ରଣବୀର ସିଂହ ଅଭିନୀତ ଏବଂ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ‘ଧୁରନ୍ଧର’ ଫିଲ୍ମ ଫ୍ରାଞ୍ଚାଇଜ୍କୁ ନେଇ ଶଶୀ ଥରୁରଙ୍କ ସମୀକ୍ଷା ଏବେ ଚର୍ଚ୍ଚାରେ। ଥରୁର ଉଭୟ ଫିଲ୍ମ ଦେଖିବା ପରେ ଏହାର ନିର୍ମାଣ, କାହାଣୀ, ପ୍ଲଟ୍ ଟ୍ୱିଷ୍ଟ ଓ ଅଭିନୟକୁ ପ୍ରଶଂସା କରିଛନ୍ତି। ବିଶେଷକରି ଦ୍ୱିତୀୟ ଭାଗ ‘ଧୁରନ୍ଧର: ଦ ରିଭେଞ୍ଜ୍’ ତାଙ୍କୁ ପ୍ରଥମ ଭାଗ ତୁଳନାରେ ଅଧିକ ମନୋରଞ୍ଜନକର ଲାଗିଥିବା ସେ କହିଛନ୍ତି।
ତେବେ ଫିଲ୍ମରେ ଦେଖାଯାଇଥିବା ଅତ୍ୟଧିକ ରକ୍ତପାତ, ହିଂସା ଓ କ୍ରୁର ଦୃଶ୍ୟ ନେଇ ଥରୁର ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ମତରେ ଏହି ହିଂସା ଅନେକ ସ୍ଥାନରେ ଆବଶ୍ୟକତାଠାରୁ ଅଧିକ ଦେଖାଯାଇଛି।
ଏହା ସହିତ ଫିଲ୍ମରେ ଥିବା ରାଜନୈତିକ ବାର୍ତ୍ତା ଓ ‘ପ୍ରଚାର’ର ଉପାଦାନ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଭାରତ-ପାକିସ୍ତାନ ସମ୍ପର୍କକୁ ଫିଲ୍ମରେ ଯେଉଁଭଳି ଦେଖାଯାଇଛି, ତାହା ନେଇ ମଧ୍ୟ ଥରୁର ନିଜ ଆଶଙ୍କା ପ୍ରକାଶ କରିଛନ୍ତି।
ଥରୁର ଫିଲ୍ମର ଗୁପ୍ତଚର କାର୍ଯ୍ୟକଳାପର ଚିତ୍ରଣକୁ ନିଜର ବାସ୍ତବ ଅନୁଭବ ସହ ତୁଳନା କରି କହିଛନ୍ତି ଯେ ଫିଲ୍ମକୁ କାଳ୍ପନିକ କାହାଣୀ ଭାବେ ଦେଖିବା ଉଚିତ। ଆର୍. ମାଧବନଙ୍କ ଚରିତ୍ର ଅଜୟ ସାନ୍ୟାଲଙ୍କୁ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ସମ୍ପର୍କିତ କରାଯାଇଥିବା ପ୍ରସଙ୍ଗରେ ମଧ୍ୟ ସେ ଏହାକୁ ସିନେମାଟିକ୍ ଲିବର୍ଟି ବୋଲି ଦେଖିବାକୁ କହିଛନ୍ତି।
ଅକ୍ଟୋବର ୨୧, ବୁଧବାର ଦେଶର ରାଜନୀତି, ନ୍ୟାୟ ବ୍ୟବସ୍ଥା ଓ...
କ୍ୟାନସର ଔଷଧର ଅଧିକ ଟ୍ରେଡ୍ ମାର୍ଜିନ୍କୁ ନିୟନ୍ତ୍ରଣ କରିବ...
Gen Z ଆନ୍ଦୋଳନକୁ ନେଇ ବିଜେପି ଭୟଭୀତ’ ଦେବୀ ପ୍...
କଂଗ୍ରେସ ସାଂସଦ ଶଶୀ ଥରୁର ବୁଧବାର ତିରୁବନନ୍ତପୁରମରେ ସାମ୍...
ଧନୁଷଙ୍କ ରାଜନୀତିକ ପ୍ରବେଶ ନେଇ କାହିଁକି ବଢ଼ିଲା ଚର୍ଚ୍ଚା...
ପୁରୁଷଙ୍କୁ କାହିଁକି ହୋଇପାରେ ବ୍ରେଷ୍ଟ କ୍ୟାନସର? ପୁରୁ...
କାହିଁକି ୪୦ ପରେ ହାଡ଼ ପାଇଁ ଅଧିକ ସତର୍କତା? ହାଡ଼ ଏକ...
ଦିଲ୍ଲୀରେ ଶୀତ ଆସିବା ପୂର୍ବରୁ ହିଁ ବାୟୁ ପ୍ରଦୂଷଣକୁ ନେଇ...