ପୁରୀ ଶ୍ରୀମନ୍ଦିରରେ ଆଜି, ଗୁରୁବାର, ଭାଦ୍ରବ କୃଷ୍ଣପକ୍ଷ ସପ୍ତମୀ ତିଥି ଅବସରରେ ସ୍ୱତନ୍ତ୍ର ଜେଉଡ଼ ଭୋଗ ନୀତି ଅନୁଷ୍ଠିତ ହେବ। ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପୂର୍ବରୁ ଶ୍ରୀମନ୍ଦିରରେ ପାଳନ କରାଯାଉଥିବା ପବିତ୍ର ପରମ୍ପରାର ଏହା ଏକ ଅଂଶ।
ଏହି ନୀତିରେ ଶ୍ରୀଜଗନ୍ନାଥଙ୍କୁ ଦେବକୀ ରୂପରେ ବିଚାର କରାଯାଇଥାଏ। ମନ୍ଦିରର ରୋଷଘରୁ ପରିବା, ତରକାରୀ, ପିଠା, ଝିଲି, ଓରିଆ ଓ ଖିରି ଆଦି ଭୋଗ ଅଣାଯାଇ ଅଣସର ପିଣ୍ଡିରେ ରଖାଯିବ। ମୁଦିରସ୍ତ ସେବକ ମହାପ୍ରଭୁଙ୍କ ପବିତ୍ର ଶ୍ରୀଅଙ୍ଗରେ ଭୋଗ ଅର୍ପଣ କରିବେ।
ତିନିଜଣ ପୂଜାପଣ୍ଡା ସେବକ ପଞ୍ଚୋପଚାର ବିଧିରେ ପୂଜା କରିବେ। ଏହାସହ ପୂଜାପଣ୍ଡା, ପତି ଓ ମୁଦିରସ୍ତ ସେବକମାନେ ତିନି ବାଡ଼ରେ ଗର୍ଭୋଦକ ବନ୍ଦାପନା ନୀତି ସମ୍ପନ୍ନ କରିବେ।
ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ଶ୍ରୀଜଗନ୍ନାଥ ଦେବକୀଙ୍କ ରୂପ ଧାରଣ କରି ଗର୍ଭଧାରଣ କରନ୍ତି ବୋଲି ବିଶ୍ୱାସ ରହିଛି। ଜେଉଡ଼ ପ୍ରସାଦ ଅର୍ପଣ କରାଯାଇ ନିରାପଦ ଓ ମଙ୍ଗଳମୟ ପ୍ରସବ ପାଇଁ ପ୍ରାର୍ଥନା କରାଯାଏ।
ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା ଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ ରହିବ। ଦୁଇଜଣ ମହାଜନ ସେବକ ଦେବକୀ ଓ ବାସୁଦେବଙ୍କ ବେଶରେ ଜନ୍ମ ଚକଡ଼ାରେ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି ସମ୍ପନ୍ନ କରିବେ।
ଆସନ୍ତାକାଲି, ସେପ୍ଟେମ୍ବର ୪ ତାରିଖ ଶୁକ୍ରବାର, ପୁରୀ ଶ୍ରୀମନ୍ଦିର ସମେତ ସାରା ଓଡ଼ିଶାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯିବ।
ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଭାରତୀୟ ଫୁଟବଲ ଦଳ ପାଇଁ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର FIF...
ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...
ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...
ଚାଇନା ମାଷ୍ଟର୍ସ ୨୦୨୬ରେ ଭାରତୀୟ ଅଭିଯାନ ନିରାଶାଜନକ ଭାବେ...
ଆଫଗାନିସ୍ତାନ ବିପକ୍ଷ ଆଗାମୀ T20I ସିରିଜ୍ ପାଇଁ ଭାରତୀୟ ଦ...