ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତର ଅଂଶ ଭାବେ ଆସନ୍ତାକାଲି ସେଗଞ୍ଜାମ ଜିଲ୍ଲାର ତପ୍ତପାଣି ପୀଠଯାଇ ମା’ କନ୍ଧୁଣି ଦେବୀଙ୍କ ଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି।
ତପ୍ତପାଣି ପୀଠରେ ରାଷ୍ଟ୍ରପତିବୁଡ଼ ପକାଇବା ସହ ପୂଜାର୍ଚ୍ଚନାକରିବେ। ଏହାପରେ ସେ ରାତିରେ ଆର୍ମି ଏଡି କଲେଜରେ ରାତ୍ରିଯାପନ କରିବେ ଏବଂ ପରେ ଭୁବନେଶ୍ୱର ଫେରିବେ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତପ୍ତପାଣି ପୀଠ ସମେତ ରାଷ୍ଟ୍ରପତିଙ୍କ ଯାତାୟାତ କରିବାକୁ ଥିବା ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରାୟ୫୦ ପ୍ଲାଟୁନ୍ ପୋଲିସ ଫୋର୍ସମୁତୟନ କରାଯିବ।
ସୁରକ୍ଷା ଯାଞ୍ଚକୁ ମଧ୍ୟ ଜୋରଦାର କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯେପରି କୌଣସି ଅଘଟଣ ନଘଟେ, ସେଥିପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।
ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେତପ୍ତପାଣି ପୀଠରୁ ଆର୍ମି ଏଡି କଲେଜ ଏବଂ ଫେରିବା ରାସ୍ତାକୁ ନୋ-ଫ୍ଲାଇଙ୍ଗ ଜୋନ୍ଘୋଷଣା କରାଯାଇଛି।
ଏହା ସହ ରାଷ୍ଟ୍ରପତିଙ୍କ ଯାତାୟାତ ସମୟରେ ନିର୍ଦ୍ଦିଷ୍ଟ ରାସ୍ତାରେଯାନବାହନ ଚଳାଚଳ ଉପରେ କଟକଣାଜାରି କରାଯାଇଛି। ଗସ୍ତକୁ ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି।
ଚେନ୍ନାଇ: ତାମିଲନାଡୁର ଶାସକ ଦଳ DMK କଂଗ୍ରେସ ବିରୋଧରେ ଗୁ...
ନୂଆଦିଲ୍ଲୀ: ୨୦୨୦ ମସିହାରେ ଘଟିଥିବା ଦିଲ୍ଲୀ ସାମ୍ପ୍ରଦାୟି...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପ...
ଭୁବନେଶ୍ୱର: ବନ୍ୟା ପରିସ୍ଥିତିକୁ ନେଇ ଚାଉଳ ବଣ୍ଟନରେ କୌଣସ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ସଂସଦରେPublic Examinations (Amendment) Bill, 2026ପା...