ଅନ୍ତର୍ଜାତୀୟ ଫୁଟବଲ୍ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନେଦରଲାଣ୍ଡ୍ସର ଅଭିଜ୍ଞ ରେଫରି ରବ୍ ଡିପେରିଙ୍କଙ୍କ ୩୮ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ଅକାଳ ବିୟୋଗରେ ଫୁଟବଲ୍ ମହଲରେ ଶୋକର ଛାୟା ଖେଳିଯାଇଛି।
ରବ୍ ଡିପେରିଙ୍କ ଚଳିତ ଫିଫା ବିଶ୍ୱକପ୍ରେ ଭିଡିଓ ଆସିଷ୍ଟାଣ୍ଟ ରେଫରି (VAR) ଭାବେ କାର୍ଯ୍ୟ କରିବାକୁ ମନୋନୀତ ହୋଇଥିଲେ। କିନ୍ତୁ ବ୍ରିଟେନରେ ଏକ ତଦନ୍ତ ଚାଲିଥିବାରୁ ଫିଫା ମେ' ମାସରେ ତାଙ୍କୁ ବିଶ୍ୱକପ୍ ଅଫିସିଆଲ୍ ତାଲିକାରୁ ବାଦ୍ ଦେଇଥିଲା।
ତାଙ୍କ ବିରୋଧରେ ଜଣେ ନାବାଳକଙ୍କ ସହ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। ତେବେ ପ୍ରମାଣର ଅଭାବରୁ ସେ ଏହି ମାମଲାରେ ଦୋଷମୁକ୍ତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁର ପ୍ରକୃତ କାରଣ ସାର୍ବଜନୀନ କରାଯାଇନାହିଁ।
୨୦୧୧-୧୨ ମସିହାରୁ ପେସାଦାର ରେଫରି ଭାବେ କ୍ୟାରିୟର ଆରମ୍ଭ କରିଥିବା ଡିପେରିଙ୍କ ନିଜ କ୍ୟାରିୟରରେ ୨୮୪ଟି ପେସାଦାର ମ୍ୟାଚ୍ ପରିଚାଳନା କରିଥିଲେ। ବିଶେଷକରି VAR ଅଫିସିଆଲ୍ ଭାବେ ସେ ଅନ୍ତର୍ଜାତୀୟ ଫୁଟବଲରେ ଏକ ପରିଚିତ ନାମ ଥିଲେ।
ସେ ୟୁରୋ କପ୍ ୨୦୨୪ ଏବଂ ପ୍ୟାରିସ୍ ଅଲିମ୍ପିକ୍ସର ଫୁଟବଲ୍ ପ୍ରତିଯୋଗିତାରେ ମଧ୍ୟ ରେଫରିଙ୍ଗ୍ ଦାୟିତ୍ୱ ତୁଲାଇଥିଲେ।
ରବ୍ ଡିପେରିଙ୍କଙ୍କ ଅକାଳ ବିୟୋଗରେ ନେଦରଲାଣ୍ଡ୍ସ ଫୁଟବଲ୍ ଆସୋସିଏସନ୍ ଓ ଫିଫା ଗଭୀର ଶୋକ ପ୍ରକାଶ କରି ତାଙ୍କ ଅବଦାନକୁ ସ୍ମରଣ କରିଛନ୍ତି।
ୟୁକ୍ରେନର ରାଜଧାନୀକିଭ୍ରେ ମଙ୍ଗଳବାର ମଧ୍ୟରାତ୍ରିରେ ଏକାଧି...
ମଧ୍ୟପ୍ରଦେଶର ଛତରପୁର ଜିଲ୍ଲା ଅନ୍ତର୍ଗତ ରାଜନଗର ଥାନା ଅଞ୍...
ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳରୁ ଏକ ଅତ୍ୟନ୍ତ...
ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ କୋଭିଡ୍ ସମ୍ବନ୍ଧୀୟ ଏକ ମୃତ୍ୟୁ ଘ...
ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ **ଭୀର ସୁରେନ୍ଦ୍ର ସାଇ ଆ...
ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ବଡ଼ ଧରଣର ଲୁଟ ଘଟଣା ସାମ୍...
ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ସ୍...
ପରିବେଶବିତ୍ ଓ ଶିକ୍ଷାବିଦ୍ ସୋନମ ୱାଙ୍ଗଚୁକଙ୍କ ଆମରଣ ଅନଶନ...