ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ପରେ ବନ୍ୟା ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିଛି। ଲଗାତାର ବର୍ଷା ଯୋଗୁଁ ଅଞ୍ଚଳର ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ବଢ଼ୁଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।
ବଢ଼ୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖିଇନ୍ଦ୍ରାବତୀ ଡ୍ୟାମର ୫ଟି ଗେଟ୍ ଖୋଲାଯାଇଛି। ଏହା ଫଳରେ ତଳମୁଣ୍ଡ ଅଞ୍ଚଳରେ ଜଳ ପ୍ରବାହକୁ ନେଇ ପ୍ରଶାସନ ନଜର ରଖିଛି।
ଜଳସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ ଦିଲୀପ କୁମାର ରାଉତଙ୍କ ସୂଚନା ଅନୁସାରେ,ନବରଙ୍ଗପୁରରେ ହାରାହାରି ୨୩୮ ମିମି ବର୍ଷାରେକର୍ଡ ହୋଇଥିବାବେଳେ ତେନ୍ତୁଳିଖୁଣ୍ଟିରେ ସର୍ବାଧିକ୩୯୫ ମିମିବର୍ଷା ହୋଇଛି। କୋରାପୁଟରେ ହାରାହାରି ୧୮୯ ମିମି ଓ ବୋରିଗୁମ୍ମାରେ ୩୦୭ ମିମି ବର୍ଷା ରେକର୍ଡ ହୋଇଛି।
ଅନ୍ୟପଟେ,ବୈତରଣୀ ନଦୀ ଆଖୁଆପଦାଠାରେ ବିପଦ ସଙ୍କେତ ଅତିକ୍ରମ କରିଛିଏବଂ ଏହାର ଜଳସ୍ତର ଆହୁରି ବଢ଼ିପାରେ ବୋଲି ଅଧିକାରୀ କହିଛନ୍ତି। ତେବେ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀ ବିପଦ ସଙ୍କେତ ନିକଟରେ ପହଞ୍ଚିପାରେ ବୋଲି ବିଭାଗ ଆକଳନ କରିଥିବାବେଳେ ବ୍ରାହ୍ମଣୀ ଓ ମହାନଦୀରେ ବଡ଼ ବନ୍ୟାର ଆଶଙ୍କା ନଥିବା କହିଛି।
ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ରାସ୍ତା ଅବରୋଧ, ଭୂସ୍ଖଳନ ଓ ଜଳବନ୍ଦୀ ଭଳି ସମସ୍ୟା ମଧ୍ୟ ଦେଖାଦେଇଛି। ମାଲକାନଗିରିରେ କେତେକ ସେତୁ ଓ ରାସ୍ତା ଉପରେ ପାଣି ଚାଲୁଥିବାରୁ ଯୋଗାଯୋଗ ପ୍ରଭାବିତ ହୋଇଛି।
ଉତ୍ତରପ୍ରଦେଶର ସରକାରୀ ସ୍କୁଲଗୁଡ଼ିକର ମୌଳିକ ଭିତ୍ତିଭୂମିକ...
ନୂଆଦିଲ୍ଲୀ: ଦେଶର Semiconductor ଓ computing hardware...
ଜାପାନରେ ଚାଲିଥିବା ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ T20 କ୍ରି...
IIT ବମ୍ବେର ଦ୍ୱିତୀୟ ବର୍ଷର BTech ଛାତ୍ର ସାହିଲ ୱାକୋଡେଙ...
ଏସୀୟ କ୍ରୀଡ଼ା ୨୦୨୬ରେ ଶୁକ୍ରବାର ଭାରତୀୟ ବନ୍ଧୁକଚାଳନା ଦଳ...
ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ODIରେ ଇଂଲଣ୍ଡର ଅଭିଜ୍ଞ ୱିକେ...
ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲାରେ ସୁପ୍ରିମ...
IIT Bombayର ଦ୍ୱିତୀୟ ବର୍ଷର BTech ଛାତ୍ର ସାହିଲ ରବୀନ୍ଦ...
WhatsAppରେ ଆସିଲା ସନ୍ଦେହଜନକ ମେସେଜ୍ ଲକ୍ଷ୍ନୌରୁ ସାମ...
ଭାରତୀୟ କ୍ରିକେଟ୍ ଦଳ ୨୦୨୭ ODI ବିଶ୍ୱକପ୍ ପାଇଁ ପ୍ରସ୍ତୁତ...