ରାମ ମନ୍ଦିର ଦାନ ଅର୍ଥକୁ ନେଇ ଉଠିଥିବା ବିବାଦ ଦିନକୁ ଦିନ ଅଧିକ ତୀବ୍ର ହେଉଛି। ଏହି ଘଟଣାକୁ ନେଇ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି। ବିରୋଧୀମାନେ ଦାନ ଅର୍ଥ ହେରଫେର ଅଭିଯୋଗରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏହି ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ରାମ ମନ୍ଦିର ଟ୍ରଷ୍ଟର ପୂର୍ବତନ ମହାସଚିବ ଚମ୍ପତ ରାୟଙ୍କୁ ପ୍ରାୟ ତିନି ଘଣ୍ଟା ଧରି ପଚରାଉଚରା କରିଛି। ସୂତ୍ର ଅନୁସାରେ, ପଚରାଉଚରା ସମୟରେ ଏସଆଇଟି ସମସ୍ତ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ପାଇନଥିବା କୁହାଯାଉଛି। କିଛି ପ୍ରଶ୍ନକୁ ଚମ୍ପତ ରାୟ ଏଡ଼ାଇଥିବା ସହ ଦାନ ଅର୍ଥ ହେରଫେର ଅଭିଯୋଗରେ ନିଜର କୌଣସି ସମ୍ପୃକ୍ତି ନଥିବା ଦାବି କରିଛନ୍ତି।
ତଦନ୍ତକାରୀ ଦଳ ଟ୍ରଷ୍ଟରେ କାର୍ଯ୍ୟରତ କିଛି କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାକୁ ମଧ୍ୟ ଖତିଆନ କରୁଛି। ବିନା ଆବଶ୍ୟକ କାଗଜପତ୍ରରେ କେତେକ ନିଯୁକ୍ତି କିପରି ହୋଇଥିଲା, ସେନେଇ ଅଧିକ ତଦନ୍ତ ଚାଲିଛି।
ସୂଚନା ଅନୁଯାୟୀ, ଖୁବଶୀଘ୍ର ଟ୍ରଷ୍ଟି ଅନୀଲ ମିଶ୍ରଙ୍କୁ ମଧ୍ୟ ଏସଆଇଟି ପଚରାଉଚରା କରିବ। ଏପର୍ଯ୍ୟନ୍ତ ଏହି ମାମଲାରେ ୭୦ ଜଣଙ୍କୁ ଜେରା ପାଇଁ ନୋଟିସ୍ ଜାରି କରାଯାଇଥିବାବେଳେ ପ୍ରାୟ ୧୪୦ ଜଣଙ୍କୁ ତଦନ୍ତ ତାଲିକାରେ ରଖାଯାଇଛି।
ତଦନ୍ତ ପରିସରରେ ମନ୍ଦିର ଟ୍ରଷ୍ଟର ବରିଷ୍ଠ ପଦାଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ଅନେକଙ୍କୁ ସାମିଲ କରାଯାଇଛି। ତଦନ୍ତ ଆଗକୁ ବଢ଼ିବା ସହ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଆଶା କରାଯାଉଛି।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ପକ୍ଷରୁ ପ...
ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିକୁ ନେଇ ଓଡ...
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସୋମବାର ସ୍ପଷ...
ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଓଡ଼ିଶା ଭି...
ଓଡ଼ିଶାରଏନ୍ଆଇଟି ରାଉରକେଲା (NIT Rourkela)ପୁଣିଥରେ ଗବେଷ...
ପୋଲିଓ ନିରାକରଣ ଅଭିଯାନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ଅବହେଳ...
ନୂଆଦିଲ୍ଲୀ: ଇବୋଲା ଭାଇରସ୍ ସଂକ୍ରମଣର ଆଶଙ୍କାକୁ ନଜରରେ ରଖ...
ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର...
ସମଗ୍ର ୟୁରୋପ ବର୍ତ୍ତମାନ ଇତିହାସର ଅନ୍ୟତମ ଭୟଙ୍କର ଗ୍ରୀଷ୍...
ଓଡ଼ିଶାରେ ସନ୍ଦିଗ୍ଧ ଚୋରି ଘଟଣାକୁ କେନ୍ଦ୍ର କରି ପୁଣି ଏକ...
ଭଦ୍ରକ ଜିଲ୍ଲାରେ ଏକତରଫା ପ୍ରେମକୁ କେନ୍ଦ୍ର କରି ଏକ ଚାଞ୍ଚ...
ମଧ୍ୟପ୍ରଦେଶର ଅଶୋକନଗର ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସା...