ଭୁବନେଶ୍ୱରରେ ରାଗିଂ ଅଭିଯୋଗ! ହଷ୍ଟେଲରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୧୦ରୁ ଅଧିକ ଆହତ

ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଅଞ୍ଚଳର ଗଙ୍ଗାପଡାସ୍ଥିତ ଏକ ଘରୋଇ +୨ କଲେଜ ହଷ୍ଟେଲରେ ରାଗିଂକୁ କେନ୍ଦ୍ର କରି ଦ୍ୱିତୀୟ ବର୍ଷ ଓ ପ୍ରଥମ ବର୍ଷ ଛାତ୍ରଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ଏଥିରେ ୧୦ରୁ ଅଧିକ ଛାତ୍ର ଆହତ ହୋଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
More than 10 students injured after an alleged ragging-related clash at a private Plus II college hostel in Jatni, Bhubaneswar.
More than 10 students injured after an alleged ragging-related clash at a private Plus II college hostel in Jatni, Bhubaneswar.

ଭୁବନେଶ୍ୱର ନିକଟସ୍ଥ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଅଞ୍ଚଳର ଗଙ୍ଗାପଡାସ୍ଥିତ ଏକ ଘରୋଇ +୨ କଲେଜ ହଷ୍ଟେଲରେ ରାଗିଂକୁ ନେଇ ଘଟିଥିବା ହିଂସାତ୍ମକ ସଂଘର୍ଷ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ୧୦ରୁ ଅଧିକ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଦ୍ୱିତୀୟ ବର୍ଷର କିଛି ଛାତ୍ର ପ୍ରଥମ ବର୍ଷର ଛାତ୍ରମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାପରେ ଉଭୟ ଛାତ୍ରଗୋଷ୍ଠୀ ମଧ୍ୟରେ ହଷ୍ଟେଲ ପରିସରରେ ବଡ଼ ଧରଣର ମାରପିଟ ଘଟିଥିଲା।

ଆହତ ଛାତ୍ରମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ କଲେଜ କ୍ୟାମ୍ପସରେ ଉତ୍ତେଜନା ଦେଖାଦେବାରୁ ଆଇନ-ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ମୁତୟନ କରାଯାଇଛି।

ଖବର ପାଇବା ପରେ ଇନ୍ଫୋଭ୍ୟାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାର ପ୍ରକୃତ କାରଣ ଜାଣିବା ଏବଂ ଦୋଷୀଙ୍କୁ ଚିହ୍ନଟ କରିବା ପାଇଁ ହଷ୍ଟେଲରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।

ଏହି ଘଟଣାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।

କଲେଜ ଅଧ୍ୟକ୍ଷା ପ୍ରଭାତୀ ଶତପଥୀ କହିଛନ୍ତି ଯେ, ପ୍ରଥମ ବର୍ଷର ଜଣେ କିମ୍ବା ଦୁଇଜଣ ଛାତ୍ର ଦ୍ୱିତୀୟ ବର୍ଷର କିଛି ଛାତ୍ରଙ୍କୁ ଉତ୍ତେଜିତ କରିଥିଲେ। ଏହାପରେ ଦ୍ୱିତୀୟ ବର୍ଷର ଛାତ୍ରମାନେ ହଷ୍ଟେଲ ଗେଟ୍ ଭାଙ୍ଗି ଭିତରକୁ ପ୍ରବେଶ କରି ପ୍ରଥମ ବର୍ଷର ଛାତ୍ରମାନଙ୍କୁ ଆକ୍ରମଣ କରିଥିଲେ।

ସେ ଆହୁରି କହିଛନ୍ତି ଯେ, ଘଟଣାର ତଦନ୍ତ ପାଇଁ ଏଫ୍ଆଇଆର୍ ଦାଖଲ କରାଯିବ। ତଦନ୍ତରେ ଅଭିଯୁକ୍ତ ଛାତ୍ରମାନଙ୍କ ବିରୋଧରେ ସ୍ପଷ୍ଟ ପ୍ରମାଣ ମିଳିଲେ ସେମାନଙ୍କୁ କଲେଜରୁ ବହିଷ୍କାର (Rustication) କରାଯିବ।

LIVE TV
LIVE
Latest News
OTTରେ ରିଲିଜ୍ ହେବ ରଜନୀକାନ୍ତଙ୍କ ‘ଜେଲର୍-୨’! ନଭେମ୍ବର ୧୨ରୁ ଘରେ ବସି ଦେଖିପାରିବେ ଫିଲ୍ମ

OTTରେ ରିଲିଜ୍ ହେବ ରଜନୀକାନ୍ତଙ୍କ ‘ଜେଲର୍-୨’! ନଭେମ୍ବର...

ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...

ଉତ୍ତରାଖଣ୍ଡରେ ବର୍ଷା ଓ ତୁଷାରପାତ ଆଶଙ୍କା, ୫ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି

ଉତ୍ତରାଖଣ୍ଡରେ ବର୍ଷା ଓ ତୁଷାରପାତ ଆଶଙ୍କା, ୫...

ଉତ୍ତରାଖଣ୍ଡରେ ବଦଳିଲା ପାଣିପାଗ ଉତ୍ତରାଖଣ୍ଡରେ ବର୍ଷା...

‘ରାମାୟଣ ପାର୍ଟ-୨’ରେ ସୁଗ୍ରୀବ ହେବେ ସୁହେଲ ନୟ୍ୟର! ରାମଙ୍କ ସହ ସୁଗ୍ରୀବଙ୍କ ବନ୍ଧୁତ୍ୱର ଭାବନାକୁ ନେଇ କହିଲେ ଅଭିନେତା

‘ରାମାୟଣ ପାର୍ଟ-୨’ରେ ସୁଗ୍ରୀବ ହେବେ ସୁହେଲ ନୟ୍ୟର!...

ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...

‘ରାମାୟଣ’ରେ ହନୁମାନ ଅବତାରରେ ସନି ଦେଓଲ! ଦିଲଜିତ୍‌ଙ୍କ କଣ୍ଠରେ ହନୁମାନ ଚାଳିଶା ରିଲିଜ୍‌, ଭାଇରାଲ୍ ହେଉଛି ପୋଷ୍ଟ-କ୍ରେଡିଟ୍‌ ସିନ୍‌

‘ରାମାୟଣ’ରେ ହନୁମାନ ଅବତାରରେ ସନି ଦେଓଲ! ଦିଲଜିତ୍‌ଙ୍କ...

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନଭେମ୍ବର ୫ ତାରିଖରେ ପରଦାକୁ...

ରାତିସାରା ବର୍ଷାରେ ଥରିଲା ଦିଲ୍ଲୀ-NCR! ୧୦ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା, IMDର ସତର୍କତା

ରାତିସାରା ବର୍ଷାରେ ଥରିଲା ଦିଲ୍ଲୀ-NCR! ୧୦ ରାଜ୍ୟରେ...

ରାତିସାରା ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀ-NCRର ପାଗରେ ବଡ଼ ପର...

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: କାକିନାଡ଼ାରେ ୬୫ଟି ଜରୁରୀ କଲ୍, ରାସ୍ତାରୁ ଉପୁଡ଼ା ଗଛ ହଟାଇଲା ଅଗ୍ନିଶମ ବାହିନୀ

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: କାକିନାଡ଼ାରେ ୬୫ଟି ଜରୁରୀ...

ବାତ୍ୟା ପ୍ରଭାବରେ କାକିନାଡ଼ାରେ ଗଛ ଉପୁଡ଼ିଲା କାକିନାଡ...

ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ମୁରାସୁ’! ୪ ରାଜ୍ୟରେ ଆଲର୍ଟ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ମୁରାସୁ’! ୪...

ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ‘ମୁରାସୁ’...

‘ରାମାୟଣ’ରେ ରାବଣଙ୍କ ସୁନାର ସିଂହାସନ! ନିର୍ମାଣରେ ଖର୍ଚ୍ଚ ହୋଇଛି ୧ କୋଟି, ଜାଣନ୍ତୁ କେମିତି ହୋଇଥିଲା ପ୍ରସ୍ତୁତ

‘ରାମାୟଣ’ରେ ରାବଣଙ୍କ ସୁନାର ସିଂହାସନ! ନିର୍ମାଣରେ ଖର୍ଚ୍ଚ...

ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+