ଅଭିଷେକ ଶର୍ମାଙ୍କ ୧୩୫ ରନ୍‌ରେ SRH ଦିଲ୍ଲୀକୁ ୪୭ ରନ୍‌ରେ ହରାଇଲା, IPL 2026ରେ ୨୪୨/୨ ର ବିଶାଳ ସ୍କୋର*

IPL 2026ରେ ସନରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୭ ରନ୍‌ରେ ପରାଜିତ କରିଛି। ଅଭିଷେକ ଶର୍ମା ୬୮ ବଲ୍‌ରେ ୧୩୫* ରନ୍‌ର ଧମାକେଦାର ଇନିଂସ ଖେଳି SRHକୁ ୨୪୨/୨ ର ବିଶାଳ ସ୍କୋର ପହଞ୍ଚାଇଥିଲେ। ତାଙ୍କ ଇନିଂସରେ ୧୦ଟି ଛକା ଓ ୧୦ଟି ଚାରି ଥିଲା। ଲକ୍ଷ୍ୟ ୨୪୩ ରନ୍‌ ପଛେଇ ଦିଲ୍ଲୀ ଆରମ୍ଭ ଭଲ କରିଥିଲେ ମଧ୍ୟ ମଧ୍ୟ ଓଭରରେ ଧସି ପଡ଼ି ୧୯୫/୯ ରେ ଅଟକିଗଲା। SRH ପକ୍ଷରୁ ଏଶାନ୍ ମାଲିଙ୍ଗା ୪ ଓ୍ଵିକେଟ୍‌ ନେଇ ମ୍ୟାଚ୍‌ର ମୁଖ୍ୟ ହିରୋ ହୋଇଥିଲେ।
Abhishek Sharma scores unbeaten 135 to help SRH beat DC by 47 runs in IPL 2026
Abhishek Sharma scores unbeaten 135 to help SRH beat DC by 47 runs in IPL 2026

IPL 2026ରେ ସନରାଇଜର୍ସ ହାଇଦ୍ରାବାଦ (SRH) ଦିଲ୍ଲୀ କ୍ୟାପିଟାଲ୍ସ (DC) ବିପକ୍ଷରେ ଏକ ଦମଦାର ପ୍ରଦର୍ଶନ କରି ୪୭ ରନ୍ରେ ଜୟ ହାସଲ କରିଛି। ଏହି ବିଜୟର ମୁଖ୍ୟ ନାୟକ ଥିଲେ SRHର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା, ଯିଏ ୬୮ ବଲ୍ରେ ଅପରାଜିତ ୧୩୫ ରନ୍ କରି ଦିଲ୍ଲୀ ବୋଲର୍ମାନଙ୍କୁ ହତବାକ୍ କରିଦେଇଥିଲେ।

ଅଭିଷେକଙ୍କ ଇନିଂସରେ ୧୦ଟି ଛକା ଏବଂ ୧୦ଟି ଚାରି ସାମିଲ ଥିଲା। ଏହି ଧୁଆଁଧାର ଇନିଂସ ଦ୍ୱାରା SRH ଦଳ ୨୪୨/୨ ର ବିଶାଳ ସ୍କୋର ତିଆରି କରିଥିଲା, ଯାହା DC ପାଇଁ ଅସମ୍ଭବ ଲକ୍ଷ୍ୟ ପ୍ରମାଣିତ ହୋଇଥିଲା।

SRHର ବ୍ୟାଟିଂ ଦବଦବା

ଅଭିଷେକ ଶର୍ମା ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଶଟ୍ ଖେଳି ଦିଲ୍ଲୀ ବୋଲିଂ ଲାଇନ୍ଅପ୍କୁ ଭାଙ୍ଗିଦେଇଥିଲେ। ସେ ଟ୍ରାଭିସ୍ ହେଡ୍ଙ୍କ ସହ ୯୭ ରନ୍ର ଦ୍ରୁତ ଓପେନିଂ ପାର୍ଟନରସିପ୍ କରିଥିଲେ। ହେଡ୍ ୩୭ ରନ୍ କରିଥିଲେ।

ପରେ ଅଭିଷେକ ଦଳର ଅଧିନାୟକ ଇଶାନ କିଶନ୍ ଙ୍କ ସହ ଆଉ ଏକ ତୁଫାନି ପାର୍ଟନରସିପ୍ କରିଥିଲେ। ଇଶାନ ୧୩ ବଲ୍ରେ ୨୫ ରନ୍ କରିଥିଲେ ଏବଂ ଦୁଇଜଣ ମିଶି ଖୁବ୍ ଶୀଘ୍ର ୭୯ ରନ୍ ଯୋଡ଼ିଥିଲେ।

ଶେଷ ଓଭରଗୁଡ଼ିକରେ ହେନ୍ରିକ୍ କ୍ଲାସେନ୍ ମଧ୍ୟ ଧମାକା କରି୧୩ ବଲ୍ରେ ୩୭ରନ୍* କରି SRHକୁ ବିଶାଳ ସ୍କୋର ପହଞ୍ଚାଇଥିଲେ।

ଅଭିଷେକ ମାତ୍ର ୪୭ ବଲ୍ରେ ଶତକ ପୂରଣ କରିଥିଲେ ଏବଂ ସମଗ୍ର ଇନିଂସରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୦୦ରୁ ଅଧିକ ରହିଥିଲା।

DC ବୋଲର୍ମାନେ ହତାଶ

ଦିଲ୍ଲୀ କ୍ୟାପିଟାଲ୍ସର ବୋଲର୍ମାନେ SRHର ବ୍ୟାଟିଂ ସାମ୍ନାରେ ସମ୍ପୂର୍ଣ୍ଣ ଅସହାୟ ଦେଖାଗଲେ। ଲୁଙ୍ଗି ନଗିଡି, ମୁକେଶ କୁମାର ଓ ଟି. ନଟରାଜନ ମହଙ୍ଗା ସାବିତ୍ ହୋଇଥିଲେ।

ସ୍ପିନର୍ ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଓଭର କୋଟା ଦିଆଯାଇନଥିଲା। ସେହିପରି ପାର୍ଟ-ଟାଇମ୍ ବୋଲର୍ ନିତିଶ ରାଣା ୪ ଓଭରରେ ୫୫ ରନ୍ ଦେଇଥିବାରୁ DC ପାଇଁ ଏହା ଏକ ବଡ଼ ଭୁଲ୍ ପ୍ରମାଣିତ ହୋଇଥିଲା।

ମଧ୍ୟ ଓଭର (୭ରୁ ୧୫) ସମୟରେ DC ବୋଲର୍ମାନେ ୧୧୬ ରନ୍ ଦେଇଥିଲେ, ଯାହା ଦଳକୁ ପରାଜୟ ଦିଗରେ ନେଇଗଲା।

ଲକ୍ଷ୍ୟ ପଛେଇ DC ଧସିଗଲା

୨୪୩ ରନ୍ର ଟାର୍ଗେଟ୍ ପଛେଇ ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭ ଭଲ କରିଥିଲା। କିନ୍ତୁ ମଧ୍ୟ ଓଭରରେ ଦଳ ହଠାତ୍ ଧସିପଡ଼ିଥିଲା। ଦଳ ୧୦୭/୧ ସ୍କୋରରୁ ଶୀଘ୍ର ୧୦୭/୪ ହୋଇଯାଇଥିଲା।

ଶେଷରେ DC ଦଳ୧୯୫/୯ରେ ଅଟକି ଯାଇଥିଲା ଏବଂ SRH ମ୍ୟାଚ୍ଟିକୁ ୪୭ ରନ୍ରେ ଜିତି ନେଇଥିଲା।

SRH ପକ୍ଷରୁ ଏଶାନ୍ ମାଲିଙ୍ଗା ଦମଦାର ବୋଲିଂ କରି ୪ ୱିକେଟ୍ ନେଇଥିବାବେଳେ ସାକିବ୍ ହୁସେନ୍ ମଧ୍ୟ ସହଯୋଗୀ ଭୂମିକା ନିଭାଇଥିଲେ।

LIVE TV
LIVE
Latest News
Bihar Board Exam 2027: ଦଶମ ଓ ଦ୍ୱାଦଶ ଶ୍ରେଣୀ Sent-up ପରୀକ୍ଷା ସୂଚୀ ଜାରି, ଜାଣନ୍ତୁ ତାରିଖ

Bihar Board Exam 2027: ଦଶମ ଓ...

ବିହାର ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୦୨୭ ବାର୍ଷିକ ପରୀ...

ଶ୍ରୀନଗର ସାଂସଦଙ୍କ ଇସ୍ତଫା ପଛରେ ବିଜେପିର ‘ଅପରେସନ୍ ଲୋଟସ୍’! ନ୍ୟାସନାଲ କନଫରେନ୍ସର ଅଭିଯୋଗ, ବିଜେପିର ଖଣ୍ଡନ

ଶ୍ରୀନଗର ସାଂସଦଙ୍କ ଇସ୍ତଫା ପଛରେ ବିଜେପିର ‘ଅପରେସନ୍...

ଶ୍ରୀନଗର: ଜମ୍ମୁ-କଶ୍ମୀରର ରାଜନୀତିରେ ନୂଆ ବିବାଦ। ନ୍ୟାସନ...

‘ଆମେ ଶ୍ରୀକୃଷ୍ଣଙ୍କ ବଂଶଧର, କାହାକୁ ଡରୁନାହୁଁ’ – ବିଜେପି ଓ RSSକୁ ତେଜସ୍ୱୀ ଯାଦବଙ୍କ ଟାର୍ଗେଟ୍, ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ମଧ୍ୟ କଲେ ସମାଲୋଚନା

‘ଆମେ ଶ୍ରୀକୃଷ୍ଣଙ୍କ ବଂଶଧର, କାହାକୁ ଡରୁନାହୁଁ’ –...

ନୂଆଦିଲ୍ଲୀ: ‘ଆମେ ଶ୍ରୀକୃଷ୍ଣଙ୍କ ବଂଶଧର, କାହାକୁ ଡ...

IIT କାନପୁର ଓ BIT ମେସ୍ରା ମଧ୍ୟରେ ୫ ବର୍ଷିଆ ଚୁକ୍ତି, ଛାତ୍ରଛାତ୍ରୀଙ୍କୁ ମିଳିବ ଗବେଷଣା ଓ ଇଣ୍ଟର୍ନସିପ୍ ସୁଯୋଗ

IIT କାନପୁର ଓ BIT ମେସ୍ରା ମଧ୍ୟରେ...

ଗବେଷଣା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂଆ ସହଯୋଗ ଉଚ୍ଚଶିକ...

‘ସଂସଦର ତୃତୀୟ ସଦନ ହୋଇପାରିବ ନାହିଁ ସୁପ୍ରିମକୋର୍ଟ’ – SC/ST ଆସନ ସଂରକ୍ଷଣ ନେଇ “ଆବେଦନ ଶୁଣାଣିକୁ ଗ୍ରହଣ କରିବାକୁ ମନା”

‘ସଂସଦର ତୃତୀୟ ସଦନ ହୋଇପାରିବ ନାହିଁ ସୁପ୍ରିମକୋର୍ଟ’...

ନୂଆଦିଲ୍ଲୀ: ନିର୍ବାଚନମଣ୍ଡଳୀରେ ଅନୁସୂଚିତ ଜାତି (SC) ଓ ଅ...

anrf-pm-ecrg-2026-60-lakh-research-grant

anrf-pm-ecrg-2026-60-lakh-research-grant

ଦେଶରେ ଗବେଷଣା ଓ ନୂତନ ଉଦ୍ଭାବନକୁ ଉତ୍ସାହିତ କରିବା ଲକ୍ଷ୍...

ଭଗୱନ୍ତ ମାନଙ୍କୁ ଟାର୍ଗେଟ୍ କଲେ ରାହୁଲ ଗାନ୍ଧୀ, କହିଲେ—‘ସକାଳ ୧୧ଟାରେ ବି ମଦର ଗନ୍ଧ ବାରି ହେଉଥିଲା’

ଭଗୱନ୍ତ ମାନଙ୍କୁ ଟାର୍ଗେଟ୍ କଲେ ରାହୁଲ ଗାନ୍ଧୀ,...

ପଞ୍ଜାବରେ ନିଶାଦ୍ରବ୍ୟ ସମସ୍ୟା ଏବଂ ରାଜ୍ୟ ସରକାରଙ୍କ କାର୍...

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ABVPର ବିଶାଳ ରାଲି, କଂଗ୍ରେସ ଓ ବାମଦଳକୁ ଟାର୍ଗେଟ୍

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ABVPର ବିଶାଳ ରାଲି, କଂଗ୍ରେସ...

‘ଅରାଜକତା ହଟାଅ, ଗଣତନ୍ତ୍ର ବଞ୍ଚାଅ’ ସ୍ଲୋଗା...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+