Puri Srimandir Administration urges Rajasthan authorities to stop the proposed off-season Rath Yatra in Sikar district.

ରାଜସ୍ଥାନରେ ଅକାଳ ରଥଯାତ୍ରାକୁ ବିରୋଧ କଲା ପୁରୀ ଶ୍ରୀମନ୍ଦିର ପ୍ରଶାସନ, ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ

ରାଜସ୍ଥାନର ସିକର ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଅକାଳ ରଥଯାତ୍ରାକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ କଡ଼ା ବିରୋଧ କରିଛି। ରଥଯାତ୍ରା କେବଳ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପାରମ୍ପରିକ ତିଥିରେ ହିଁ ପାଳନ କରାଯିବା ଉଚିତ ବୋଲି କହି ସିକର ଜିଲ୍ଲା ପ୍ରଶାସନ ଓ ରାଜସ୍ଥାନ ସରକାରଙ୍କୁ ଏହା ବନ୍ଦ କରିବାକୁ ଅନୁରୋଧ କରାଯାଇଛି।

ରାଜସ୍ଥାନର ସିକର ଜିଲ୍ଲାରେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଅକାଳ ରଥଯାତ୍ରାକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ କଡ଼ା ବିରୋଧ କରିଛି। ଏହି ରଥଯାତ୍ରାକୁ ତୁରନ୍ତ ବନ୍ଦ କରିବା ପାଇଁ ସିକର ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରାଯାଇଛି।

ଖବରକାଗଜ ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ସୂଚନା ଅନୁସାରେ,ବିଶ୍ୱ ସନାତନ ଧର୍ମ ସେବା ସଂସ୍ଥାନଏବଂଶ୍ରୀ ଖାଟୁ ଶ୍ୟାମ ମଣ୍ଡଳପକ୍ଷରୁ ସିକର ଜିଲ୍ଲାରେ ନିର୍ଦ୍ଧାରିତ ତିଥି ବାହାରେ ରଥଯାତ୍ରା ଆୟୋଜନ କରାଯାଉଥିବା ଜଣାପଡ଼ିଥିଲା।

ଏହାକୁ ଗୁରୁତ୍ୱର ସହ ନେଇ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ପ୍ରଶାସନର ଉପ-ମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ା ସିକର ଜିଲ୍ଲାପାଳ ଆଶିଷ ମୋଦିଙ୍କୁ ଚିଠି ଲେଖି ଉକ୍ତ ରଥଯାତ୍ରାକୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି।

ଚିଠିରେ ଉଲ୍ଲେଖ କରାଯାଇଛି ଯେ ରଥଯାତ୍ରା ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ପବିତ୍ର ଓ ପାରମ୍ପରିକ ଧାର୍ମିକ ଆଚାର। ଏହା କେବଳ ପୁରୀ ଶ୍ରୀମନ୍ଦିରରେ ପାଳନ କରାଯାଉଥିବା ନିର୍ଦ୍ଧାରିତ ତିଥିରେ ହିଁ ଆୟୋଜନ କରାଯିବା ଉଚିତ।

ଶ୍ରୀମନ୍ଦିର ପ୍ରଶାସନ ସିକର ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ କରିଛି ଯେ, ଜିଲ୍ଲାରେ ଯଦି ରଥଯାତ୍ରା ଆୟୋଜନ କରାଯାଏ, ତେବେ ତାହା ପୁରୀ ଶ୍ରୀକ୍ଷେତ୍ରର ବାର୍ଷିକ ରଥଯାତ୍ରା ତିଥି ସହ ସମାନ ଦିନରେ ହେବା ଆବଶ୍ୟକ।

ଏହା ସହ ରାଜସ୍ଥାନ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଏକ ପୃଥକ ପତ୍ର ପଠାଯାଇଛି। ଏଥିରେ ସମଗ୍ର ଘଟଣା ସମ୍ପର୍କରେ ଅବଗତ କରାଯିବା ସହ ଉପଯୁକ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ କହିଛି ଯେ, ପୁରୀ ବାହାରେ ଅକାଳ ରଥଯାତ୍ରା ଆୟୋଜନକୁ ନିରୁତ୍ସାହିତ କରିବା ପାଇଁ ସେମାନେ ନିରନ୍ତର ପଦକ୍ଷେପ ନେଉଛନ୍ତି, ଯାହାଦ୍ୱାରା ରଥଯାତ୍ରାର ପାରମ୍ପରିକ ଧାର୍ମିକ ରୀତିନୀତି ଓ ଶାସ୍ତ୍ରସମ୍ମତ ପରମ୍ପରା ଅକ୍ଷୁଣ୍ଣ ରହିବ।

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+