Niti Nirghanta of Puri Rath Yatra 2026 announced with Rath pulling scheduled at 4 PM.

ଆସନ୍ତାକାଲି ଅପରାହ୍ଣ ୪ଟାରେ ରଥଟଣା: ଶ୍ରୀମନ୍ଦିର ପ୍ରଶାସନ ଜାରି କଲା ଘୋଷଯାତ୍ରାର ନୀତିନିର୍ଘଣ୍ଟ

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଯାତ୍ରାର ନୀତିନିର୍ଘଣ୍ଟ ଜାରି କରାଯାଇଛି। ଆସନ୍ତାକାଲି ସକାଳ ୯ଟା ୩୦ ମିନିଟରୁ ପହଣ୍ଡି ଆରମ୍ଭ ହୋଇ ଦିନ ୧୨ଟା ୩୦ ମିନିଟରେ ଶେଷ ହେବ। ଦିନ ୨ଟାରୁ ୩ଟା ମଧ୍ୟରେ ଛେରାପହଁରା ନୀତି ସମ୍ପନ୍ନ ହେବ ଏବଂ ଅପରାହ୍ଣ ୪ଟାରେ ତିନି ରଥ ଟଣା ଆରମ୍ଭ ହେବ।

ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଜଗନ୍ନାଥମୟ ହୋଇ ଉଠିଛି ଶ୍ରୀକ୍ଷେତ୍ର ପୁରୀ। ବଡ଼ଦେଉଳରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ପରିବେଶ ଦେଖିବାକୁ ମିଳୁଛି। ରଥ, ପଥ ଓ ଭକ୍ତ ସମସ୍ତେ ଘୋଷଯାତ୍ରା ପାଇଁ ପ୍ରସ୍ତୁତ ଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଯାତ୍ରାର ନୀତିନିର୍ଘଣ୍ଟ ଜାରି କରାଯାଇଛି।

ଜାରି ହୋଇଥିବା ନୀତିନିର୍ଘଣ୍ଟ ଅନୁଯାୟୀ, ଆସନ୍ତାକାଲି ସକାଳ ୯ଟା ୩୦ ମିନିଟରୁ ପହଣ୍ଡି ନୀତି ଆରମ୍ଭ ହୋଇ ଦିନ ୧୨ଟା ୩୦ ମିନିଟରେ ଶେଷ ହେବ। ଏହାପରେ ଦିନ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ୱାରା ପବିତ୍ର ଛେରାପହଁରା ନୀତି ସମ୍ପନ୍ନ କରାଯିବ। ଅପରାହ୍ଣ ୪ଟାରେ ତିନି ରଥ ଟଣା ଆରମ୍ଭ ହେବ।

ଘୋଷଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ଆଜ୍ଞାମାଳ ତିନି ରଥକୁ ପ୍ରଦାନ କରାଯାଇଛି। ପରମ୍ପରା ଅନୁଯାୟୀ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ, ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଆଜ୍ଞାମାଳ ପ୍ରଦାନ କରାଯାଇଛି।

ପାଳିଆ ପୂଜାପଣ୍ଡା ସାମନ୍ତ ତିନିବାଡ଼ରୁ ଆଜ୍ଞାମାଳ ଆଣି ଘଣ୍ଟ, ଛତା ଓ କାହାଳୀ ସହ ରଥଖଳା ନିକଟରେ ବିଜେ କରାଇଥିଲେ। ପରେ ତାଳଧ୍ୱଜ ରଥରେ ବିଜେ କାହାଳୀ ପ୍ରଦାନ କରାଯିବା ପରେ ତିନି ରଥକୁ ଶ୍ରୀମନ୍ଦିର ସିଂହଦ୍ୱାର ଅଭିମୁଖେ ଅଣାଯାଇଥିଲା।

ପୁଲିସ କର୍ମଚାରୀ, ସେବାୟତ ଓ ଭକ୍ତଙ୍କ ସହଯୋଗରେ ତିନି ରଥକୁ ସିଂହଦ୍ୱାର ସମ୍ମୁଖରେ ସ୍ଥାପନ କରାଯାଉଛି। ଘୋଷଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି।

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ
+