ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାସ୍ଥିତ ରାଷ୍ଟ୍ରପତି ଭବନରେ ଭବ୍ୟ ଔପଚାରିକ ସ୍ୱାଗତ କରାଯାଇଛି। ଏହା ସହ ତାଙ୍କର ସରକାରୀ ରାଷ୍ଟ୍ରୀୟ ଗସ୍ତର ଔପଚାରିକ ଆରମ୍ଭ ହୋଇଛି। ଏହି ଗସ୍ତର ଲକ୍ଷ୍ୟ ହେଉଛି ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଏବଂ କୌଶଳଗତ ସହଯୋଗକୁ ବିସ୍ତାର କରିବା।
ପ୍ରଧାନମନ୍ତ୍ରୀ ମୋଦି ସୋମବାର ଇଣ୍ଡୋନେସିଆରେ ପହଞ୍ଚିଥିଲେ। ତାଙ୍କ ବିମାନ ଇଣ୍ଡୋନେସିଆର ଆକାଶସୀମାରେ ପ୍ରବେଶ କରିବା ପରେ ସେଠାକାର ବାୟୁସେନାର ଯୁଦ୍ଧ ବିମାନ ଏହାକୁ ଏସ୍କର୍ଟ କରିଥିଲା। ବିମାନବନ୍ଦରରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋ ବ୍ୟକ୍ତିଗତ ଭାବେ ତାଙ୍କୁ ସ୍ୱାଗତ କରିଥିବାବେଳେ ପାରମ୍ପରିକ ସାଂସ୍କୃତିକ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା।
ରାଷ୍ଟ୍ରପତି ପ୍ରବୋୱୋଙ୍କ ନିମନ୍ତ୍ରଣକ୍ରମେ ଜୁଲାଇ ୬ରୁ ୮ ପର୍ଯ୍ୟନ୍ତ ଚାଲିଥିବା ଏହି ସରକାରୀ ଗସ୍ତ ପ୍ରଧାନମନ୍ତ୍ରୀ ମୋଦିଙ୍କର ଇଣ୍ଡୋନେସିଆକୁ ଚତୁର୍ଥ ଗସ୍ତ। ୨୦୧୮ରେ ଦୁଇ ଦେଶ ମଧ୍ୟରେସମ୍ପୂର୍ଣ୍ଣ କୌଶଳଗତ ଭାଗୀଦାରୀ (Comprehensive Strategic Partnership)ସ୍ଥାପନ ହେବା ପରେ ଏହା ପ୍ରଥମ ଦ୍ୱିପାକ୍ଷିକ ରାଷ୍ଟ୍ରୀୟ ଗସ୍ତ।
ଏହି ବୈଠକରେ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ସଂଯୁକ୍ତ ସାମରିକ ଅଭ୍ୟାସ, ପ୍ରତିରକ୍ଷା ଶିଳ୍ପ ଏବଂ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ଉପରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଗସ୍ତ ଭାରତରଆକ୍ଟ ଇଷ୍ଟ ନୀତି,ମହାସାଗର (MAHASAGAR) ଭିଜନ୍ଏବଂ ମୁକ୍ତ ଓ ଉନ୍ମୁକ୍ତ ଇଣ୍ଡୋ-ପାସିଫିକ୍ ଅଞ୍ଚଳ ପ୍ରତି ଭାରତର ଦୃଷ୍ଟିକୋଣକୁ ଆହୁରି ସୁଦୃଢ଼ କରିବ।
ଇଣ୍ଡୋନେସିଆ ଗସ୍ତ ପରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯିବେ। ଏହି ଅବସରରେ ସେ ଇଣ୍ଡୋନେସିଆରେ ବସବାସ କରୁଥିବା ଭାରତୀୟ ସମୁଦାୟର ସଦସ୍ୟମାନଙ୍କ ସହ ମଧ୍ୟ ଆଲୋଚନା କରିବେ।
ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପ୍ରବୋୱୋଙ୍କ ସହ ୟୋଗ୍ୟାକାର୍ତ୍ତାସ୍ଥିତ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳପ୍ରାମ୍ବାନନ୍ ମନ୍ଦିର ପରିସରପରିଦର୍ଶନ କରିବେ। ଏହାକୁ ସେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ପ୍ରାଚୀନ ସଭ୍ୟତାଗତ ସମ୍ପର୍କର ପ୍ରତୀକ ବୋଲି ପୂର୍ବରୁ ବର୍ଣ୍ଣନା କରିଥିଲେ।
ବର୍ତ୍ତମାନ ଆସିଆନ୍ ଦେଶମାନଙ୍କ ମଧ୍ୟରେ ଇଣ୍ଡୋନେସିଆ ଭାରତର ଦ୍ୱିତୀୟ ବୃହତ୍ତମ ବାଣିଜ୍ୟିକ ସହଯୋଗୀ। ୨୦୨୫-୨୬ ଆର୍ଥିକ ବର୍ଷରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ୨୪.୭୮ ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଥିଲା। ଇଣ୍ଡୋନେସିଆରେ ୧୩୦ରୁ ଅଧିକ ଭାରତୀୟ କମ୍ପାନି ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରିଛନ୍ତି।
ଏଥିସହ ନିକେଲ୍, ବକ୍ସାଇଟ୍, ତମ୍ବା ଓ ଟିନ୍ ପରି ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ କ୍ଷେତ୍ରରେ ସହଯୋଗ ବୃଦ୍ଧି ମଧ୍ୟ ଦ୍ୱିପାକ୍ଷିକ ଆଲୋଚନାର ଏକ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଆଶା କରାଯାଉଛି। ଏହି ଗସ୍ତ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ବିନିଯୋଗ ଓ କୌଶଳଗତ ସହଯୋଗକୁ ଆହୁରି ମଜବୁତ କରିବାକୁ ଉଦ୍ୟମ କରାଯିବ।
ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ଦଳବଦଳ ପ୍ରସଙ୍ଗ ଚର୍ଚ୍ଚ...
ଇରାନର ସର୍ବୋଚ୍ଚ ନେତା ଅଲି ଖେମିନିଙ୍କ ମୃତ୍ୟୁ ପରେ ରବିବା...
ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ନେଇ ବଲାଙ୍ଗିର ଜିଲ୍ଲାରକ...
ପଶ୍ଚିମବଙ୍ଗ ରାଜନୀତିରେ ତୃଣମୂଳ କଂଗ୍ରେସ ପାଇଁ ଆଉ ଏକ ବଡ଼...
ଗଞ୍ଜାମ ଜିଲ୍ଲାରକବିସୂର୍ଯ୍ୟନଗରଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘ...
ରାଜଧାନୀ ଭୁବନେଶ୍ୱରରଲୋକସେବା ଭବନରେ ମଙ୍ଗଳବାର ପୂର୍ବାଞ୍ଚ...
ବିଦେଶର ବିଭିନ୍ନ ଦେଶରେଇସ୍କନ (ISKCON)ପକ୍ଷରୁ ନିର୍ଦ୍ଧାର...
ବଲିଉଡ୍ ଅଭିନେତା ଆମିର ଖାନ ଓ ତାଙ୍କ ଦୀର୍ଘଦିନର ସାଥୀ ଗୌର...