ଦୀର୍ଘ ୨୩ ଦିନ ଧରି ଅନଶନରେ ଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟକୁ ନେଇ ସଫଦରଜଙ୍ଗ ହସ୍ପିଟାଲ ନୂଆ ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରିଛି। ବୁଲେଟିନ୍ ଅନୁଯାୟୀ, ତାଙ୍କ ଶରୀରର କିଛି ଗୁରୁତ୍ୱପୂର୍ଣ୍ଣ ପାରାମିଟର ସ୍ଥିର ଥିଲେ ମଧ୍ୟ ରକ୍ତଚାପ ଓ ପୋଟାସିୟମ୍ ସ୍ତର ସାଧାରଣଠାରୁ କମ୍ ରହିଛି।
ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ଯେ, ରାତିରେ କରାଯାଇଥିବା ପରୀକ୍ଷାରେ ସିରମ୍ ପୋଟାସିୟମ୍ ସ୍ତର ୩.୨ mEq/L ରେକର୍ଡ ହୋଇଛି। ସେ ପ୍ୟାନସାଇଟୋପେନିଆ ସମସ୍ୟାରେ ମଧ୍ୟ ପୀଡ଼ିତ ଅଛନ୍ତି, ଯାହାଫଳରେ ତାଙ୍କ ଶରୀରରେ ଲାଲ ରକ୍ତ କଣିକା, ଧଳା ରକ୍ତ କଣିକା ଏବଂ ପ୍ଲେଟଲେଟ୍ର ପରିମାଣ କମିଯାଇଛି। ଏହି କାରଣରୁ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟର ନିୟମିତ ଯାଞ୍ଚ କରୁଛନ୍ତି।
ଚିକିତ୍ସକମାନେ ସୋନମ ୱାଙ୍ଗଚୁକଙ୍କୁ ଓଆରଏସ୍ (ORS) ଓ ମୁହଁରେ ଖାଇବା ପୋଟାସିୟମ୍ ଔଷଧ ଦେଉଛନ୍ତି। ତେବେ ସେ ଶିରା ମାଧ୍ୟମରେ ଦିଆଯାଉଥିବା ତରଳ ପଦାର୍ଥ ଓ ଗ୍ଲୁକୋଜ ନେବାକୁ ମନା କରିଥିବା ଜଣାପଡ଼ିଛି।
ଏହାଛଡ଼ା ତାଙ୍କଠାରେ ମଧ୍ୟମ ଧରଣର ଡିହାଇଡ୍ରେସନ୍ ସମସ୍ୟା ମଧ୍ୟ ଦେଖାଦେଇଛି। ତାଙ୍କ ଚିକିତ୍ସା ପାଇଁ ଭିଏମଏମସି, ସଫଦରଜଙ୍ଗ ହସ୍ପିଟାଲ ଓ ଏମ୍ସର ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ଲଗାତାର ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି।
ହସ୍ପିଟାଲ କହିଛି ଯେ, ସୋନମ ୱାଙ୍ଗଚୁକଙ୍କୁ ସମସ୍ତ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ତାଙ୍କ ପରବର୍ତ୍ତୀ ଚିକିତ୍ସା ପଦକ୍ଷେପ ସ୍ୱାସ୍ଥ୍ୟର ଅଗ୍ରଗତି ଓ ପରୀକ୍ଷା ରିପୋର୍ଟ ଆଧାରରେ ନିର୍ଦ୍ଧାରଣ କରାଯିବ।
ବିଶ୍ୱକପ୍ ଫାଇନାଲରେ ସ୍ପେନ୍‌ ବିପକ୍ଷରେ ୦-୧ ଗୋଲରେ...
ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ଜସପ୍ରୀତ ବୁମ୍...
ଡେଙ୍ଗୁ ବିରୋଧୀ ଲଢ଼େଇରେ ଭାରତକୁ ମିଳିଛି ଏକ ବଡ଼ ସଫଳ...
ଉତ୍ତର ଭାରତରେ ଲଗାତାର ପ୍ରବଳ ବର୍ଷା ଜନଜୀବନକୁ ବିପର୍ଯ୍ୟସ...
ଇଂଲଣ୍ଡ ଗସ୍ତରେ ଟି-୨୦ ଓ ଦିନିକିଆ ସିରିଜ୍‌ରେ ପରାଜୟ...
ଆନ୍ଧ୍ରପ୍ରଦେଶରେ ପୁଣି ଥରେ କୋଭିଡ୍-୧୯ ସଂକ୍ରମଣକୁ ନେଇ ଚି...
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ...
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଫ୍‌ ସ୍ପିନର ରବିଚନ...
ପରିବେଶବିତ୍ ତଥା ସମାଜସେବୀ ସୋନମ ୱାଙ୍ଗଚୁକଙ୍କୁ ମଙ୍ଗଳବାର...