ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଅଞ୍ଚଳରେ ଜଣେ ଅଣଓଡ଼ିଆ ଯୁବତୀଙ୍କୁ ସାର୍ବଜନୀନ ଭାବେ ମାଡ଼ ମାରିବା ଏବଂ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାକୁ ନେଇ ରାଜ୍ୟ ମହିଳା କମିସନ କଠୋର ମନୋଭାବ ପ୍ରକାଶ କରିଛନ୍ତି।
ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତି କହିଛନ୍ତି ଯେ, ଏଭଳି ଭିଡ଼ ହିଂସା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହାକୁ ଗୁରୁତ୍ୱର ସହ ନିଆଯିବା ଆବଶ୍ୟକ। ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବା ଏବଂ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାୟଗଡ଼ା ଜିଲ୍ଲା ପୋଲିସ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, ପୀଡ଼ିତାଙ୍କ ବୟାନ ଫୋନ୍ ଏବଂ ଭିଡିଓ କଲ୍ ମାଧ୍ୟମରେ ରେକର୍ଡ କରାଯାଇଛି। ମହିଳା କମିସନ ପକ୍ଷରୁ ଏହି ସମ୍ବେଦନଶୀଳ ମାମଲାର ତଦନ୍ତକୁ ଗୁରୁତ୍ୱ ଦେବା ସହ ୬୦ ଦିନ ମଧ୍ୟରେ ମାମଲାର ଚାର୍ଜସିଟ୍ ଦାଖଲ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି।
ବିଶେଷକରି ଯୁବତୀଙ୍କୁ ମାଡ଼ ମାରିବା ଏବଂ ଭିଡିଓକୁ ଭାଇରାଲ କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।
ଶୋଭନା ମହାନ୍ତି କହିଛନ୍ତି, “ଅନ୍ୟ ଜଣେ ଯୁବତୀଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଦେଖିବା ଉଚିତ। ଦୋଷୀଙ୍କ ବିରୋଧରେ ଏଭଳି କଠୋର ପଦକ୍ଷେପ ନିଆଯିବ, ଯାହା ଦେଖି ଭବିଷ୍ୟତରେ କେହି ଏପରି ହିଂସା କରିବା ପୂର୍ବରୁ ନିଶ୍ଚିତ ଭାବେ ଚିନ୍ତା କରିବେ।”
ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆଲୋଚନା ଚାଲିଥିବା ବେଳେ ମହିଳାଙ୍କ ସୁରକ୍ଷା, ସାମାଜିକ ସହନଶୀଳତା ଏବଂ ଆଇନର ଶାସନକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି।
ଭାରତୀୟ ଟି-୨୦ ଦଳରେ ଓପନିଂ ଯୋଡ଼ିକୁ ନେଇ ପରୀକ୍ଷା ଜାରି ର...
ଜଳନ୍ଧର କମିଶନରେଟ୍ ପୋଲିସ ଆମେରିକାରSupplemental Nutrit...
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ମଧ୍ୟରେ ପାକିସ୍ତାନ କ୍ରିକେ...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ଅନ୍ତର୍ଜାତୀୟ ଛାତ୍ରଙ୍କ ଭିସା ବ୍ୟବସ୍ଥାର ଦୁରୁପଯୋଗ ରୋକିବ...
ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳିଏସ୍. ବଦ୍ରିନାଥଭ...