ରାଉରକେଲାରେ ଜଣେ ମହିଳା ହୋମଗାର୍ଡଙ୍କ ତତ୍ପରତା ଏବେ ପ୍ରଶଂସା ସାଉଁଟୁଛି। ସଡ଼କ ଦୁର୍ଘଟଣା ପରେ ରାସ୍ତା ଉପରେ ପଡ଼ିଥିବା ଜଣେ ଯୁବକ ନିଶ୍ୱାସ ନେଉନଥିବା ଦେଖି ହୋମଗାର୍ଡ ଅଞ୍ଜନା ମାଝୀ ତୁରନ୍ତ CPR ଆରମ୍ଭ କରିଥିଲେ।
ଅଞ୍ଜନା ମାଝୀ ବର୍ତ୍ତମାନ ଛେଣ୍ଡ ଥାନା PCRରେ ନିୟୋଜିତ ଅଛନ୍ତି। ସେ କହିଛନ୍ତି, ସ୍ପେସ୍ ଛକ ନିକଟରେ ଥିବା ସମୟରେ ତାଙ୍କ ଟିମ୍କୁ ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ଘଟଣାସ୍ଥଳରେ ପହଞ୍ଚି ସେ ଯୁବକଙ୍କୁ ରାସ୍ତା ଉପରେ ପଡ଼ିଥିବା ଦେଖିଥିଲେ।
କିଛି ଲୋକ ଯୁବକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରୁଥିଲେ। ଯାଞ୍ଚ କରିବା ପରେ ସେ ନିଶ୍ୱାସ ନେଉନଥିବା ଜାଣିଥିଲେ। ତୁରନ୍ତ ତାଙ୍କ ବେଲ୍ଟ ଓ ଟାଇ କାଢ଼ି CPR ଆରମ୍ଭ କରିଥିଲେ।
ଆମ୍ବୁଲାନ୍ସ ପହଞ୍ଚିବା ପର୍ଯ୍ୟନ୍ତ ଅଞ୍ଜନା ପ୍ରାୟ ୧୦ରୁ ୧୫ ମିନିଟ୍ ଧରି CPR ଜାରି ରଖିଥିଲେ। ସେ ତିନିଥର CPR ଦେବା ସହ ମୁହଁରୁ ମୁହଁକୁ ଶ୍ୱାସ ଦେଇଥିବା କହିଛନ୍ତି। କିଛି ସମୟ ପରେ ଯୁବକଙ୍କଠାରେ ସାମାନ୍ୟ ପ୍ରତିକ୍ରିୟା ଦେଖାଯାଇଥିବା ସେ ଲକ୍ଷ୍ୟ କରିଥିଲେ।
ରାଉରକେଲା ପୁଲିସ ଟିମ୍କୁ ମିଳିଥିବା ପ୍ରଥମିକ ଚିକିତ୍ସା ପ୍ରଶିକ୍ଷଣ ଏହି ଜରୁରୀ ପରିସ୍ଥିତିରେ ତାଙ୍କୁ ସାହାଯ୍ୟ କରିଥିବା ଅଞ୍ଜନା କହିଛନ୍ତି। ODRAF ଟିମ୍ ପକ୍ଷରୁ ଏହି ପ୍ରଶିକ୍ଷଣ ଦିଆଯାଇଥିଲା।
ଘଟଣାସ୍ଥଳରେ ଅନେକ ଲୋକ ଉପସ୍ଥିତ ଥିଲେ ମଧ୍ୟ କେହି CPR ଦେବାକୁ ଆଗକୁ ନଆସିବାରୁ ସେ ଚିନ୍ତିତ ହୋଇଥିଲେ। ତେବେ ପ୍ରଶିକ୍ଷଣ ଓ କର୍ତ୍ତବ୍ୟବୋଧକୁ ଆଧାର କରି ସେ ଯୁବକଙ୍କ ଜୀବନ ବଞ୍ଚାଇବାକୁ ଶେଷ ପର୍ଯ୍ୟନ୍ତ ପ୍ରୟାସ କରିଥିଲେ।
ଅଞ୍ଜନାଙ୍କ କହିବା ଅନୁସାରେ, ତାଙ୍କ ପାଇଁ ସେହି ସମୟରେ ଯୁବକଜଣକ କାହାର ପୁଅ, ବାପା କିମ୍ବା ପରିବାରର ସଦସ୍ୟ ହୋଇପାରନ୍ତି ବୋଲି ଭାବିବା ହିଁ ତାଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ପ୍ରେରଣା ଦେଇଥିଲା। ଘଟଣାରେ ତାଙ୍କ ତତ୍ପରତା ଓ ମାନବିକତା ପ୍ରଶଂସା ପାଉଛି।
ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...
ମହିଳା ଟେନିସ୍‌ରେ ନୂଆ ଇତିହାସ ରଚିଛନ୍ତି ଏଲେନା ରିବ...
କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...
ଚେନ୍ନାଇରେ ଚାଲିଥିବା ଦୁଲୀପ ଟ୍ରଫି ୨୦୨୬ ଫାଇନାଲ୍‌ର...
ଭାରତୀୟ କ୍ରିକେଟର ତିଲକ ବର୍ମା ଏବେ ରେଡ୍‌-ବଲ୍&zwnj...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ପାକିସ୍ତାନ କ୍ରିକେଟ୍‌ ଏବେ ଖରାପ ପ୍ରଦର୍ଶନକୁ ନେଇ ଚ...
ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...
ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...