ବରଗଡ଼ ଜିଲ୍ଲାର ଭେଡେନ ବ୍ଲକ ଅନ୍ତର୍ଗତ ସାହାରା ଟିକ୍ରା ଗ୍ରାମର ଚାଷୀ ରୋହିତ ଭୋଇ ଧାନ ବିକ୍ରି ହୋଇନଥିବାରୁ ଆର୍ଥିକ ସଙ୍କଟରେ ପଡ଼ି ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିବା ଘଟଣାକୁ ନେଇ ରାଜ୍ୟ ସରକାର ସକ୍ରିୟ ହୋଇଛନ୍ତି। ଏହି ଘଟଣାରେ ସହକାରୀ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଜିଲ୍ଲାପାଳଙ୍କୁ ତୁରନ୍ତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମଙ୍ଗଳବାର ଗଣମାଧ୍ୟମ ସହ କଥାହେବା ବେଳେ ମନ୍ତ୍ରୀ କହିଥିଲେ ଯେ, ଯଦି ଘଟଣାରେ କୌଣସି ଅନିୟମିତତା କିମ୍ବା ତ୍ରୁଟି ଘଟିଥାଏ, ତାହା ଜିଲ୍ଲାପାଳଙ୍କ ନଜରକୁ ଆଣିବା ଆବଶ୍ୟକ। ଏହା ସହ ଘଟଣାର ପୁନଃ ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।
ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ, ଆଲୋଚନା ଓ ସଠିକ୍ ବିଶ୍ଳେଷଣ ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ କରାଯିବ। ସେ ଚାଷୀ ଓ ତାଙ୍କ ପରିବାରକୁ କୌଣସି ପ୍ରକାରର ଚରମ ପଦକ୍ଷେପ ନ ନେବାକୁ ଅନୁରୋଧ କରିଥିଲେ। ଏପରି ନିଷ୍ପତ୍ତି ପରିବାର ସହ ସମାଜ ଓ ରାଜ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ ବୋଲି ସେ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ସାହାରା ଟିକ୍ରା ଗ୍ରାମର ଚାଷୀ ରୋହିତ ଭୋଇ ଅଭିଯୋଗ କରିଥିଲେ ଯେ ପୂର୍ବତନ ଖରିଫ ଋତୁର ଧାନ ପ୍ରାୟ ଛଅ ମାସ ଧରି ବିକ୍ରି ହୋଇନାହିଁ। ଧାନ ବିକ୍ରିରେ ବିଳମ୍ବ ହେବାରୁ ସେ ଗୁରୁତର ଆର୍ଥିକ ସମସ୍ୟାରେ ପଡ଼ିଥିବା ସହ ପରିବାର ଚାଳାଇବା ମଧ୍ୟ କଷ୍ଟକର ହୋଇପଡ଼ିଥିବା କହିଥିଲେ। ଏହାପରେ ସେ ଜନଶୁଣାଣିରେ ଜିଲ୍ଲାପାଳଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଥିଲେ।
ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ଚାଷୀ ସମସ୍ୟା ଓ ଧାନ କ୍ରୟ ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...
ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...
ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...