‘ବନ୍ଦେ ମାତରମ୍’କୁ ଅପମାନ କରିବା କିମ୍ବା ଏହାର ଗାନରେ ବାଧା ସୃଷ୍ଟି କରିବା ଏଣିକି ମହଙ୍ଗା ପଡ଼ିବ। ସଂସଦର ମୌସୁମୀ ଅଧିବେଶନରେ Prevention of Insults to National Honour (Amendment) Bill, 2026 ରାଜ୍ୟସଭାରେ ପାରିତ ହୋଇଛି। ଏହି ବିଲ୍ର ଉଦ୍ଦେଶ୍ୟ ‘ବନ୍ଦେ ମାତରମ୍’କୁ ଅପମାନ କିମ୍ବା ଏହାର ଗାନରେ ଜାଣିଶୁଣି ବାଧାକୁ ଅପରାଧ ଭାବେ ଘୋଷଣା କରିବା।
ବିଲ୍ ଉପରେ ଆଲୋଚନାର ଉତ୍ତର ଦେଇ ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ଏହି ସଂଶୋଧନ କେବଳ ଏକ ଆଇନଗତ ପରିବର୍ତ୍ତନ ନୁହେଁ; ଏହା ଭାରତର ଜାତୀୟ ଚେତନା, ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ପ୍ରକାଶ କରୁଛି।
୧୯୭୧ରେ ପ୍ରଣୟନ ହୋଇଥିବା Prevention of Insults to National Honour Act ଅନୁଯାୟୀ ଜାତୀୟ ପତାକା, ଭାରତୀୟ ସମ୍ବିଧାନ ଏବଂ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ର ସମ୍ମାନ ସୁନିଶ୍ଚିତ କରାଯାଇଛି।
ନୂଆ ସଂଶୋଧନ ଦ୍ୱାରା ‘ବନ୍ଦେ ମାତରମ୍’କୁ ମଧ୍ୟ ‘ଜନ ଗଣ ମନ’ ସହ ସମାନ ଆଇନଗତ ସୁରକ୍ଷା ମିଳିବ। ଜାଣିଶୁଣି ‘ବନ୍ଦେ ମାତରମ୍’ର ଗାନକୁ ବନ୍ଦ କରିବା, ଗାନ କରୁଥିବା ସଭାରେ ବାଧା ସୃଷ୍ଟି କରିବା କିମ୍ବା ଏହାକୁ ଅପମାନ କରିବା ଏଣିକି ଦଣ୍ଡନୀୟ ଅପରାଧ ହେବ।
ବର୍ତ୍ତମାନ ଆଇନ ଅନୁଯାୟୀ ଜାତୀୟ ସଙ୍ଗୀତ ଗାନକୁ ଜାଣିଶୁଣି ବାଧା ଦେବା କିମ୍ବା ଏହା ଗାନ କରୁଥିବା ସଭାରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ସର୍ବାଧିକ ୩ ବର୍ଷ ଜେଲ୍, ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି। ଦ୍ୱିତୀୟ ଏବଂ ପରବର୍ତ୍ତୀ ଦୋଷୀ ସାବ୍ୟସ୍ତ ହେଲେ ସର୍ବନିମ୍ନ ୧ ବର୍ଷ ଜେଲ୍ ଦଣ୍ଡ ହୋଇପାରେ। ସଂଶୋଧନ ବିଲ୍ ଏହି ବ୍ୟବସ୍ଥାକୁ ‘ବନ୍ଦେ ମାତରମ୍’ ପାଇଁ ମଧ୍ୟ ଲାଗୁ କରିବ।
ଏହି ସଂଶୋଧନ ବିଲ୍କୁ ଜୁଲାଇ ୨୪ରେ ରାଜ୍ୟସଭାରେ ଉପସ୍ଥାପନ କରାଯାଇଥିଲା। ବିଲ୍ ପାରିତ ହେବା ପରେ ବିଜେପି ସାଂସଦ ଦିନେଶ ଶର୍ମା କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି ଯେ, ବିରୋଧୀ ଦଳ ବିଲ୍କୁ ସମର୍ଥନ କରୁନଥିବା କଥା ସ୍ପଷ୍ଟ ଭାବେ କହିପାରୁନାହିଁ। ତାଙ୍କ ଅଭିଯୋଗ ଅନୁଯାୟୀ, ବିଲ୍ ଉପରେ କଂଗ୍ରେସର କୌଣସି ସଦସ୍ୟ ଆଲୋଚନାରେ ଭାଗ ନେଇନଥିଲେ।
ଏହି ସମୟରେ ବୁଧବାର ଲୋକସଭାରେ Public Examination (Prevention of Unfair Means) Amendment Bill, 2026 ମଧ୍ୟ ପାରିତ ହୋଇଛି। ବିଲ୍ ଉପରେ ଦୀର୍ଘ ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଉତ୍ତର ରଖିଥିଲେ।
ସଂସଦର ଉଭୟ ସଦନକୁ ଜୁଲାଇ ୩୦ ତାରିଖ ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି।
ଛାତ୍ରଛାତ୍ରୀଙ୍କୁ ଆର୍ଥିକ କ୍ଷେତ୍ରରେ ଦକ୍ଷ କରିବା ସହ ଉତ୍...
ଗଜପତି ଜିଲ୍ଲାର ମୋହନା ବ୍ଲକ୍ ଅଧୀନ ଡେଙ୍ଗାସଖାଲ ସରକାରୀ ଉ...
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ...
ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ବୃଦ୍ଧି ପାଉଥିବା...
ଅଗଷ୍ଟ ମାସରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବ...
ଦୀର୍ଘ ଆଲୋଚନା ପରେ Public Examinations (Prevention o...
ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ତିବ୍ର ଉତ୍ତେଜନା ପଶ୍ଚ...
ନୂଆଦିଲ୍ଲୀ, ଜୁଲାଇ ୨୯: ଲୋକସଭାରେ ପେପର୍ ଲିକ୍ ସଂଶୋଧନ ବି...
'ୱାନ୍ ନେସନ୍, ୱାନ୍ ଇଲେକ୍ସନ୍' ପ୍ରସ୍ତାବର ସମୀକ...
ପୁରୀ ଜିଲ୍ଲାର ଡେଲାଙ୍ଗା ବ୍ଲକ୍ ଅନ୍ତର୍ଗତ ଆରାଗଡ଼ା ନୋଡାଲ...
ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧମା’ ତାରାତାରିଣୀ ପୀଠକୁ...