ଭୋଗରାଇ: ପିଲାଦିନରୁ ହିଁ ପ୍ରତିଭାର ପରିଚୟ ଦେଉଛନ୍ତି ଓଡ଼ିଶାର କୁନି ପ୍ରତିଭା। ନିଜର ଚମତ୍କାର ବକ୍ତୃତା ଶୈଳୀ ଓ ଆତ୍ମବିଶ୍ୱାସପୂର୍ଣ୍ଣ ଉପସ୍ଥାପନା ମାଧ୍ୟମରେ ସମସ୍ତଙ୍କ ମନ ଜିଣିଛନ୍ତି ବାଲେଶ୍ୱର ଜିଲ୍ଲାର ଛାତ୍ର ସନ୍ଦୀପ କୁମାର ପରିଡ଼ା। ସୁରଭି କାର୍ଯ୍ୟକ୍ରମର ଭାଷଣ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ସେ ନିଜ ବିଦ୍ୟାଳୟ ଓ ଗାଁ ପାଇଁ ଗୌରବ ଆଣିଛନ୍ତି।
ସନ୍ଦୀପ ହେଉଛନ୍ତି ଭୋଗରାଇ ବ୍ଲକ୍ ବଡ଼ମନ୍ଦାରୁଣୀ ଗ୍ରାମର ଜୟନାରଣ ପରିଡ଼ାଙ୍କ ପୁଅ। ସେ ବଡ଼ମନ୍ଦାରୁଣୀ ନୋଡାଲ ହାଇସ୍କୁଲର ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମର କନିଷ୍ଠ ବର୍ଗ ଭାଷଣ ପ୍ରତିଯୋଗିତାରେ ସେ ଓଡ଼ିଆ ଭାଷା: ଅତୀତର ଗୌରବ ଓ ଭବିଷ୍ୟତର ଆଶା ଶୀର୍ଷକ ଉପରେ ନିଜର ମତ ରଖିଥିଲେ।
ନିଜର ସ୍ପଷ୍ଟ ଉଚ୍ଚାରଣ, ଚମତ୍କାର ବକ୍ତୃତା ଶୈଳୀ ଓ ଆକର୍ଷଣୀୟ ଉପସ୍ଥାପନା ଦ୍ୱାରା ସେ ବିଚାରକମାନଙ୍କୁ ପ୍ରଭାବିତ କରିଥିଲେ। ଫଳରେ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।
କେବଳ ବ୍ଲକସ୍ତରରେ ନୁହେଁ, କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମର ଭାଷଣ ପ୍ରତିଯୋଗିତାରେ ମଧ୍ୟ ସନ୍ଦୀପ ପ୍ରଥମ ସ୍ଥାନ ହାସଲ କରିଥିବା ଖବର ମିଳିଛି। ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଉତ୍ସାହଜନକ ସମ୍ବର୍ଦ୍ଧନା ଦିଆଯାଇଛି।
ସନ୍ଦୀପଙ୍କ ଭାଷଣ ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷକରି ଫେସବୁକ୍ରେ ତାଙ୍କ ଭାଷଣର ଭିଡିଓ ବେଶ୍ ଭାଇରାଲ୍ ହେଉଛି। ତାଙ୍କର ଉପସ୍ଥାପନା ଦେଖି ଅନେକ ଲୋକ ପ୍ରଶଂସା କରୁଛନ୍ତି।
ସନ୍ଦୀପଙ୍କ ଏହି ସଫଳତାରେ ତାଙ୍କ ବିଦ୍ୟାଳୟ, ଶିକ୍ଷକ, ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ମାହୋଲ୍ ଦେଖିବାକୁ ମିଳିଛି। ତାଙ୍କର ଏହି ପ୍ରତିଭା ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ନିଜ ଦକ୍ଷତା ପ୍ରଦର୍ଶନ କରିବାକୁ ପ୍ରେରଣା ଯୋଗାଇବ।
କ୍ରିକେଟ୍‌ ଜଗତରେ ଶୋକର ଛାୟା, ୧୭ ବର୍ଷୀୟା ଖେଳାଳିଙ...
ରାଜସ୍ଥାନ: ରାଜସ୍ଥାନ ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ୨୦୨...
IPL ଫର୍ମାଟ୍‌ରେ ପରିବର୍ତ୍ତନ ଚାହୁଁଛନ୍ତି ମୋହିତ ବର...
ପାଟ୍ରୋଲିଂ ଡ୍ୟୁଟିରୁ ନିଖୋଜ, ପରେ ମିଳିଲା ଦୁଇ SPOଙ୍କ ମୃ...
ଭାରତୀୟ ସମ୍ବିଧାନ, ଆଇନ ଓ ମତପ୍ରକାଶର ସ୍ୱାଧୀନତାକୁ ନେଇ ଗ...
ବେ ହାର୍ଦ୍ଦିକ ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବରୁ ମୁମ୍ବାଇ...
ବେଙ୍ଗାଲୁରୁ: ସନ୍ତାନ ନଥିବା କଥାକୁ ନେଇ ବାରମ୍ବାର ଅପମାନ...
ପିଲାମାନେ ଏଣିକି କେବଳ ବହି ପଢ଼ି ନୁହେଁ, ବରଂ ନିଜ ଚାରିପା...