SCERT ପ୍ରକାଶିତ ସ୍କୁଲ ପାଠ୍ୟପୁସ୍ତକରେ ଦେଖାଦେଇଥିବା ଗୁରୁତର ତ୍ରୁଟିକୁ ନେଇ ଓଡ଼ିଶା ସରକାର କଠୋର ମନୋଭାବ ଗ୍ରହଣ କରିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଓଡ଼ିଶା କ୍ରାଇମବ୍ରାଞ୍ଚ ଖୁବଶୀଘ୍ର ବିସ୍ତୃତ ତଦନ୍ତ ଆରମ୍ଭ କରିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାକୁ ସମ୍ଭାବ୍ୟ ଷଡ଼ଯନ୍ତ୍ର ବୋଲି ଅଭିହିତ କରି ଉଚ୍ଚସ୍ତରୀୟ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏସ୍ପି ସ୍ତରୀୟ ଅଧିକାରୀଙ୍କ ନେତୃତ୍ୱରେ ଏକ ୪ ସଦସ୍ୟୀୟ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି।
ସୂତ୍ର ଅନୁସାରେ, ଏହି ଦଳ କେବଳ ପାଠ୍ୟପୁସ୍ତକରେ ତ୍ରୁଟି କିପରି ହେଲା ତାହା ଯାଞ୍ଚ କରିବ ନାହିଁ, ବରଂ ତ୍ରୁଟିର ପ୍ରକୃତ କାରଣ ଖୋଜିବା ସହ ଏଥିପାଇଁ ଦାୟୀ ବ୍ୟକ୍ତି କିମ୍ବା ସଂସ୍ଥାଙ୍କୁ ଚିହ୍ନଟ କରିବ।
ପାଠ୍ୟପୁସ୍ତକରେ ଥିବା ଏଭଳି ଗୁରୁତର ଭୁଲକୁ ନେଇ ଅଭିଭାବକ, ଶିକ୍ଷକ ଓ ଶିକ୍ଷାବିତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି।
ଏପଟେ SCERT ନିର୍ଦ୍ଦେଶକ ବିଜୟ କୁମାର ସାହୁ ପାଠ୍ୟପୁସ୍ତକ ପ୍ରସ୍ତୁତି, ସମ୍ପାଦନା, ମୁଦ୍ରଣ ଏବଂ ପ୍ରକାଶନ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ସହ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ଯାଇଛନ୍ତି। ସେ ଏହି ମାମଲାରେ ଆନୁଷ୍ଠାନିକ ଭାବେ ଏଫ୍ଆଇଆର୍ ଦାଖଲ କରିବାର ସମ୍ଭାବନା ରହିଛି, ଯାହା ପରେ ଅପରାଧିକ ମାମଲାର ତଦନ୍ତ ଆରମ୍ଭ ହେବ।
ତଦନ୍ତ ସମୟରେ ପାଠ୍ୟପୁସ୍ତକ ପ୍ରସ୍ତୁତିର ସମସ୍ତ ପର୍ଯ୍ୟାୟ ଯଥା ବିଷୟବସ୍ତୁ ପ୍ରସ୍ତୁତି, ସମ୍ପାଦନା, ପ୍ରୁଫ୍ରିଡିଂ, ମୁଦ୍ରଣ ଓ ଅନୁମୋଦନ ପ୍ରକ୍ରିୟାକୁ ଖତିଆନ କରାଯିବ। ଏହି ତ୍ରୁଟି ଅବହେଳା ଯୋଗୁଁ ହୋଇଛି କି ନା ଏହା ପଛରେ କୌଣସି ସୁଚିନ୍ତିତ ଷଡ଼ଯନ୍ତ୍ର ରହିଛି, ତାହାର ମଧ୍ୟ ତଦନ୍ତ କରାଯିବ।
କ୍ରାଇମବ୍ରାଞ୍ଚର ଏହି ତଦନ୍ତ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଭବିଷ୍ୟତରେ ଏଭଳି ତ୍ରୁଟି ପୁନରାବୃତ୍ତି ନ ହେବାକୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
ବଙ୍ଗୋପସାଗରରେ ଅବପାତକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକ...
FIFA ସଭାପତି ଜିଆନି ଇନ୍ଫାଣ୍ଟିନୋ ନିଜ ପଦରୁ ଇସ୍ତଫା ଦେବା...
କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...
ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ସଜାଗ: ଜ...
Mumbai Indiansର ନୂଆ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପ...
କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...
ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ...
ଓଡ଼ିଶା ଉପକୂଳ ଆଡ଼କୁ ସମ୍ଭାବ୍ୟ ବାତ୍ୟାର ଆଶଙ୍କା ମଧ୍ୟରେ...