ରାଖୀ ପୂର୍ଣ୍ଣିମା ପାଖେଇ ଆସୁଥିବା ବେଳେ ଭୁବନେଶ୍ୱରରେ ଖାଦ୍ୟ ସୁରକ୍ଷାକୁ ନେଇ ତତ୍ପର ହୋଇଛି ବିଏମସି। ଗୁରୁବାର BMCର ଫୁଡ୍ ସେଫ୍ଟି ଟିମ୍ ପକ୍ଷରୁ ସହରର ବିଭିନ୍ନ ମିଠା ଦୋକାନରେ ଚଢ଼ାଉ କରାଯାଇଥିଲା। ଜଗମରା ରୋଡ୍ ଅଞ୍ଚଳରେ ଥିବା ଦୋକାନ ଓ ମିଠା ପ୍ରସ୍ତୁତି କେନ୍ଦ୍ରଗୁଡ଼ିକରେ ବିଶେଷ ଯାଞ୍ଚ କରାଯାଇଥିଲା।
ଯାଞ୍ଚ ସମୟରେ ମିଠା ତିଆରିରେ ବ୍ୟବହୃତ ଛେନାର ଗୁଣବତ୍ତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଛେନାରେ ଅପମିଶ୍ରଣ ହେଉଛି କି ନାହିଁ, ଏହା ସହିତ ଦୋକାନରେ ବିକ୍ରି ପାଇଁ ରଖାଯାଇଥିବା ଅନ୍ୟ ଖାଦ୍ୟ ସାମଗ୍ରୀର ମଧ୍ୟ ଯାଞ୍ଚ କରାଯାଇଥିଲା।
ଚଢ଼ାଉ ବେଳେ କିଛି ଦୋକାନରୁ ବାସି ମିଠା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ମିଳିଥିବା ଜଣାପଡ଼ିଛି। ନିୟମ ଉଲ୍ଲଂଘନ କରିଥିବା ଦୋକାନୀଙ୍କ ବିରୋଧରେ ଜରିମାନା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
BMC ଫୁଡ୍ ସେଫ୍ଟି ଅଫିସର ସତ୍ୟଜିତ ପଟେଲଙ୍କ ସୂଚନା ଅନୁସାରେ, ଜଗମରାରେ ଥିବା ଏକ ମିଠା ପ୍ରସ୍ତୁତି କେନ୍ଦ୍ରରେ ଚଢ଼ାଉ ସମୟରେ ପ୍ରାୟ ୩୦ରୁ ୪୦ କିଲୋଗ୍ରାମ ବାସି ମିଠା ଓ ଅନ୍ୟ ଖାଦ୍ୟ ସାମଗ୍ରୀ ମିଳିଥିଲା। ଏଥିପାଇଁ ଦୋକାନ ମାଲିକଙ୍କୁ ₹୬,୦୦୦ ଜରିମାନା କରାଯାଇଥିବା ବେଳେ ଖାଦ୍ୟ ନମୁନା ସଂଗ୍ରହ କରି ଅଧିକ ଯାଞ୍ଚ ପାଇଁ ପଠାଯାଇଛି।
ରାଖୀ ପୂର୍ବରୁ ମିଠାର ଚାହିଦା ବଢ଼ୁଥିବାରୁ ଆଗାମୀ ଦିନରେ ମଧ୍ୟ ସହରର ବିଭିନ୍ନ ମିଠା ଦୋକାନରେ ଏଭଳି ଯାଞ୍ଚ ଜାରି ରହିବ ବୋଲି BMC ପକ୍ଷରୁ ଜଣାପଡ଼ିଛି। ଦୋକାନୀମାନଙ୍କୁ ସ୍ୱଚ୍ଛତା ବଜାୟ ରଖିବା ସହ ବାସି କିମ୍ବା ଅପମିଶ୍ରିତ ଖାଦ୍ୟ ବିକ୍ରି ନକରିବାକୁ ମଧ୍ୟ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି।
ଭାରତରେ ପାର୍ବଣ ଋତୁ ନିକଟତର ହେଉଥିବା ବେଳେ ଚିନି ଦର ବୃଦ୍...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
HBOର ବହୁ ପ୍ରତୀକ୍ଷିତ ‘Harry Potter’ ଟିଭ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ଜି ଗ୍ରୁପ୍ର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରଙ୍କ ସମ୍ପର୍କିତ ଦ...
ଭାରତର ଫାଇନାନ୍ସ ସେକ୍ଟର କେବଳ ବ୍ୟାଙ୍କ, ବ୍ରୋକରେଜ୍ କମ୍ପ...
ସିଙ୍ଗାପୁରର ଚାଙ୍ଗି ବିମାନବନ୍ଦରରୁ ଡେନିମ୍ ଜ୍ୟାକେଟ୍ ଚୋର...
ଆମେରିକାର ନେଭାଡା ରାଜ୍ୟର ରେନୋ ସହର ନିକଟରେ ଭୟଙ୍କର ଜଙ୍ଗ...