ରୋଗୀ ସାଜି ଘରେ ପଶିଲେ, ଚିକିତ୍ସା କରାଇବା ବାହାନାରେ କବାଟ ଖୋଲାଇଲେ। ଆଉ କବାଟ ଖୋଲିବା ମାତ୍ରେ ଅବସରପ୍ରାପ୍ତ ଫାର୍ମାସିଷ୍ଟ ଓ ତାଙ୍କ ପତ୍ନୀଙ୍କୁ ବାନ୍ଧି ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର। ଜୟପୁର ସହର ନିକଟ ଗୌଡ଼ଗୁଡ଼ା ଅଞ୍ଚଳରେ ଗତକାଲି ରାତିରେ ଏଭଳି ଲୁଟ୍ ଘଟଣା ଘଟିଛି।
ସୂଚନା ଅନୁସାରେ, ଗୌଡ଼ଗୁଡ଼ାରେ ରହୁଥିବା ଅବସରପ୍ରାପ୍ତ ଫାର୍ମାସିଷ୍ଟ ନରସିଂହ ସାହୁଙ୍କ ଘର କବାଟକୁ ରାତିରେ ୩ ଜଣ ଲୋକ ବାଡ଼େଇଥିଲେ। ସେମାନେ ନିଜକୁ ଦୁର୍ଘଟଣାର ଶିକାର ହୋଇଥିବା ରୋଗୀ ବୋଲି ପରିଚୟ ଦେବା ସହ ଚିକିତ୍ସା ପାଇଁ ସହାୟତା ମାଗିଥିଲେ। ରୋଗୀ ବୋଲି ଭାବି ନରସିଂହ ସାହୁ କବାଟ ଖୋଲିଥିଲେ।
କବାଟ ଖୋଲିବା ପରେ ହଠାତ୍ ୩ ଜଣ ଲୁଟେରା ତାଙ୍କୁ ପଛପଟୁ ଜାବୁଡ଼ି ଧରିଥିଲେ। ପରେ ଗାମୁଛାରେ ତାଙ୍କ ହାତ, ଗୋଡ଼ ଓ ମୁହଁ ବାନ୍ଧି ଦେଇଥିଲେ। ଜଣେ ଲୁଟେରା ତାଙ୍କୁ ମାଡ଼ି ବସିଥିବା ବେଳେ ଅନ୍ୟ ଦୁଇଜଣ ଘର ଭିତରକୁ ପଶିଥିଲେ।
ଏହାପରେ ଖଟରେ ଶୋଇଥିବା ନରସିଂହଙ୍କ ପତ୍ନୀ ପ୍ରେମଲତା ସାହୁଙ୍କ ବେକରୁ ମଙ୍ଗଳସୂତ୍ର ଲୁଟିନେଇଥିଲେ। ପ୍ରେମଲତା ପାଟି କରିବାରୁ ଲୁଟେରାମାନେ ବନ୍ଧୁକ ଦେଖାଇ ତାଙ୍କୁ ଭୟଭୀତ କରିଥିଲେ। ପରେ ଆଲମାରୀର ଚାବି ମାଗିଥିଲେ।
ଆଲମାରୀର ଚାବି ପାଇବା ପରେ ଲୁଟେରାମାନେ ଏହାକୁ ଖୋଲି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଏଥିସହ ସୁନା ଚେନ୍, ୨ଟି ସୁନା ମୁଦି, ୨ ହଳ କାନଫୁଲ, ସୁନା ହାର ସମେତ ପ୍ରାୟ ୮ ତୋଳା ସୁନା ଅଳଙ୍କାର ନେଇ ଲୁଟେରାମାନେ ଫେରାର ହୋଇଯାଇଥିବା କୁହାଯାଇଛି।
ଘଟଣା ପରେ ପରିବାର ପକ୍ଷରୁ ଜୟପୁର ସଦର ଥାନାରେ ଏତଲା ଦିଆଯାଇଛି। ପୋଲିସ ମାମଲା ରୁଜୁ କରି ଲୁଟେରାମାନଙ୍କୁ ଚିହ୍ନଟ କରିବା ସହ ଘଟଣାର ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।
ଗଣେଶ ଚତୁର୍ଥୀ ଅବସରରେ ଲମ୍ବା ଛୁଟି ଯୋଗୁଁ ବେଙ୍ଗାଲୁରୁରୁ...
କୋଲହାପୁରରେ ‘ମହାଦେବୀ’ ନାମରେ ପରିଚିତ ହାତୀ...
ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ନୂଆଦିଲ୍ଲୀ ଗସ୍ତକୁ ନେ...
ନୂଆଦିଲ୍ଲୀରେ BRICS ସମ୍ମିଳନୀ ଆୟୋଜନ କରୁଥିବା ଭାରତର କୂଟ...