ରାୟଗଡ଼ ବ୍ଲକ ମୁନିସିଂ ଗ୍ରାମର ଚନ୍ଦ୍ର ଗମାଙ୍ଗ ରୋଜଗାର ପାଇଁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିବା ବେଳେ ତାଙ୍କ ସହ ଅଘଟଣ ଘଟିଥିଲା।
ସୂଚନା ଅନୁସାରେ, କାମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତ ଲାଗିବାରୁ ଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ମାତ୍ର ୧୯ ବର୍ଷ ବୟସରେ ତାଙ୍କ ଅକାଳ ବିୟୋଗ ଖବର ଗାଁରେ ଶୋକର ଛାୟା ଖେଳାଇଦେଇଛି।
ଚନ୍ଦ୍ରଙ୍କ ପରିବାର ଆର୍ଥିକ ଭାବେ ଦୁର୍ବଳ ହୋଇଥିବାରୁ ହାଇଦ୍ରାବାଦରୁ ମୃତଦେହକୁ ଗାଁକୁ ଆଣିବା ନେଇ ସମସ୍ୟା ଦେଖାଦେଇଥିଲା।
ପରେ ସମ୍ପୃକ୍ତ କମ୍ପାନୀର ସହଯୋଗରେ ଚନ୍ଦ୍ରଙ୍କ ମୃତଦେହ ଗାଁକୁ ଅଣାଯାଇଥିବା ଜଣାପଡ଼ିଛି।
ସୋମବାର ସକାଳ ପ୍ରାୟ ୧୧ଟାରେ ଚନ୍ଦ୍ରଙ୍କ ମୃତଦେହ ମୁନିସିଂ ଗାଁରେ ପହଞ୍ଚିଥିଲା। ମୃତଦେହ ଦେଖି ପରିବାର ଲୋକଙ୍କ ଶୋକାକୁଳ କ୍ରନ୍ଦନରେ ସୃଷ୍ଟି ହୋଇଥିଲା ହୃଦୟବିଦାରକ ପରିବେଶ।
ପରିବାର ଓ ଗ୍ରାମବାସୀ ଚନ୍ଦ୍ରଙ୍କ ଶେଷ ଦର୍ଶନ କରିବା ପରେ ଶୋକାକୁଳ ପରିବେଶରେ ତାଙ୍କ ଶବଦାହ ସମ୍ପନ୍ନ ହୋଇଛି।
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...
ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳିଏସ୍. ବଦ୍ରିନାଥଭ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...
ଦିଲ୍ଲୀର ସତ୍ୟ ନିକେତନରେ ‘Hostel Daze’ ନା...
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...