ;...

ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି? ଏହି ୫ଟି ଖାଦ୍ୟକୁ ଡାଏଟ୍‌ରେ ସାମିଲ କରନ୍ତୁ

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି?...

ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...

ଉତ୍ତର କୋରିଆ-ରୁଷିଆ ମଧ୍ୟରେ ପ୍ରଥମ ସଡ଼କ ସେତୁ ଉଦ୍‌ଘାଟିତ, ସହଜ ହେବ ବାଣିଜ୍ୟ ଓ ଯାତାୟାତ

ଉତ୍ତର କୋରିଆ-ରୁଷିଆ ମଧ୍ୟରେ ପ୍ରଥମ ସଡ଼କ ସେତୁ...

ରୁଷିଆ ଓ ଉତ୍ତର କୋରିଆ ମଧ୍ୟରେପ୍ରଥମ ସଡ଼କ ସେତୁଖୋଲାଯାଇଛି...

ଅଗ୍ନିବୀରଙ୍କୁ ମାଗଣା ଉଚ୍ଚଶିକ୍ଷା! ୧୦୦% ଟ୍ୟୁସନ୍ ଫି’ ଛାଡ଼ କରିବ ଏହି ବିଶ୍ୱବିଦ୍ୟାଳୟ

ଅଗ୍ନିବୀରଙ୍କୁ ମାଗଣା ଉଚ୍ଚଶିକ୍ଷା! ୧୦୦% ଟ୍ୟୁସନ୍ ଫି’...

ପୂର୍ବତନ ଅଗ୍ନିବୀରମାନଙ୍କ ଉଚ୍ଚଶିକ୍ଷା ଓ ଭଲ ରୋଜଗାର ସୁଯୋ...

୨୦୪୦ ସୁଦ୍ଧା ଦିଲ୍ଲୀର PM2.5 ପ୍ରଦୂଷଣ ୨୦% କମିପାରେ, ବିଳମ୍ବ ହେଲେ ବଢ଼ିବ ବିପଦ

୨୦୪୦ ସୁଦ୍ଧା ଦିଲ୍ଲୀର PM2.5 ପ୍ରଦୂଷଣ ୨୦%...

ଦିଲ୍ଲୀର ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ସମୟସୀମା ମଧ୍...

ବ୍ରିଟେନ୍ ଫେରିଲେ ହ୍ୟାରି-ମେଘାନ, ରାଜା ଚାର୍ଲ୍ସଙ୍କ ଚିଠିରେ ରାଜକୀୟ ସ୍ଥିତି ନେଇ ବଡ଼ ଖୁଲାସା

ବ୍ରିଟେନ୍ ଫେରିଲେ ହ୍ୟାରି-ମେଘାନ, ରାଜା ଚାର୍ଲ୍ସଙ୍କ ଚିଠିରେ...

ବ୍ରିଟେନ୍‌ର ରାଜପରିବାରକୁ ନେଇ ଆସିଛି ବଡ଼ ଖବର। ଦୀର...

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ: ‘ଡିଜେ’ ଓ ଲେଜର୍‌ ଲାଇଟ୍‌ ସ୍ୱାସ୍ଥ୍ୟ ପାଇଁ ବିପଦ

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ:...

ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌ ସମସ୍ୟା, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ପରାମର୍ଶ

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌...

ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+