ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ବାଲିଯାତ୍ରାର ଉଦ୍‌ଘାଟନ କରିବେ

ଦୁଇଦିନିଆ ଓଡ଼ିଶା ଗସ୍ତରେ ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିମାନବନ୍ଦରରେ ତାଙ୍କୁ ରାଜ୍ୟପାଳ ବ୍ରଜ ମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଥିଲେ।
President Droupadi Murmu
President Droupadi Murmu

ଭୁବନେଶ୍ୱର: ଦୁଇଦିନିଆ ଓଡ଼ିଶା ଗସ୍ତରେ ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ। ସେଠାରେ ରାଜ୍ୟପାଳ ବ୍ରଜ ମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସ୍ୱାଗତ କରିଥିଲେ।

ବିମାନବନ୍ଦରରୁ ରାଷ୍ଟ୍ରପତି ସିଧାସଳଖ ଲୋକଭବନ ଯାଇଥିଲେ। ଓଡ଼ିଶା ଗସ୍ତ ସମୟରେ ସେ ଲୋକଭବନରେ ରହିବେ।

ବାଲିଯାତ୍ରାର ଉଦ୍ଘାଟନ କରିବେ ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ଏହି ଗସ୍ତର ସବୁଠାରୁ ମୁଖ୍ୟ କାର୍ଯ୍ୟକ୍ରମ ହେଉଛି କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରାର ଉଦ୍ଘାଟନ। ମଙ୍ଗଳବାର ଅପରାହ୍ଣ ପ୍ରାୟ ୪ଟାରେ ସେ ଲୋକଭବନରୁ ସଡ଼କପଥରେ କଟକ ଅଭିମୁଖେ ଯାତ୍ରା କରିବେ। ଜୟଦେବ ବିହାର, ଜାତୀୟ ରାଜପଥ-୧୬, ରସୁଲଗଡ଼ ଓ ନଖରା ଦେଇ ତାଙ୍କ କାରକେଡ୍ କଟକରେ ପହଞ୍ଚିବ।

ବାଲିଯାତ୍ରା ଉଦ୍ଘାଟନୀ ସମାରୋହରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଓଡ଼ିଶାର ଗୌରବମୟ ସାମୁଦ୍ରିକ ଐତିହ୍ୟ ଓ ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରାଉଥିବା ଏହି ମହୋତ୍ସବର ଉଦ୍ଘାଟନ ତାଙ୍କ ଉପସ୍ଥିତିରେ ଆହୁରି ଗୁରୁତ୍ୱ ବହନ କରିବ। କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ପୁଣି ଭୁବନେଶ୍ୱର ଫେରି ଲୋକଭବନରେ ରାତ୍ରିଯାପନ କରିବେ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। SPG, ଭୁବନେଶ୍ୱର ପୋଲିସ ଓ ଅନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ମିଳିତ ଭାବେ ସୁରକ୍ଷା ଦାୟିତ୍ୱ ତୁଲାଉଛନ୍ତି। ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମଧ୍ୟ ବିଭିନ୍ନ ଦାୟିତ୍ୱ ଦିଆଯାଇଛି।

ବିମାନବନ୍ଦରରୁ ଲୋକଭବନ ଏବଂ ଭୁବନେଶ୍ୱରରୁ କଟକ ଯିବା ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ରାଷ୍ଟ୍ରପତିଙ୍କ କାରକେଡ୍ ଯାତାୟାତ ସମୟରେ କେତେକ ରାସ୍ତାରେ ଅଳ୍ପ ସମୟ ପାଇଁ ଯାତାୟାତ କଟକଣା ଲାଗୁ ହେବ। ଏହାଦ୍ୱାରା ସାଧାରଣ ଯାତ୍ରୀଙ୍କୁ ଯେପରି କମ୍ ଅସୁବିଧା ହେବ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

୨୫ ତାରିଖରେ ହୋମିଓପାଥି ସମ୍ମିଳନୀରେ ଯୋଗଦେବେ

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍ ନଭେମ୍ବର ୨୫ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ଜାତୀୟ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀରେ ସେ ଯୋଗଦେବେ। ଏହାପରେ ସେ ନୂଆଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ଏହି ଦୁଇଦିନିଆ ଗସ୍ତକୁ ନେଇ ରାଜ୍ୟରେ ପ୍ରସ୍ତୁତି ଜୋରଦାର ହୋଇଛି। ବିଶେଷକରି କଟକର ବାଲିଯାତ୍ରା ଉଦ୍ଘାଟନୀ ସମାରୋହକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

Latest News
ମଙ୍ଗଳସୂତ୍ର ବନ୍ଧକ ରଖି ୪୫ ହଜାର ଟଙ୍କା ଯୋଗାଡ଼! ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା ଷଡ଼ଯନ୍ତ୍ର, ସୁବର୍ଣ୍ଣପୁରରେ ୩ ଗିରଫ

ମଙ୍ଗଳସୂତ୍ର ବନ୍ଧକ ରଖି ୪୫ ହଜାର ଟଙ୍କା...

ମଙ୍ଗଳସୂତ୍ର ବନ୍ଧକ ରଖି ୪୫ ହଜାର ଟଙ୍କା ଯୋଗାଡ଼! ପ୍ରେମିକ...

ରିଲିଜ୍‌ର ୧୯ ଦିନରେ ବିଶ୍ୱବ୍ୟାପୀ ୧୭୦୦ କୋଟି ପାର୍ କଲା ‘ରାମାୟଣ’, ଭାରତରେ ୧୦୦୦ କୋଟି ଆୟଠାରୁ ମାତ୍ର ୪୪.୫୫ କୋଟି ଦୂରରେ

ରିଲିଜ୍‌ର ୧୯ ଦିନରେ ବିଶ୍ୱବ୍ୟାପୀ ୧୭୦୦ କୋଟି...

ବକ୍ସ ଅଫିସ୍‌ରେ ଧମାକା କରୁଛି ନିତେଶ ତିୱାରୀଙ୍କ ନିର...

୩୦ ଲକ୍ଷର ସୁନା ବିସ୍କୁଟ ଚୋରି କରି ଲୁଟ୍‌ର ନାଟକ! ନିଜେ ଥାନାରେ ଦେଇଥିଲେ ଅଭିଯୋଗ, ଦୋକାନ କର୍ମଚାରୀ ଗିରଫ

୩୦ ଲକ୍ଷର ସୁନା ବିସ୍କୁଟ ଚୋରି କରି...

୩୦ ଲକ୍ଷର ସୁନା ବିସ୍କୁଟ ଚୋରି କରି ଲୁଟ୍‌ର ନାଟକ! ନ...

ଚଳନ୍ତା ନୁହେଁ, ଷ୍ଟେସନରେ ଅଟକିଥିବା ଟ୍ରେନ୍‌ ଭିତରେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ୪ ଦିନ ପରେ ମିଳିଲା ମୃତଦେହ

ଚଳନ୍ତା ନୁହେଁ, ଷ୍ଟେସନରେ ଅଟକିଥିବା ଟ୍ରେନ୍‌ ଭିତରେ...

ନାଗରକୋଏଲ:ତାମିଲନାଡୁର ନାଗରକୋଏଲ ରେଳ ଷ୍ଟେସନରେ ଏକ ଅତ୍ୟନ...

OTTରେ ରିଲିଜ୍ ହେବ ଅଜୟ ଦେବଗନଙ୍କ ‘ଦୃଶ୍ୟମ୍: ଦ କନକ୍ଲୁଜନ୍’! ନଭେମ୍ବର ୨୭ରୁ Netflixରେ ଦେଖିପାରିବେ ଦର୍ଶକ

OTTରେ ରିଲିଜ୍ ହେବ ଅଜୟ ଦେବଗନଙ୍କ ‘ଦୃଶ୍ୟମ୍:...

ମୁମ୍ବାଇ:OTT ପ୍ରେମୀ ଓ ଅଜୟ ଦେବଗନଙ୍କ ପ୍ରଶଂସକଙ୍କ ପାଇଁ...

ବକ୍ସ ଅଫିସରେ ‘ରାମାୟଣ’ର ରାଜ୍! ୧୭୦୦ କୋଟି ମୁହାଁ ରଣବୀରଙ୍କ ଫିଲ୍ମ

ବକ୍ସ ଅଫିସରେ ‘ରାମାୟଣ’ର ରାଜ୍! ୧୭୦୦ କୋଟି...

ମୁମ୍ବାଇ:ସିନେମା ହଲ୍ରେ ଜାରି ରହିଛି ‘ରାମାୟଣ&rsqu...

ଗାଁ ମୁଣ୍ଡ ନାଳରୁ ମିଳିଲା ଯୁବକଙ୍କ ମୃତଦେହ! ଟଙ୍କା ଦେଣନେଣକୁ ନେଇ ହତ୍ୟା ସନ୍ଦେହ, ଜଣେ ଅଟକ

ଗାଁ ମୁଣ୍ଡ ନାଳରୁ ମିଳିଲା ଯୁବକଙ୍କ ମୃତଦେହ!...

ନୟାଗଡ଼:ଗାଁ ମୁଣ୍ଡ ନାଳରୁ ମିଳିଲା ଯୁବକଙ୍କ ମୃତଦେହ। ଏହି...

‘ରାମାୟଣ’ରେ ରାବଣ ହେବା ୟଶ ପାଇଁ ନୂଆ ନୁହେଁ! କନ୍ନଡ଼ ଫିଲ୍ମରୁ ମିଳିଥିଲା ଏହାର ଝଲକ

‘ରାମାୟଣ’ରେ ରାବଣ ହେବା ୟଶ ପାଇଁ ନୂଆ...

ନୂଆଦିଲ୍ଲୀ: ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ରାମା...

Breaking News
ପାରାଦୀପରେ କଳିଙ୍ଗ ବାଲିଯାତ୍ରା-୨୦୨୬ ଉଦ୍‌ଘାଟିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମୋହନ ଚରଣ ମାଝୀ ଗଙ୍ଗା ଜଳ ବଣ୍ଟନ ଚୁକ୍ତିକୁ ନେଇ ଆଜି ଭାରତ-ବାଂଲାଦେଶ ବୈଠକ, ଚୁକ୍ତିର ଅବଧି ସରିବା ପୂର୍ବରୁ... ନେପାଳକୁ ମୋଦୀଙ୍କ ବଡ଼ ଉପହାର! ୧୫ ହଜାର କୋଟିର ପ୍ୟାକେଜ୍ ସହ ୮ଟି ଚୁକ୍ତି ଏସିଆର ତୃତୀୟ ଶକ୍ତିଶାଳୀ ଦେଶ ଭାରତ, ମୋଦୀ ଦ୍ୱିତୀୟ ପ୍ରଭାବଶାଳୀ ନେତା ଆସନ୍ତାକାଲିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା! ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ଆରମ୍ଭ ଐତିହାସିକ କଟକ ବାଲିଯାତ୍ରା, ପ୍ରଥମଥର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ପାରାଦୀପରେ କଳିଙ୍ଗ ବାଲିଯାତ୍ରା-୨୦୨୬ ଉଦ୍‌ଘାଟିତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମୋହନ ଚରଣ ମାଝୀ ଗଙ୍ଗା ଜଳ ବଣ୍ଟନ ଚୁକ୍ତିକୁ ନେଇ ଆଜି ଭାରତ-ବାଂଲାଦେଶ ବୈଠକ, ଚୁକ୍ତିର ଅବଧି ସରିବା ପୂର୍ବରୁ... ନେପାଳକୁ ମୋଦୀଙ୍କ ବଡ଼ ଉପହାର! ୧୫ ହଜାର କୋଟିର ପ୍ୟାକେଜ୍ ସହ ୮ଟି ଚୁକ୍ତି ଏସିଆର ତୃତୀୟ ଶକ୍ତିଶାଳୀ ଦେଶ ଭାରତ, ମୋଦୀ ଦ୍ୱିତୀୟ ପ୍ରଭାବଶାଳୀ ନେତା ଆସନ୍ତାକାଲିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା! ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ଆରମ୍ଭ ଐତିହାସିକ କଟକ ବାଲିଯାତ୍ରା, ପ୍ରଥମଥର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି
+