ଶ୍ରୀକ୍ଷେତ୍ର ପୁରୀରେ ଆସନ୍ତା ରଥଯାତ୍ରା ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପ୍ରବଳ ଗ୍ରୀଷ୍ମ ଓ ଅତ୍ୟଧିକ ତାପମାତ୍ରା ଯୋଗୁଁ ରଥର କିଛି ଅଂଶରେ ଫାଟ ଦେଖାଦେଇଛି। ଏହାକୁ ନେଇ ରଥ ନିର୍ମାଣ ସେବକ ଓ କାରିଗରମାନେ ମରାମତି କାମ ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଚାରି ନାହାକା ଅଂଶରେ ଫାଟ ଦେଖାଦେଇଥିବା ବେଳେ ତିନୋଟି ରଥର କନାଗୁଜ ଏବଂ ସିଂହ ବିରାଳ ଖୋଦିତ ଅଂଶରେ ମଧ୍ୟ କିଛି ଫାଟ ସୃଷ୍ଟି ହୋଇଛି।
ଏହି ଫାଟଗୁଡ଼ିକର ମରାମତି ପାଇଁ ଶୁକ୍ରବାର ଲୋହା କ୍ଲାମ୍ପ ଲଗାଇବା କାମ କରାଯାଉଛି। କାରିଗରମାନେ ପ୍ରଭାବିତ ସ୍ଥାନଗୁଡ଼ିକୁ କାଠ ଗୁଣ୍ଡ ଓ ଆଠାରେ ପୂରଣ କରି ଅଧିକ କ୍ଷତି ରୋକିବାକୁ ଉଦ୍ୟମ କରୁଛନ୍ତି।
ଗତ କିଛି ବର୍ଷ ଧରି ମଧ୍ୟ ଏଭଳି ଫାଟ ଦେଖାଦେଇଥିବା ବେଳେ ଚାରି ନାହାକା ଓ କୋଣ ଗୁଜ ଅଂଶରେ ‘L’ ଆକୃତିର କ୍ଲାମ୍ପ ଲଗାଇ ସମସ୍ୟାର ସମାଧାନ କରାଯାଇଥିଲା।
ମହାରଣା ସେବକ ବାଳକୃଷ୍ଣ ମହାରଣା କହିଛନ୍ତି ଯେ, ଏହି ଫାଟଗୁଡ଼ିକ ଗୁରୁତର ନୁହେଁ ଏବଂ ରଥର ସୁରକ୍ଷା ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
ସେ କହିଛନ୍ତି, “ରଥର ଚକ ଓ ଅଖ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେଠାରେ ଫାଟ ଦେଖାଦେଲେ ଚିନ୍ତାର ବିଷୟ ହେବ। ଉପର ଅଂଶରେ ଫାଟ ହେଲେ ରଥର ମୂଳ ଗଠନ ଉପରେ ବିଶେଷ ପ୍ରଭାବ ପଡ଼େ ନାହିଁ। ଦୀର୍ଘ ସମୟ ଧରି ଖରାରେ ରହିବା ଯୋଗୁଁ କାଠରେ ଏପରି ଫାଟ ସୃଷ୍ଟି ହୁଏ। ଆମେ କ୍ଲାମ୍ପ ଲଗାଇ ସେଗୁଡ଼ିକୁ ମରାମତି କରୁଛୁ। ବ୍ୟବହୃତ କାଠ ଅତ୍ୟନ୍ତ ମଜବୁତ ଓ ଘନ ଥିବାରୁ ଏହି ଫାଟ ତାହାର ଶକ୍ତିକୁ ପ୍ରଭାବିତ କରେ ନାହିଁ।”
ଏହା ସହିତ ରଥର ନିମ୍ନ ଭାଗରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ବ୍ରେକିଂ ସିଷ୍ଟମ ସ୍ଥାପନ କାମ ମଧ୍ୟ ଆରମ୍ଭ ହୋଇଛି।
ବିଶେଷ ଯନ୍ତ୍ରପାତି ସହ ଇଷ୍ଟକୋଷ୍ଟ ରେଳବାଇର ଯାନ୍ତ୍ରିକ ଦଳ ରଥଖଳାରେ ପହଞ୍ଚିଛନ୍ତି। ରଥର ଚକରେ ବ୍ରେକିଂ ସିଷ୍ଟମ ସ୍ଥାପନ ପାଇଁ ଜ୍ୟାକ୍ ବ୍ୟବହାର କରାଯାଉଛି, ଯାହା ରଥ ଟାଣିବା ସମୟରେ ଚକକୁ ସୁରକ୍ଷିତ ରଖିବାରେ ସହାୟକ ହେବ।
ରଥଯାତ୍ରା ପୂର୍ବରୁ ସମସ୍ତ ମରାମତି ଓ ସୁରକ୍ଷା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସେବକ ଓ କାରିଗରମାନେ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି।
ଜମ୍ମୁ-କଶ୍ମୀରର କେନ୍ଦ୍ରୀୟ କଶ୍ମୀର ଅନ୍ତର୍ଗତ ବଡଗାମ ଜିଲ୍...
କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...
ଆମେରିକାର Federal Bureau of Investigation (FBI) ମଞ୍...
ବିହାରରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡ଼ିଛି। ସରକାରୀ ବୁଲେ...
ତେଲେଙ୍ଗାନାର ରାଜନ୍ନା ସିରିସିଲ୍ଲା ଜିଲ୍ଲାର ସିରିସିଲ୍ଲା...
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ମଧ୍ୟରେ ପାକିସ୍ତାନ କ୍ରିକେ...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳିଏସ୍. ବଦ୍ରିନାଥଭ...
ଜନ୍ତର ମନ୍ତରରେ କକ୍ରୋଚ୍ ଜନତା ପାର୍ଟି (CJP) ଆନ୍ଦୋଳନ ସମ...
ଭାରତୀୟ ଟି-୨୦ ଦଳରେ ଓପନିଂ ଯୋଡ଼ିକୁ ନେଇ ପରୀକ୍ଷା ଜାରି ର...