କଟକରେ ୩୬ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ପୁଲିସ ହାତରେ ବଡ଼ ସୁରାକ୍ ଲାଗିଛି। ଏହି ଲୁଟ୍ ଘଟଣା ପଛରେ ଏକ ପେସାଦାର ଲୁଟେରା ଗ୍ୟାଙ୍ଗର ସମ୍ପୃକ୍ତି ଥିବା ନେଇ କଟକ ଡିସିପି ସୂଚନା ଦେଇଛନ୍ତି। କିଛି ସନ୍ଦିଗ୍ଧ ଅପରାଧୀ ପୁଲିସର ସ୍କାନରରେ ଥିବାବେଳେ ଲୁଟେରାମାନଙ୍କୁ ଧରିବା ପାଇଁ ତଦନ୍ତକୁ ତ୍ୱରାନ୍ୱିତ କରାଯାଇଛି।
ପ୍ରାରମ୍ଭିକ ତଦନ୍ତରେ ଏହା ଏକ ସାଧାରଣ ଲୁଟ୍ ଘଟଣା ବୋଲି ସନ୍ଦେହ କରାଯାଉଥିଲା। କିନ୍ତୁ ପରବର୍ତ୍ତୀ ତଦନ୍ତରୁ ଏହା ଏକ ଯୋଜନାବଦ୍ଧ ଲୁଟ୍ ବୋଲି ସ୍ପଷ୍ଟ ହୋଇଥିବା କଟକ ଡିସିପି କହିଛନ୍ତି। ତେବେ ଏପର୍ଯ୍ୟନ୍ତ ଲୁଟେରାମାନଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇନାହିଁ।
ସୂଚନାନୁସାରେ, ଗତ ରବିବାର ରାତି ପ୍ରାୟ ୧୦ଟାରୁ ସାଢ଼େ ୧୦ଟା ମଧ୍ୟରେ ପିଙ୍କି ସାହା ନାମକ ଜଣେ ମହିଳା ଗହଣା ବ୍ୟବସାୟୀ ଏବଂ ତାଙ୍କ ସହ ଥିବା ଜଣେ ଗହଣା ଦୋକାନ କର୍ମଚାରୀ ଲୁଟ୍ର ଶିକାର ହୋଇଥିଲେ। ସେମାନେ ସ୍କୁଟିରେ ଓଏମପି ଛକ ସ୍ଥିତ କଲିକତା ବସ୍ ଷ୍ଟପ୍ ଅଭିମୁଖେ ଯାଉଥିବା ବେଳେ ଜାତୀୟ ରାଜପଥ-୧୬ର ତାଳଦଣ୍ଡା କେନାଲ ବ୍ରିଜ୍ ଉପରେ ୬ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ।
ଲୁଟେରାମାନେ ଅତର୍କିତ ଆକ୍ରମଣ କରି ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେବା ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣା କଟକ ସହରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ତଦନ୍ତ ଜାରି ରହିଛି।
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ନ୍ୟୁୟର୍କ: ୟୁଏସ୍‌ ଓପନ୍‌ରେ ଭାରତୀୟ ଟେନିସ୍&z...
ଆଷ୍ଟନ୍ ଭିଲା ପାଇଁ ଚଳିତ ପ୍ରିମିୟର ଲିଗ୍ ସିଜନର ଆରମ୍ଭ ଆଶ...
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ଅଲିମ୍ପିକ୍ ଲଙ୍ଗ୍ ଜମ୍ପ୍ ଚାମ୍ପିଅନ୍ତାରା ଡେଭିସ୍-ଉଡହଲ୍କା...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...
ନ୍ୟୁୟର୍କ: US Open 2026 ଦ୍ୱିତୀୟ ସପ୍ତାହରେ ପହଞ୍ଚିଛି।...
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...