ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ବଢୁଥିବା ମହଙ୍ଗା ମାଡ଼ ଏବଂ ଖାଦ୍ୟ ସଙ୍କଟକୁ ନେଇ ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଛି। ରୁଟି, କ୍ଷୀର, ଚାଉଳ ସମେତ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଇବାରୁ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି।
ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଖାଦ୍ୟ, ରାସନ ଓ ଔଷଧର ଅଭାବକୁ ନେଇ ଅନେକ ସ୍ଥାନରେ ଲୋକେ ପ୍ରତିବାଦ କରୁଛନ୍ତି। ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବାJAAC (Joint Awami Action Committee)ନେତା ସରଦାର ଅମନ ଖାନ ଭାରତ ସରକାରଙ୍କୁ ମାନବୀୟ ସହାୟତା ପାଇଁ ଆହ୍ୱାନ କରିଛନ୍ତି।
ରାୱଲକୋଟରେ ଆୟୋଜିତ ଏକ ସମାବେଶରେ ସେ କହିଛନ୍ତି ଯେ, ପାକିସ୍ତାନ ସରକାରଙ୍କ ନୀତି ଯୋଗୁଁ PoKରେ ଆର୍ଥିକ ନାକାବନ୍ଦୀ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସାଧାରଣ ଲୋକଙ୍କ ପାଇଁ ଖାଦ୍ୟ, ରାସନ ଓ ଔଷଧ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି।
ସରଦାର ଅମନ ଖାନ ଭାରତ ସରକାରଙ୍କୁ ମାନବୀୟ ସହାୟତା ପଠାଇବା ସହିତ ନିୟନ୍ତ୍ରଣ ରେଖା (LoC) ଏବଂ ପୁଞ୍ଚ-ଡୋଡା ସେକ୍ଟର ଦେଇ ସହାୟତା ପହଞ୍ଚାଇବା ପାଇଁ ସୀମା ଖୋଲିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଯଦି ପାକିସ୍ତାନୀ ସୁରକ୍ଷା ବାହିନୀ ବଳପ୍ରୟୋଗ ଜାରି ରଖେ, ତେବେ ସ୍ଥାନୀୟ ଲୋକଙ୍କ ପାଖରେ ବିକଳ୍ପ ସୀମିତ ହୋଇପଡ଼ିବ।
ସମ୍ପ୍ରତି PoKରେ "ଆମକୁ ସ୍ୱାଧୀନତା ଦରକାର" ଭଳି ସ୍ଲୋଗାନ ମଧ୍ୟ ଶୁଣିବାକୁ ମିଳୁଛି। ପ୍ରଥମେ ଏହି ଆନ୍ଦୋଳନ ମହଙ୍ଗା ମାଡ଼ ଓ ସରକାରୀ ସଂସ୍କାର ଦାବିରେ ଆରମ୍ଭ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ରାଜନୈତିକ ରୂପ ନେଇଥିବା କୁହାଯାଉଛି।
ଅନ୍ୟପଟେ, ପାକିସ୍ତାନ ସରକାରJAACକୁ ଏକ ନିଷିଦ୍ଧ ସଂଗଠନ ଘୋଷଣା କରିଥିବାରୁ ଏହାକୁ ନେଇ ବିବାଦ ମଧ୍ୟ ବଢ଼ିଛି। ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ଓ ଆର୍ଥିକ ସମସ୍ୟାକୁ ନେଇ ପରିସ୍ଥିତି ଉପରେ ସମସ୍ତଙ୍କ ନଜର ରହିଛି।
ଉତ୍ତରପ୍ରଦେଶ ରାଜନୀତିରେ ‘ଅବ୍ଦୁଲ’କୁ ନେଇ ବ...
ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା ‘ମୁରାସୁ’ ଆନ...
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନକୁ ଆଖ...
ଭାରତୀୟ କୁସ୍ତି ଜଗତରେ ଐତିହାସିକ ସଫଳତା ହାସଲ କରିଥିବା ମନ...
ଭୁବନେଶ୍ୱର:ବଙ୍ଗୋପସାଗରରେ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନ...
ନୂଆଦିଲ୍ଲୀ: ଯୁବ କ୍ରିକେଟ୍ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍...
ଭୁବନେଶ୍ୱର, ନଭେମ୍ବର ୧: ବାତ୍ୟା ‘ଅର୍ଣ୍ଣବ’...
ବିହାରରେ ନୂଆ ରାଜନୈତିକ ବିବାଦ ବିହାର ବିଧାନ ପରିଷଦ ନି...