ଗଞ୍ଜାମ ଜିଲ୍ଲାର ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲରୁ ପୁରୀ ଜିଲ୍ଲାର ଜଣେ ଯୁବକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାକୁ ନେଇ ହତ୍ୟା ସନ୍ଦେହରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ମୃତ ଯୁବକଙ୍କ ପରିଚୟମନୋଜ ସ୍ୱାଇଁଭାବେ ହୋଇଛି। ସେ ପୁରୀ ଜିଲ୍ଲାର ବାସିନ୍ଦା ବୋଲି ପୁଲିସ ସୂଚନା ଦେଇଛି।
ପ୍ରାଥମିକ ସୂଚନା ଅନୁସାରେ, ମନୋଜ ଅନ୍ୟ ଦୁଇଜଣ ଶ୍ରମିକଙ୍କ ସହ ତାରାତାରିଣୀ ମନ୍ଦିରର ରୋପୱେ ମରାମତି କାମ ପାଇଁ ପୁରୁଷୋତ୍ତମପୁର ଆସିଥିଲେ। ସେମାନେ ଗତ ମେ ୨୮ ତାରିଖରୁ ସ୍ଥାନୀୟ ଏକ ହୋଟେଲରେ ରହୁଥିଲେ।
ବୁଧବାର ସକାଳେ ହୋଟେଲ କର୍ମଚାରୀମାନେ ହୋଟେଲ ପରିସରରେ ମନୋଜଙ୍କ ରକ୍ତାକ୍ତ ମୃତଦେହ ଦେଖି ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁରୁଷୋତ୍ତମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ମୃତଦେହରେ ଏକାଧିକ ଆଘାତ ଚିହ୍ନ ଥିବାରୁ ପୁଲିସ ହତ୍ୟା ସନ୍ଦେହ କରୁଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ, ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।
ପୁଲିସ ମନୋଜଙ୍କ ସହ ରହୁଥିବା ଅନ୍ୟ ଦୁଇ ଶ୍ରମିକଙ୍କୁ ପଚରାଉଚରା କରୁଛି। ସେହିପରି ହୋଟେଲରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଉଛି। ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ, ତଦନ୍ତରୁ ମିଳୁଥିବା ତଥ୍ୟ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଛି।
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
ଏସିଆନ୍ ପାରା ଗେମ୍ସ ୨୦୨୬ରେ ଦେଶ ପାଇଁ ଗୌରବ ଆଣିଥିବା ଭାର...
ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...
ନୂଆଦିଲ୍ଲୀ: ଏସିଆନ୍ ପାରା ଗେମ୍ସ ୨୦୨୬ରେ ଭାରତୀୟ ଖେଳାଳିମ...
ଅଣ୍ଡର-୧୯ ଏସିଆ କପ୍‌ରେ ଆଜିଠାରୁ ଭାରତର ଅଭିଯାନ ଆରମ...
କୋହଲିଙ୍କ ବ୍ୟାଟିଂରେ ମୁଗ୍ଧ ରବି ଶାସ୍ତ୍ରୀ, କହିଲେ&ndash...
ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...
ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନଭେମ୍ବର ୫ ତାରିଖରେ ପରଦାକୁ...